୭୫ ବର୍ଷରେ ଚାଲିଗଲେ ୫୪ ପିଲାଙ୍କ ବାପା

Spread the love

ଇସଲାମବାଦ: ପାକିସ୍ତାନର ଅବଦୁଲ ମଜିଦ୍‌ ମୈଙ୍ଗଲଙ୍କ ମୃତ୍ୟୁ । ୭୫ ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଛି । ୫୪ ସନ୍ତାନ ଓ ୬ ପତ୍ନୀଙ୍କ ପାଇଁ ବେଶ ଚର୍ଚ୍ଚାରେ ଥିଲେ ଅବଦୁଲ ମଜିଦ୍‌ । ପାକିସ୍ତାନର ନୋଶକୀ ଜିଲ୍ଲାରେ ନିଜ ପିଲା ଓ ପତ୍ନୀଙ୍କ ସହ ରହୁଥିଲେ ଅବଦୁଲ । ପେଷାରେ ଜଣେ ଟ୍ରକ ଡ୍ରାଇଭର ଥିବା ଅବଦୁଲ ୧୮ ବର୍ଷ ବୟସରେ ସେ ପ୍ରଥମ ବିବାହ କରିଥିଲେ । ଅବଦୁଲ ୬ଜଣଙ୍କୁ ବିବାହ କରିଥିଲେ । ତେବେ ତାଙ୍କ ପ୍ରଥମ ୨ ପତ୍ନୀଙ୍କ ନିଧନ ହୋଇସାରିଛି । ମଜିଦଙ୍କ ସର୍ବୋମୋଟ ୫୪ ସନ୍ତାନ ଥିଲେ । ସେମାନଙ୍କ ମଧ୍ୟରୁ ୧୨ ପିଲାଙ୍କ ମୃତ୍ୟୁ ହୋଇସାରିଛି ।ତାଙ୍କ ପିଲାମାନଙ୍କ ମଧ୍ୟରେ ୨୨ଟି ପୁଅ ଓ ୨୦ ଟି ଝିଅ ଅଛନ୍ତି ।

Leave a Reply

Your email address will not be published. Required fields are marked *