ଅନ୍ଧାରରେ ବାଂଲାଦେଶ

Spread the love

ନୂଆଦିଲ୍ଲୀ: ମଙ୍ଗଳବାର ବାଂଲାଦେଶର ନ୍ୟାସନଶଲ ପାୱାର ଗ୍ରୀଡ ଫେଲ ହେବା କାରଣରୁ ପୂରା ବାଂଲାଦେଶ ବ୍ଲାକ ଆଉଟ ହୋଇଯାଇଛି। ସରକାରୀ ବିଜୁଳି କମ୍ପାନୀ କହିଛି , ଗ୍ରୀଡ ଫେଲ ହେବା କାରଣରୁ ସାରା ଦେଶରେ ବିଜୁଳି ସେବା ଠପ୍ ହୋଇଛି। ଏହା ଫଳରେ ବାଲାଂଦେଶର ପ୍ରାୟ ୧୪ କୋଟିରୁ ଅଧିକ ଲୋକେ ବିନା ବିଜୁଳିରେ ରହିବାକୁ ବାଧ୍ୟ ହେଉଛନ୍ତି।

ବାଂଲା ସରକାରଙ୍କ ଦ୍ୱାରା ପରିଚାଳିତ ବାଲାଂଦେଶ ପାୱାର ଡେଭଲପମେଣ୍ଟ ବୋର୍ଡର ଅଧିକାରୀ କହିଛନ୍ତି ଦେଶର ପୂର୍ବ ଅଞ୍ଚଳରେ ବିଜୁଳି ଟ୍ରାନ୍ସମିଶନ ଫେଲ ରହିଛି। ରାଜଧାନୀ ଢାକା ସମେତ ଅନ୍ୟ ବଡ ବଡ ସହରର ସମସ୍ତ ପାୱାର ପ୍ଳାଣ୍ଟ ବନ୍ଦ ହେବା କାରଣରୁ ବିଜୁଳି କାଟିବାକୁ ପଡିଛି। ତେବେ କେଉଁଟି ତ୍ରୁଟି ରହିଛି ଏବଂ କାହିଁକି ଏପରି ହେଲା ତାହା ଜାଣିବାକୁ ଇଞ୍ଜିନିୟର ପ୍ରୟାସ କରୁଛନ୍ତି। ଏହାକୁ ଠିକ୍ କରିବାକୁ ଅନେକ ସମୟ ଲାଗିପାରେ ବୋଲି କହିଛନ୍ତି ବିଜୁଳି ବିଭାଗର ମୁଖପାତ୍ର।

Leave a Reply

Your email address will not be published. Required fields are marked *