ଟିଆରପି ଗେମ୍ ଜୋନ ଅଗ୍ନିକାଣ୍ଡ- ଜାମିନ୍ ପାଇଲେ ପୂର୍ବତନ ଫାୟାର ଅଫିସର

ଗୁଜରାଟର ଟିଆରପି ଗେମ୍ ଜୋନ ଅଗ୍ନିକାଣ୍ଡ ମାମଲାରେ ରାଜକୋଟର ପୂର୍ବତନ ଜିଲ୍ଲା ମୁଖ୍ୟ ଅଗ୍ମିଶମ ଅଧିକାରୀଙ୍କୁ ଜାମିଲ୍ ଦେଲେ ସୁପ୍ରିମକୋର୍ଟ। ଇଲେଶକୁମାର ବଲ୍ଲଭଭାଇ ଖେରଙ୍କୁ ଜାମିନ ମଞ୍ଜୁର କରିଛନ୍ତି ସୁପ୍ରିମକୋର୍ଟ। ଟିଆରପି ଗେମ୍ ଜୋନରେ ଅଗ୍ନିକାଣ୍ଡରୁ ୪ଟି ଛୁଆଙ୍କ ସମେତ ୨୭ ଜଣଙ୍କ ମୃତ୍ୟୁ ହୋଇଥିଲା। ରାଜକୋଟର ନାନା-ମାଭା ଏରିଆରେ ଗଲା ବର୍ଷ ମେ ୨୪ ତାରିଖରେ ଅଗ୍ନିକାଣ୍ଡ ଘଟିଥିଲା। କୋର୍ଟ ଜାମିନ୍ ଦେବା ବେଳେ ମୌଖିକ ଭାବେ ମୁଖ୍ୟ ଅଗ୍ନିଶମ ଅଧିକାରୀଙ୍କ ଦାୟିତ୍ୱ ଏ ମାମଲାରେ ଅଧିକ ଅବହେଳାପୂର୍ଣ୍ଣ ଥିଲା। ଯେହେତୁ ବର୍ଷେ ହେଲା ବନ୍ଦୀ ଅଛନ୍ତି। ଆଉ ନିକଟ ଭବିଷ୍ୟତରେ ଟ୍ରାଏଲର କୌଣସି ସମ୍ଭବ ନାହିଁ, ସେଥିଲାଗି ତାଙ୍କୁ ଜାମିନ୍ ଦେଇଛନ୍ତି ସର୍ବୋଚ୍ଚ ଅଦାଲତ। ଜାନୁଆରୀ ୩୦ରେ ଗୁଜରାଟ ହାଇକୋର୍ଟ ଖେରଙ୍କ ଜାମିନ ଆବେଦନକୁ ଖାରଜ କରିଥିବା ରାୟକୁ ଜଷ୍ଟିସ ମନୋଜ ମିଶ୍ରା ଓ ଜଷ୍ଟିସ ଉଜ୍ୱଳ ଭୂୟାଁଙ୍କ ଖଣ୍ଡପୀଠ ଖାରଜ କରିଦେଇଛନ୍ତି। ୩୬୫ ସାକ୍ଷୀଙ୍କ ବୟାନ ଆଧାରରେ ଅନେକ ଅଭିଯୁକ୍ତଙ୍କ ବିରୁଦ୍ଧରେ ଚାର୍ଜସିଟ ଫାଇଲ୍ ହୋଇଥିଲା। ଆବେଦନକାରୀ ଖେର୍ ଜିଲ୍ଲା ମୁଖ୍ୟ ଅଗ୍ନିଶମ ଅଧିକାରୀ ଥିଲେ। ଯିଏ ନିଜ ଦାୟିତ୍ୱ ତୁଲାଇବାରେ ଫେଲ୍ ମାରିଥିଲେ। ଏଭଳି ଗେମ୍ ଜୋନରେ ନିର୍ଦିଷ୍ଟ ଅଗ୍ନି ନିରାପତ୍ତା ବ୍ୟବସ୍ଥା ଆପଣାଇବା କଥା। ଗୁଜରାଟ ସରକାରଙ୍କ ପକ୍ଷରୁ ଅତିରିକ୍ତ ସଲିସିଟର ଜେନେରାଲ ଏସ.ଭି.ରାଜୁ ଜାମିନ ଆବେଦନକୁ ବିରୋଧ କରିଥିଲେ। ଟିଆରପି ଗେମ୍ ଜୋନରେ ଏହା ଥିଲା ଦ୍ୱିତୀୟ ଅଗ୍ନିକାଣ୍ଡ। ୨୦୨୩ରେ ଓ୍ୱେଲଡିଂ କାମ ବେଳେ ଅଗ୍ନିକାଣ୍ଡ ଘଟିଥିଲା। କିନ୍ତୁ ସଂପୃକ୍ତ ଅଧିକାରୀ ଖେର୍ ନିରାପତ୍ତା ନେଇ କୌଣସି ପ୍ରତିଷେଧମୂଳକ ପଦକ୍ଷେପ ନେଇନଥିଲେ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *