ଗଧିଆ ଆତଙ୍କ: ଝୁଣି ଖାଉଛି ପିଲା ଓ ମହିଳାଙ୍କୁ

ୟୁପିର ବହରାଇଚରେ ଗଧିଆ ଆତଙ୍କ। ୭ଜଣ ପିଲାଙ୍କୁ ମାରି ଖାଇଲାଣି ଗଧିଆ। ନିକଟରେ ଖେରିଘାଟ ଥାନା ଅଞ୍ଚଳରେ ମା କୋଳରେ ଶୋଇଥିବା ପିଲାକୁ ଝୁଣି ମାରିଦେଲେ ଗଧିଆ। ବହୁତ ଖୋଜାଖୋଜି ପରେ ବିଲରେ ପିଲାଟିର କ୍ଷତବିକ୍ଷତ ଶରୀର ମିଳିଥିଲା। ଗଲା କେଇ ଦିନ ଭିତରେ ଜଣେ ମହିଳା ଓ  ୭ ଜଣ ଛୋଟ ପିଲାଙ୍କୁ ନିଜର ଶୀକାର କରିସାରିଲାଣି ଗଧିଆ। ଗଧିଆ ଆକ୍ରମଣରେ ୩୫ରୁ ଅଧିକ ଆହତ ହୋଇଛନ୍ତି। ଗାଁରେ ଏହାକୁ ନେଇ ଆତଙ୍କ ଖେଳିଗଲାଣି। ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚି ତନାଘନା ଆରମ୍ଭ କରିଛି। ପ୍ରଭାବିତ ଗାଁରେ ଜିଲ୍ଲାପାଳ, ଏସପି ଓ ବନବିଭାଗ ଅଧିକାରୀ ରାତିରେ ଗସ୍ତ କରି ପରିସ୍ଥିତି ପରଖିଛନ୍ତି। ବନବିଭାଗ କର୍ମଚାରୀ ଗାଁରେ ଡେରା ପକାଇଛନ୍ତି। ବିଧାୟକ ସୁରେଶ୍ୱର ସିଂ ବି କାର୍ଯ୍ୟକର୍ତ୍ତାଙ୍କ ସହ ଗାଁରେ ପହଞ୍ଚି ଲୋକଙ୍କୁ ସତର୍କ ରହିବାକୁ ଅପିଲ୍ କରିଛନ୍ତି। ନିଜେ ବିଧାୟକ ବନ୍ଧୁକ ଧରି ଗାଁରେ ରାତିରେ ପ୍ରହରା ଦେଉଥିବା ଭିଡ଼ିଓ ଭାଇରାଲ ହୋଇଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *