ଯିଏ ବିଜେପିକୁ ଭୋଟ ଦେବନି। ସେ ପର ଜନ୍ମରେ ଛେଳି ଓ କୁକୁର ହେବେ। ଭଗବାନଙ୍କ ସହ ତାଙ୍କର ସିଧାସଳଖ କଥାବାର୍ତ୍ତା ହୁଏ। ଏଭଳି ଶବ୍ଦରେ ପୂର୍ବତନ ମନ୍ତ୍ରୀ ତଥା ଇନ୍ଦୋରର ମହୂ ବିଜେପି ବିଧାୟିକା ଉଷା ଠାକୁର ସର୍ବସାଧାରଣରେ କହିଛନ୍ତି। ଏହାର ଭିଡ଼ିଓ ବେଶ୍ ଭାଇରାଲ ହେବାରେ ଲାଗିଛି। ଭୋଟ୍ ଦେଲାବେଳେ ନିଜ ଇମାନ୍ ବିକନି। ଭୋଟ ଦେବ ଯଦି ବିଜେପିକୁ ଦେବ। ଯେଉଁ ଦଳ ରାଷ୍ଚ୍ରଧର୍ମରେ ସମର୍ପିତ ଅଟେ। ଦେଶର ଧର୍ମ, ସଂସ୍କୃତି ଲାଗି ନିରନ୍ତର ସେବା କରେ। ଆଉ ଯିଏ ଶାଢ଼ୀ, ମଦ,ଟଙ୍କା ନେଇ ବେଇମାନ କରନ୍ତି, ସେମାନେ ପକ୍କା ଅଲଗା ଜନ୍ମରେ ପଶୁ ଜନ୍ମ ପାଇବେ। ନିଜ ଡାଏରୀରେ ଏହା ଲେଖିକି ରଖ ବୋଲି କହିଛନ୍ତି ଉଷା। ଲୋକତନ୍ତ୍ରକୁ ଯେଉଁମାନେ ବିକିବେ ଏମିତି ଜନ୍ମ ନେବେ। ମତଦାନର ଗୋପନୀୟତାର କଥା କହି ଉଯା କହିଛନ୍ତି ଯେ, ଭଗବାନ ସବୁ ଦେଖୁଛନ୍ତି। ନିଜ ଭୋଟ ଦେବା ବେଳେ ଇମାନଦାରିରୁ ହଟନି।ଗ୍ଲାସରେ ମଦ ନେଇ ତଟସ୍ଥ ହୋଇଯାଉଥିବା ଭୋଟରଙ୍କ ଏଭଳି ଅବସ୍ଥା ପର ଜନ୍ମରେ ହେବ ବୋଲି ଭବିଷ୍ୟବାଣୀ କରିଛନ୍ତି ବିଧାୟିକା। ଏଭଳି ମନ୍ତବ୍ୟ ଭାଇରାଲ ପରେ କଂଗ୍ରେସ କହିଛି, ବିଧାୟିକାଙ୍କ ଏହା ରୁଢ଼ିବାଦୀ ମାନସିକତା। ଭିଡ଼ିଓ ଭାଇରାଲକୁ ନେଇ ଉଷା ଠାକୁର ସଫେଇ ଦେଇଛନ୍ତି ଯେ, ସେ ଗ୍ରାମୀଣ ଭୋଟରଙ୍କ ଭିତରେ ସଚେତନତା ସୃଷ୍ଟି କରିବାକୁ ଏମିତି ପ୍ରୟାସ କରିଥିଲେ। ସେ ବର୍ଷତମାମ ଲୋକଙ୍କ ସେବାରେ ଲାଗିଛନ୍ତି। ଯଦି ନିର୍ବାଚନ ବେଳେ କେହି କୌଣସି ପରିସ୍ଥିତିରେ ଟଙ୍କା, ମଦ ନେଇ ନିଜ ଭୋଟ୍ ବିକିଦିଏ, ତାହେଲେ ଏହା ଅକ୍ଷମଣୀୟ ଅପରାଧ ଅଟେ। ଆମକୁ ଆମ କର୍ମ ଆଧାରରେ ପର ଜନ୍ମ ମିଳେ। ଯଦି ଆମ କର୍ମ ଭଲ ନୁହେଁ, ତାହେଲେ ମଣିଷ ଭାବେ ପୁନଃ ଜନ୍ମ ମିଳିବନି।

Naxatra News is now on Whatsapp
Join and get latest news update delivered to you via whatsapp
Join Now