ଆଙ୍ଗ ସାନ ସୁଙ୍କ ବଢିଲା ଜେଲ ମିଆଦ

Spread the love

ନୂଆଦିଲ୍ଲୀ: ମିଆମାରର ଏକ କୋର୍ଟ ନେତା ଆଙ୍ଗ ସାନ ସୁଙ୍କ ବିରୋଧରେ ଅନ୍ୟ କିଛି ଭ୍ରଷ୍ଟାଚାର ମାମଲାରେ ଦୋଷୀ ସାବ୍ୟସ୍ତ କରିଛନ୍ତି। କୋର୍ଟ ଏଥିପାଇଁ ତାଙ୍କ ଜେଲ ଅବଧିକୁ ଆଉ ୬ ବର୍ଷ ବଢାଇ ଦେଇଛନ୍ତି। ଏହା ପୂର୍ବରୁ ୨୦୨୨ ଏପ୍ରିଲରେ କୋର୍ଟ ସୁଙ୍କୁ ଭ୍ରଷ୍ଟାଚର ମାମଲାରେ ୫ ବର୍ଷର ଜେଲ ଦଣ୍ଡାଦେଶ ଶୁଣାଇଥିଲେ।
ମିଆମାର ସୈନ୍ୟ ସରକାର ସୁଙ୍କ ବିରୋଧରେ ଚାଲିଥିବା ମକଦମାର ଶୁଣାଣି ବନ୍ଦ କୋଠରୀରେ କରିଛନ୍ତି। ଏସମ୍ପର୍କରେ ସେଠାକାର ଆଇନ ଅଧିକାରୀ ସୂଚନା ଦେଇଛନ୍ତି କି, ସୁ ଭ୍ରଷ୍ଟାଚାର ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ସୁଙ୍କ ବିରୋଧରେ ମୋଟ ୧୧ଟି ମାମଲାରେ ମକଦମା ଚାଲିଛି।
ଜାନୁଆରୀ ୨୦୨୨ରେ ସୁଙ୍କ ବିରୋଧରେ ଅବୈଧ ରୂପେ ଅର୍ଥ ଠୁଳ କରିବାର ଅଭିଯୋଗ ହୋଇଥିଲା। ଏହା ବ୍ୟତୀତ କରୋନା ନିୟମର ଉଲ୍ଲଙ୍ଘନ କରିବା ଅପରାଧରେ ତାଙ୍କୁ ୪ ବର୍ଷ ଦଣ୍ଡାଦେଶ ହୋଇଥିଲା। ସମାଚାର ଏଜେନ୍ସି ଏଏଫପି ଅନୁଯାୟୀ ୨୦୨୧ ଫେବୃଆରୀରେ ସେନା ହାତକୁ ଦେଶର ଶାସନ ଭାର ନେଇଥିଲେ। ଏହା ପରେ ତାଙ୍କ ଘର ଉପରେ ଚଢାଉ କରାଯାଇ ସେ ୱାକି ଟକି ରଖିଥିବା ଜଣାପଡିଥିଲା, ଯାହା ମିଆମାରରେ ନିଷିଦ୍ଧ।
ଏହା ପରେ ମିଆମାରରେ ହିଂସା ଦେଖିବାକୁ ମିଳିଥିଲା, ଏଥିରେ ୧୫ଶହ ଲୋକଙ୍କ ମୃତ୍ୟୁ ହୋଇଥିଲା। ଏହାକୁ ନେଇ ସେନା ତାଙ୍କ ଉପରେ ପ୍ରାୟ ଏକ ଡର୍ଜନ ମାମଲା ଦାୟର କରିଥିଲା। ଯେଉଁ ଅଭିଯୋଗରେ ତାଙ୍କୁ ୧୦୦ ବର୍ଷରୁ ଅଧିକ ଦିନର ଦଣ୍ଡାଦେଶ ହୋଇପାରେ।

Leave a Reply

Your email address will not be published. Required fields are marked *