ବାଲି ଜି-୨୦ରେ ମୋଦିଙ୍କ ଭୂମିକାକୁ ବାଇଡେନଙ୍କ ପ୍ରଶଂସା

Spread the love

ୱାସିଂଟନ: ଇଣ୍ଡୋନେସିଆରେ ଅନୁଷ୍ଠିତ ଜି-୨୦ ଶୀଖର ସମ୍ମିଳନୀ ପରେ ଭାରତର ପ୍ରଶଂସାରେ ଶତମୁଖର ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ। ଶୁକ୍ରବାର ହ୍ବାଇଟ ହାଉସ ପକ୍ଷରୁ କୁହାଯାଇଛି କି, ଜି-୨୦ ଶୀଖର ସମ୍ମିଳନୀର ବାଲି ଘୋଷଣାପତ୍ରରେ ସହମତି ସଂଗ୍ରହ କରିବାରେ ଭାରତ ମହତ୍ବପୂର୍ଣ୍ଣ ଭୂମିକା ତୁଲାଇଛି। ଋଷ-ୟୁକ୍ରେନ୍‌ ଯୁଦ୍ଧ ବନ୍ଦ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ  ଆହ୍ବାନକୁ  ପ୍ରଶଂସା କରିଛି ହ୍ବାଇଟହାଉସ।

ହ୍ବାଇଟ ହାଉସର ପ୍ରେସ ସଚିବ କାରାଇନ ଜିନ-ପିୟରେ କହିଛନ୍ତି କି,  ଅନ୍ୟ ପ୍ରାଥମିକତା ସବୁ ବ୍ୟତୀତ ଆମ ନିକଟରେ ଶକ୍ତ ବୈଶ୍ବିକ ଅର୍ଥ ବ୍ୟବସ୍ଥା ଜାରି ରଖିବା ସହ ଖାଦ୍ୟ ଓ ଶକ୍ତି ସୁରକ୍ଷା ଚ୍ୟାଲେଞ୍ଜକୁ ଦୂର କରିବାର ଆବଶ୍ୟକତା ରହିଛି। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଗୁରୁବାର ଦିନ ବାଲିରେ ଜି-୨୦ ସମ୍ମିଳନୀରେ ସାମିଲ ହୋଇ ଇଣ୍ଡୋନେସିଆରୁ ଫେରିଛନ୍ତି। ଭାରତ ଡିସେମ୍ବର ଜି-୨୦ ସମ୍ମିଳନୀର ଅଧ୍ୟକ୍ଷତା ସମ୍ଭାଳିଛି। ଭାରତର ଅଧ୍ୟକ୍ଷତା ଉପରେ ଅନ୍ତରାଷ୍ଟ୍ରୀୟ ସମୂଦାୟର ଦୃଷ୍ଟି ରହିଛି ଓ ଆଶା ଭାରତ ଜି-୨୦ ଇତିହାସରେ ଏକ ମାଇଲ ଖୁଣ୍ଟ ସ୍ଥାପନ କରି  ବୋଲି ଆମେରିକା ପ୍ରେସ ସଚିବ କହିଛନ୍ତି।

Leave a Reply

Your email address will not be published. Required fields are marked *