ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ BDO ପ୍ରଦୀପ କୁମାର କରଙ୍କ ବିରୁଦ୍ଧରେ କାଲିମେଳା ଚେୟାରମେନ ସୁଭାଷିନୀ ସୋଡିଙ୍କ ନେତୃତ୍ୱରେ ୨୩ ଜଣ ସରପଞ୍ଚ, ୨୩ ସମିତି ସଭ୍ୟ ଓ ୩ ଜଣ ଜିଲ୍ଲାପରିଷଦ ସଦସ୍ୟ ପୂର୍ବତନ P.R.I.ମେମ୍ବର ଏବଂ ଅନ୍ୟାନ୍ୟ ସଦସ୍ୟ ମାନେ ରାଜ୍ୟପାଳଙ୍କୁ ଜିଲ୍ଲାପାଳଙ୍କ ଜରିଆରେ ଏକ ୧୦ ଗୋଟି ବିନ୍ଦୁ ଉପରେ ଅଭିଯୋଗ କରିଛନ୍ତି l ମନମୁଖୀ ଭବରେ ଠିକାଦାର, ପଞ୍ଚାୟତ ସମିତିର କୌଣସି ପରକାର ନୀତିନିୟମ ନ ମାନି ନିଜର ମନମାନି ଚଳାଇ ଆସୁଥିବା ବେଳେ ରଙ୍ଗ ଶଳା ଖୋଲି ଆଦିବାସୀ ଏବଂ ଅନୁସୂଚିତ ଜାତିର ମହିଳା କର୍ମଚାରୀଙ୍କୁ ଉଦଶ୍ୟମୂଳକ ଭାବରେ ରାତିରେ ଡାକିବା ବିରୋଧ କଲେ ଦରମା ବନ୍ଦ କରିବା ଭଳି ଏକାଧିକ ଅଭିଯୋଗ ନେଇ ଦାବି ପାତ୍ର ଦେବା ସହ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଛନ୍ତି l କାଲିମେଳା ବ୍ଲକ କାର୍ଯ୍ୟାଳୟ ଘେରାଉ କରିଛନ୍ତି ନିର୍ବାଚିତ ପ୍ରତିନିଧି l

Naxatra News is now on Whatsapp
Join and get latest news update delivered to you via whatsapp
Join Now