ଅଳିଆ ଆବର୍ଜନା ଭିତରେ ନିଃସଙ୍ଗ ଜୀବନ- ଅବସାଦରୁ ୩ ବର୍ଷ ଧରି ଫ୍ଲାଟରେ ନିଜକୁ ବନ୍ଦୀ କରିଥିଲେ ଅନୁପ

୩ ବର୍ଷ ଧରି ଅନ୍ଧାର କୋଠରୀରେ ବିତାଉଥିଲେ ନିଃସଙ୍ଗ ଜୀବନ। ଘର ଭିତରୁ ସବୁବେଳେ ଲକ୍ କରି ରହୁଥିଲେ। ଅନଲାଇନ ଫୁଡ୍ ଡେଲିଭରିରୁ ଖାଇବା ମଗାଉଥିଲେ। ପଡ଼ୋଶୀଙ୍କ ସହ ବିଲକୁଲ କଥାବାର୍ତ୍ତା ନଥିଲା। ପରିବାର ଓ ପଡ଼ୋଶୀ ବି ତାଙ୍କ ସ୍ୱାସ୍ଥ୍ୟ ବାବଦରେ ବିଲକୁଲ ଅଜ୍ଞ ଥିଲେ। ଆଉ ଯେଉଁ ଘରେ ରହୁଥିଲେ, ତାହାର ପରିବେଶ ନ କହିଲେ ଭଲ। ଯୁଆଡ଼େ ଚାହିଁଲେ ଖାଲି ପ୍ଲାଷ୍ଟିକ ବୋତଲ, ପଲିଥିନ, ଅଳିଆ ଆବର୍ଜନା ଭର୍ତ୍ତି। ୫୫ ବର୍ଷୀୟ ଅନୁପ କୁମାର ନାଏରଙ୍କ ଦୁର୍ଦଶାର ଭିଡ଼ିଓ ଭାଇରାଲ ପରେ ସମସ୍ତେ ତାଜୁବ୍। ନଭି ମୁମ୍ୱାଇର ଏକ ଆପାର୍ଟମେଣ୍ଟରେ ଗଲା ୩ ବର୍ଷ ହେଲା ନିଜକୁ ବନ୍ଦୀ କରି ଜୀବନ ଅତିବାହିତ କରୁଥିଲେ। ସ୍ଥାନୀୟ ଏକ ଏନଜିଓ ତାଙ୍କୁ ରେସକ୍ୟୁ କରିଛି। ବାପା ମାଆ ଓ ଭାଇକୁ ହରାଇବା ପରେ ନିଃସଙ୍ଗ ଜୀବନ କାଟିବାକୁ ସ୍ଥିର କରିଥିଲେ ଅନୁପ। ତାଙ୍କର ମାନସିକ ଓ ଶାରୀରିକ ସ୍ୱାସ୍ଥ୍ୟ ପୁରା ବିଗିଡ଼ିଯାଇଛି। କେବଳ ଅନଲାଇନ ଫୁଡ୍ ଡେଲିଭରିକୁ ଛାଡ଼ିଦେଲେ ସେ କାହା ସହ ବି କଣ୍ଟାକ୍ଚରେ ନଥିଲେ। ଏନଜିଓ ସଂସ୍ଥା ସୋସିଆଲ ଆଣ୍ଡ ଇଭାନଜେଲିକାଲ ଆସୋସିଏସନ ଫର୍ ଲଭ ବା ସିଲ୍ ଅନୁପଙ୍କ ବାବଦରେ କଲ୍ ପାଇ ଫ୍ଲାଟରେ ପହଞ୍ଚିଥିଲେ। ନଭିମୁମ୍ୱାଇର ସେକ୍ଟର ୧୭ର ଘରକୁଲ ସିଏଚଏସରେ ଫ୍ଲାଟ। ଆଉ ଫ୍ଲାଟ ଭିତରକୁ ପଶି ଯାହା ଦେଖିଲେ ଛାନିଆ ହୋଇପଡ଼ିଲେ। ଆପାର୍ଟମେଣ୍ଟ ପୁର ଅଳିଆ ଆବର୍ଜନାରେ ଭର୍ତ୍ତି ଥିଲା। ମଳମୂତ୍ର ଚାରିଆଡ଼େ ପଡ଼ିଥିଲା। ଅନୁପ ଗୋଟିଏ ଚେୟାରରେ ଶୋଇଥିଲେ। କାରଣ ଘରର ଅଧିକାଂଶ ଆସବାବପତ୍ର ନଥିଲା। ଅନୁପଙ୍କ ଗୋଡ଼ ଇନଫେକ୍ସନ ହୋଇଯାଇଥିଲା। ତାଙ୍କର ତୁରନ୍ତ ଚିକିତ୍ସାର ଆବଶ୍ୟକତା ଥିଲା। ଏନଜିଓ ସଦସ୍ୟ ତାଙ୍କୁ ତୁରନ୍ତ ଉଦ୍ଧାର କରିଛନ୍ତି। ଅନୁପ ବର୍ଷ ବର୍ଷ ଧରି ପଡ଼ୋଶୀ କି ପରିବାରର କାହା ସହ କଥା ହୋଇନଥିଲେ। ସେ କାଁ ଭାଁ ଦୁଆର ଖୋଲୁଥିଲେ। ଅଳିଆ ଆବର୍ଜନାକୁ ବି କାଢ଼ୁନଥିଲେ ବାହାରକୁ। ସୋସାଇଟି ମେମ୍ୱର ବି ତାଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଥିଲେ। ଆଉ କିଛି ସମ୍ପର୍କୀୟ ବି ତାଙ୍କୁ ସହଯୋଗର ହାତ ବଢ଼ାଇଥିଲେ। କିନ୍ତୁ ଅନୁପ କାହା ସହ କଥାବାର୍ତ୍ତା କି କାହାର ସହଯୋଗ ନେବାକୁ ମନା କରିଥିଲେ। କାରଣ ସେ କାହାରିକୁ ବିଶ୍ୱାସ କରନ୍ତିନି। ଜୀବନରେ ଅନେକ ଟ୍ରାଜେଡିର ସାମ୍ନା କରିବା ପରେ ଅନୁପ ଭାଙ୍ଗିପଡ଼ିଥିଲେ। ୨୦ ବର୍ଷ ପୂର୍ବରୁ ତାଙ୍କ ବଡ଼ ଭାଇ ସୁଇସାଇଡ୍ କରିଦେଇଥିଲେ। ଗଲା ୬ ବର୍ଷ ଭିତରେ ତାଙ୍କ ବାପା ମାଆ ବି ଆରପାରିକି ଚାଲିଗଲେ। ଭାରତୀୟ ବାୟୁସେନାର ଟେଲିକମ୍ୟୁନିକେସନ ବିଭାଗରେ ତାଙ୍କ ମାଆ ଚାକିରୀ କରୁଥିଲେ। ବାପା ମୁମ୍ୱାଇର ଟାଟା ହସ୍ପିଟାଲରେ ଚାକିରୀ କରୁଥିଲେ। ବାପାମାଆଙ୍କ ପରଲୋକ ପରେ ଅନୁପ ଗଭୀର ଅବସାଦର ବଶବର୍ତ୍ତୀ ହୋଇଥିଲେ। ବାହାରକୁ ଯିବା ଛାଡ଼ିଦେଇଥିଲେ। ଲୋକଙ୍କ ସହ କଥାବାର୍ତ୍ତା ବନ୍ଦ କରିଦେଇଥିଲେ। ସେ ପୁରା ଏକୁଟିଆ ପଡ଼ିଗଲେ। ତାଙ୍କର କୌଣସି ଚାକିରୀ ବି ନଥିଲା। ତାଙ୍କର ପଡ଼ୋଶୀ ତାଙ୍କ ସ୍ୱର୍ଗତ ବାପା ମାଆ ରଖିଯାଇଥିବା ଫିକ୍ସ ଡିପୋଜିଟର ରାଶିକୁ ତାଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରିବାରେ ସାହାଯ୍ୟ କରିଥିଲେ। କିନ୍ତୁ ତା ପରେ ସେ ନିଜକୁ ବାହାର ଦୁନିଆରୁ ଦୂରେଇ ରଖିଲେ। ପାନଭେଲରେ ଥିବା ଏନଜିଓର ଆଶ୍ରମରେ ଏବେ ଅନୁପ ରହୁଛନ୍ତି। ତାଙ୍କ ଜୀବନରେ ଆଉ କେହି ନାହାନ୍ତି। ଆଉ ତାଙ୍କର ସ୍ୱାସ୍ଥ୍ୟସମସ୍ୟା ଲାଗି ତାଙ୍କୁ କେହି ଚାକିରୀ ବି ଦେଇନଥାଆନ୍ତେ। ଆଗରୁ କମ୍ପ୍ୟୁଟର ପ୍ରୋଗ୍ରାମର ଭାବେ କାମ କରୁଥିଲେ ଅନୁପ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *