ଶାଶୁଙ୍କୁ ନେଇ ଜ୍ୱାଇଁ ଫେରାର୍

ଏପ୍ରିଲ ୧୬ରେ ବିବାହ ଲଗ୍ନ ସ୍ଥିର ହୋଇଥିଲା। କିନ୍ତୁ ପୁରା ଲଗ୍ନକୁ ଓଲଟପାଲଟ କରିଦେଲେ ଶାଶୁ। ଝିଅର ବିବାହ କରାଇବେ କଅଣ। ପାଲଟା ଜ୍ୱାଇଁ ସହ ଚମ୍ପଟ ମାରିଲେ। ସାଙ୍ଗରେ ପ୍ରାୟ ଅଢ଼େଇ ଲକ୍ଷ ଟଙ୍କା ଓ ଗହଣା ଧରି ଛୁ ମାରିଛନ୍ତି। ଆଲିଗଡ଼ରୁ ଆସିଛି ଏଭଳି ଅଭାବନୀୟ ଘଟଣା। କୋତଓ୍ୱାଲି ମଡ଼ରାକ୍ ଥାନା ଅଞ୍ଚଳରେ ଏଭଳି ଘଟଣା ଘଟିଛି। ପରିବାର ଲୋକେ ଏ ନେଇ ଏତଲା ଦେବା ପରେ ପୁଲିସ ଛାନଭିନ୍ ଆରମ୍ଭ କରିଛି। ବିବାହ କାର୍ଡ ବଣ୍ଟାସରିଥିଲା। ସମସ୍ତ ସମ୍ପର୍କୀୟଙ୍କୁ ଅବଗତ କରାଯାଇଥିଲା। ବିବାହର ପ୍ରସ୍ତୁତି ବି ସରିବା ଉପରେ ଥିଲା। କିନ୍ତୁ କନ୍ୟାର ମାଆ ଜ୍ୱାଇଁଙ୍କୁ ଧରି ଫେରାର୍ ହୋଇଯାଇଛନ୍ତି। ସେପଟେ ବର ନିଜ ପିତାଙ୍କୁ ଫୋନ୍ କରି କହିସାରିଲେଣି ଯେ, ସେମାନଙ୍କୁ ଖୋଜିବାକୁ ଚେଷ୍ଟା ବି କରନ୍ତୁନି। ସେମାନେ ଆଉ ଫେରିବେନି। କନ୍ୟାପକ୍ଷର ପରିବାର ଲୋକେ କହିଛନ୍ତି, ଭାବି ଜ୍ୱାଇଁ ଘରକୁ ଯିବାଆସିବା କରେ। ଭାବି ଶାଶୁଙ୍କ ସହ ଘଣ୍ଟା ଘଣ୍ଟା ଧରି ଏକୁଟିଆ ସମୟ ବିତାଏ। ପରିବାର ଲୋକଙ୍କୁ ଲାଗୁଥିଲା ଯେ, ବିବାହ ଆୟୋଜନ ସକାଶେ ବୋଧେ ଶାଶୁଙ୍କ ସହ ମିଶି ଯୋଜନା କରୁଥିବେ। କିଛି ଦିନ ତଳେ ଜ୍ୱାଇଁ ଏକ ମୋବାଇଲ ବି ଗିଫ୍ଟ ଦେଇଥିଲେ ଶାଶୁଙ୍କୁ। ଦୁହେଁ ଲୁଚାଛପାରେ ପରସ୍ପର ସହ କଥାବାର୍ତ୍ତା ହେଉଥିଲେ। କିନ୍ତୁ କାହାକୁ ବି ଟିକେ ସନ୍ଦେହ ହୋଇନଥିଲା ଯେ, ପରସ୍ପର ଭିତରେ ପ୍ରେମସମ୍ପର୍କ ଗଢ଼ିଉଠିଛି। ମଡ଼ରାକ ଥାନାଧିକାରୀ ଅରବିନ୍ଦ କୁମାର କହିଛନ୍ତି, ମହିଳାଙ୍କ ସ୍ୱାମୀ ଲିଖିତ ଏତଲା ଦେଇଛନ୍ତି। ମହିଳାଙ୍କ ନିଖୋଜ ବାବଦରେ ମାମଲା କରି ତଦନ୍ତ ହେଉଛି। ଦୁହେଁ କେଉଁଠିକି ପଳେଇଲେ, ତାହାର ସୁରାକ ମିଳିନି। ତୁରନ୍ତ ଦୁହିଁଙ୍କୁ ଠାବ କରାଯିବ ବୋଲି ପୁଲିସ କହିଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *