ଆପ୍ଲାଏଡ୍ ମାଟେରିଆଲ୍ସ ସିଇଓ ଗ୍ୟାରି ଇ. ଡିକରସନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ

Spread the love

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୱାଶିଂଟନ୍ ଡିସିରେ ଆପ୍ଲାଏଡ୍ ମାଟେରିଆଲ୍ସର ଅଧ୍ୟକ୍ଷ ତଥା ସିଇଓ ଶ୍ରୀ ଗ୍ୟାରି ଇ. ଡିକରସନଙ୍କୁ ଭେଟିଛନ୍ତି ।

ଭାରତରେ ସେମିକଣ୍ଡକ୍ଟର ଇକୋସିଷ୍ଟମକୁ ମଜଭୁତ କରିବାରେ ଯୋଗଦାନ ପାଇଁ ପ୍ରଧାନମନ୍ତ୍ରୀ ଆପ୍ଲାଏଡ୍ ମାଟେରିଆଲ୍ସକୁ ଆମନ୍ତ୍ରଣ କରିଛନ୍ତି । ଏଥିସହ ଭାରତରେ ପ୍ରକ୍ରିୟା ପ୍ରଯୁକ୍ତି ଏବଂ ଉନ୍ନତ ପ୍ୟାକେଜିଂ ଦକ୍ଷତାର ବିକାଶ ପାଇଁ ମଧ୍ୟ ଆପ୍ଲାଏଡ୍ ମାଟେରିଆଲ୍ସକୁ ଆମନ୍ତ୍ରଣ କରିଛନ୍ତି ।

କୁଶଳ କର୍ମଜୀବୀ ସୃଷ୍ଟି କରିବା ନିମନ୍ତେ ଭାରତର ଶିକ୍ଷା ଅନୁଷ୍ଠାନ ସହ ଆପ୍ଲାଏଡ୍ ମାଟେରିଆଲ୍ସର ସହଯୋଗ କ୍ଷମତା ଉପରେ ପ୍ରଧାନମନ୍ତ୍ରୀ ଏବଂ ଶ୍ରୀ ଡିକରସନ୍ ଆଲୋଚନା କରିଥିଲେ ।

Leave a Reply

Your email address will not be published. Required fields are marked *