କିବ ଆକାଶରେ ଏଲିଏନ୍ସ ଦେଖାଯାଉଛନ୍ତି!

Spread the love

ମସ୍କୋ: ଋଷ ଓ ୟୁକ୍ରେନ ମଧ୍ୟରେ ଜାରି ଯୁଦ୍ଧ ସପ୍ତମ ମାସରେ ପହଞ୍ଚି ଯାଇଛି। ଏହା ମଧ୍ୟରେ ୟୁକ୍ରେନର ନାସନାଲ ଆକାଡେମୀ ଅଫ ସାଇନ୍ସେସର ମେନ ଆଷ୍ଟ୍ରୋନୋମିକାଲ ଅବଜୱେଟରୀ ପକ୍ଷରୁ ଏକ ଅବିଶ୍ବନୀୟ ଦାବି କରାଯାଇଛି। ଜାରି ରିପୋର୍ଟ ଅନୁଯାୟୀ ରାଜଧାନୀ କିବ ଆକାଶ ଅଜ୍ଞାତ ଉଡନ୍ତା ବସ୍ତୁ ବା ୟୁଏଫଓରେ ଭରିରହିଛି। ତେବେ ଆକାଶରେ କଣ ଉଡୁଛି ଏପର୍ଯ୍ୟନ୍ତ ତାହା ସ୍ପଷ୍ଟ ହୋଇନାହିଁ। ଏହା ଏଲିଏନ୍ସ କି ଶତ୍ରୁ ଦେଶର ଚାଲା ତାହା ବୁଝିପାରୁ ନାହିଁ ସଂସ୍ଥା।

କିବର ଦୁଇଟି ୱେଦର ଷ୍ଟେସନର ଡାଟାବେସରେ ୟୁଏଫଓକୁ ନେଇ ରିପୋର୍ଟ ପ୍ରକାଶ ପାଇଛି, କିନ୍ତୁ ଏପର୍ଯ୍ୟନ୍ତ ତାର ସମୀକ୍ଷା ହୋଇପାରି ନାହିଁ। ୟୁକ୍ରେନ ଆଷ୍ଟ୍ରାନମର କିବ ଓ ଆଖପାଖ ଆକାଶରେ କମ ଦୃଶ୍ୟମାନ ବସ୍ତୁ ଦେଖିବାକୁ ମିଳିଛି, ଯାହାର ବେଗ ବେଶ ଦ୍ରୁତ ରହୁଛି। କିବ ଓ ଦକ୍ଷିଣରେ ୭୫ ମିଲରେ ଥିବା ବିନାରିୱିକା ଗାଁରେ ଲାଗିଥିବା ୱେଦର ଷ୍ଟେସନରୁ ଏହାର ନିରୀକ୍ଷଣ କରାଯାଇଛି, କିନ୍ତୁ ଏହାକୁ ଚିହ୍ନଟ କରାଯାଇ ପାରିନାହିଁ।

ସରକାରୀ ଏଜେନ୍ସି ଏହାକୁ ୟୁଏଫଓ ଭାବେ ଚିହ୍ନଟ କରିଛି। ତେବେ ଟିମ ପକ୍ଷରୁ ରିପୋର୍ଟରେ ଉଲ୍ଲେଖ କରାଯାଇଛି କି, ଆମେ ବହୁ ସଂଖ୍ୟାରେ ଉଡନ୍ତା ବସ୍ତୁସବୁ ଦେଖିବାକୁ ପାଉଛୁ ଓ ପ୍ରାୟତଃ ସବୁ ଯାଗାରେ ଦେଖା ଯାଉଛି। ରିସର୍ଚ୍ଚ ଟିମ ଏହାକୁ ଦୁଇଟି କ୍ୟାଟେଗୋରୀରେ ବିଭକ୍ତ କରିଛି। ପ୍ରଥମ କ୍ୟାଟେଗୋରୀରେ ଚମକଦାର ବସ୍ତୁ ଥିବା ବେଳେ ଏହାକୁ କସମିକ କୁହାଯାଉଛି । ଅନ୍ୟଟି ଅନ୍ଧକାର ବସ୍ତୁ ଯାହାକୁ ଫେଣ୍ଟମ କୁହାଯାଉଛି। ସାଧାରଣ ଭାଷାରେ ଫେଣ୍ଟମର ଅର୍ଥ ଛାୟା। କସମିକ୍ସ ହେଉଛି ପ୍ରକାଶମାନ ପିଣ୍ଡ, ଯାହା ଆକାଶ ତୁଳାନାରେ ଅଧିକ ଚମକଦାର, ଯେତେବେଳେ କି ଫେଣ୍ଟମ ଏକ ଅନ୍ଧାରୁଆ ବସ୍ତୁ, ଏହା ସମ୍ପୂର୍ଣ୍ଣ ରୂପେ କଳା।

ତେବେ କିଛି ଏହାକୁ ୟୁଏଫଓ ବା ଏଲିଏନ୍ସଙ୍କ ଯାନ କହୁଥିବା ବେଳେ ବିଶେଷଜ୍ଞ ଏହାକୁ ଶତ୍ରୁ ଦେଶର କୌଣସି ଚାଲ ଭାବେ ଦେଖୁଛନ୍ତି। ଏହା ଉପରେ ଅଧିକ ପରୀକ୍ଷା ଓ ଗବେଷଣାର ଆବଶ୍ୟକତା ରହିଛି, ଏହା ପରେ ହିଁ ଏହି ବିସ୍ମୟକାରୀ ବସ୍ତୁ ସମ୍ପର୍କରେ ସ୍ପଷ୍ଟ ଜଣାଯିବ।

Leave a Reply

Your email address will not be published. Required fields are marked *