ଗଞ୍ଜାମ ଜିଲ୍ଲା ବିଭିନ୍ନ ବ୍ଳକରେ ଚଳିତ ବର୍ଷର ଧାନ ଫସଲ କ୍ଷତି ଘଟିଥିବା ବେଳେ ଚିନ୍ତାରେ ଧାନ ଚାଷୀ। ଚାଷୀର କିପରି ଭିଜାଧାନ ଉଠିବ ଓ ଚାଷୀର ଧାନ ବିକ୍ରୟରେ ସମସ୍ୟା ନ ଉପୁଜିବ ସେନେଇ ସମସ୍ତ ମଣ୍ତିର ବ୍ୟବସ୍ତା କରାଯାଇଛି। କଟନି ଛଟନି ନ ହୋଇ ଚାଷୀ ତାର ଧାନ ବିକ୍ରୟ କରିବ। ସରକାରଙ୍କ ଘୋଷଣା ରହିଥିଲେ ମଧ୍ୟ ଚାଷୀଠାରୁ ମଣ୍ତି ତଥା ମିଲରମାନେ ଧାନ କାଟୁଥିବା ଅଭିଯୋଗ କରୁଛନ୍ତି ଚାଷୀ। ସମସ୍ତ ଚାଷୀମାନଙ୍କ ଅଭିଯୋଗ ପ୍ରକାରରେ ଭଞ୍ଜନଗର ଉପଜିଲ୍ଲାପାଳ ଅନିଲ କୁମାର ସେଠି , ବୁଗୁଡା ତହସିଲଦାର ତାପସ ରାଉତ ଆଦି ସମସ୍ତେ ବୁଗୁଡା ବ୍ଳକର ଖୋଳଖାଳି ପଞ୍ଚାୟତରେ ଥିବା ଧାନ ମଣ୍ତିରେ ପହଞ୍ଚି ଚାଷୀମାନଙ୍କ ସହିତ ଆଲୋଚନା କରିବା ସହ ଧାନ ମଣ୍ତିରେ କିପରି ଧାନ କିଣାଯାଉଛି ସେନେଇ ସୋସାଇଟ ସେକ୍ରେଟେରି ତଥା ମିଲର ବାଲାଙ୍କ ସହିତ ଆଲୋଚନା କରାଯାଇଥିଲା । ଚାଷୀର ଧାନ କିଣା ଉପରେ କୌଣସି ସମସ୍ୟା ହେଉନଥିବା କହିଛନ୍ତି ଉପଜିଲ୍ଲାପାଳ ଅନିଲ କୁମାର ସେଠି ।
Naxatra News is now on Whatsapp
Join and get latest news update delivered to you via whatsapp
Join Now