ବାଲାଂଦେଶୀଙ୍କ ଲାଗି ଇ- ମେଡିକାଲ ଭିସା

Spread the love

ଭାରତରେ ବାଲାଂଦେଶ ସାଂସଦଙ୍କୁ ହତ୍ୟାକାଣ୍ଡର ତଦନ୍ତ ଜାରି ରହିଛି। ଉଭୟ ଦେଶର ତଦନ୍ତକାରୀ ଏଜେନ୍ସି ପରସ୍ପରର ସମନ୍ୱୟ ଓ ସହଯୋଗରେ ଆବଶ୍ୟକୀୟ ପଦକ୍ଷେପ ନେଉଛନ୍ତି। ଭାରତ ସରକାର ତଦନ୍ତରେ ବାଲାଂଦେଶକୁ ସମସ୍ତ ସହଯୋଗ ଯୋଗାଉଥିବା କହିଛନ୍ତି ବୈଦେଶିକ ସଚିବ ବିନୟ କ୍ୱାତ୍ରା। ରୋହିଙ୍ଗ୍ୟା ମାମଲା ବି ଆଲୋଚନାରେ ସ୍ଥାନ ପାଇଛି। ଭାରତ ବାଲାଂଦେଶକୁ ଆଭଶ୍ୟକୀୟ ସହାୟତା ଦେଇଆସିଛି। ରୋହିଙ୍ଗ୍ୟାଙ୍କୁ ମାନବୀୟ ସହାୟତା ଦେଇଆସିଥିଲା। ରୋହିଙ୍ଗ୍ୟାଙ୍କୁ ନେଇ ସମୟକ୍ରମେ ଅନେକ ଚ୍ୟାଲେଞ୍ଜ ବି ସାମ୍ନାକୁ ଆସିବାରେ ଲାଗିଛି। ଏହାକୁ ମୁକାବିଲା କରିବା ଜରୁରୀ ହୋଇପଡ଼ିଛି। ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବାଲାଂଦେଶ ପ୍ରଧାନମନ୍ତ୍ରୀ ଶେକ୍ ହାସିନାଙ୍କ ଭିତରେ ଆଲୋଚନାରେ ଏମିତି ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ସ୍ଥାନ ପାଇଥିଲା। ମୋଟ୍ ୧୨ଟି ଦିଗ ଉପରେ ଉଭୟ ପ୍ରଧାନମନ୍ତ୍ରୀ ଆଲୋଚନା କରିଛନ୍ତି। ବାଲାଂଦେଶୀଙ୍କ ଲାଗି ଇ- ମେଡିକାଲ ଭିସା ଉପଲବ୍ଧ ହେବ। ଯେଉଁ ବାଲାଂଦେଶୀ ଭାରତକୁ ଚିକିତ୍ସା ଲାଗି ଆସିବେ, ତାଙ୍କ ଲାଗି ଏହା ପ୍ରଯୁଜ୍ୟ ହେବ। ଉଭୟ ଦେଶ ଭିତରେ ଗ୍ରୀନ୍ ପାର୍ଟନରସିପ୍, ଶକ୍ତି, ପାଣିର ଉତ୍ସ, ବାଣିଜ୍ୟ, ପ୍ରତିରକ୍ଷା ସହଯୋଗିତା ଆଦି ଅନେକ ବାବଦରେ ଆଲୋଚନା ହୋଇଛି। ଦୁଇ ଦିନିଆ ଭାରତ ଗସ୍ତରେ ଆସିଥିଲେ ବାଲାଂଦେଶ ପ୍ରଧାନମନ୍ତ୍ରୀ ଶେକ୍ ହାସିନା।

Leave a Reply

Your email address will not be published. Required fields are marked *