ପାଣ୍ଡିଆନ ରାଜ୍ୟର ଛାୟା ମୁଖ୍ୟମନ୍ତ୍ରୀ : ପୂର୍ବତନ ମନ୍ତ୍ରୀ ସୁରମା ପାଢ଼ୀ

Spread the love

ଭୁବନେଶ୍ୱର : ପୂର୍ବତନ ମନ୍ତ୍ରୀ ସୁରମା ପାଢୀ ନୟାଗଡ ଜିଲ୍ଲାରେ ୫ଟି ସଚିବଙ୍କ ଗସ୍ତକୁ ବିରୋଧ କରିଛନ୍ତି । ସେ କହିଛନ୍ତି, ପାଣ୍ଡିଆନଙ୍କ ଗସ୍ତ ଆଳରେ ସାଧାରଣ ଭୋଟରଙ୍କୁ ଭୁଆଁ ବୁଲାଇ ମିଥ୍ୟା ପ୍ରତିଶ୍ରୁତି ଦେଉଛନ୍ତି ରାଜ୍ୟ ସରକାର । ଯାହାକୁ କେବେବି ବରଦାସ୍ତ କରାଯିବ ନାହିଁ ।

ସେ କହିଛନ୍ତି, ରାଜ୍ୟରେ ଛାୟା ଶାସନ ଚାଲିଛି । ଛାୟା ମୁଖ୍ୟମନ୍ତ୍ରୀ ଭାବେ ମୁଖ୍ୟମନ୍ତ୍ରୀ ତାଙ୍କ ସଚିବଙ୍କୁ ପଠାଉଛନ୍ତି । ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ତାଙ୍କ ସଚିବଙ୍କୁ ପଠାଉଛନ୍ତି ୟାକୁ ବିରୋଧ ନକଲେ କାଲି ତାଙ୍କ ସଚିବଙ୍କୁ ପଠେଇବେ । ଏଥିପାଇଁ କଣ ଲୋକେ ମୁଖ୍ୟମନ୍ତ୍ରୀଙ୍କୁ ଲୋକେ ମାଣ୍ଡେଟ ଦେଇଥିଲେ । ସ୍ଥାନୀୟ ଅଞ୍ଚଳରେ ନେତା, ମନ୍ତ୍ରୀ ଓ ଲୋକ ପ୍ରତିନିଧି ମାନଙ୍କ ନେଇ ସରକାରଙ୍କ ଫିଲଡ଼-ଫଙ୍କସନ ସମ୍ପୂର୍ଣ୍ଣ ପଙ୍ଗୁ ହୋଇ ଯାଇଛି । ଲୋକ ପ୍ରତିନିଧି ମାନଙ୍କର ଅଧିକାର ରହିଛି ଲୋକଙ୍କ ସମସ୍ୟା ବୁଝିବା । କିନ୍ତୁ ଏଠି ସେମାନଙ୍କ ଅଧିକାରକୁ ହନନ କରାଯାଉଛି । ୫ଟି ସଚିବ ଜଣେ ପ୍ରଶାସନିକ ଅଧିକାରୀ ସେ ତାଙ୍କ କାମରେ ଅବହେଳା କରୁଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଦାୟିତ୍ୱ ନେଇ ସେ ଯେଉଁ ବୁଲୁଛନ୍ତି ତାହା ସମ୍ପୂର୍ଣ୍ଣ ଗଣତନ୍ତ୍ରର ବିରୋଧୀ । ଏହା ସହିତ ପାଣ୍ଡିଆନ ଯେମିତି ହେଲିକପ୍ଟର ଓ ପୋଲିସ ପ୍ରଶାସନ, ସ୍ଥାନୀୟ ଅଞ୍ଚଳର ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ବ୍ୟବହାର କରୁଛନ୍ତି ତାହା ଗ୍ରହଣୀୟ ନୁହେଁ । ସହିଦ ରଘୁ ଦିବାକରଙ୍କ ମାଟିରେ ବିଜେପି ପକ୍ଷରୁ ବିରୋଧ ହୋଇଛି । କାରଣ ରାଜ୍ୟରେ ଛାୟା ଶାସନ ଓ ମାୟା ଶାସନ ଚାଲିବ ନାହିଁ ବୋଲି ସେ କହିଛନ୍ତି ।

Leave a Reply

Your email address will not be published. Required fields are marked *