କାବୁଲରେ ବିସ୍ଫୋରଣ

Spread the love

କାବୁଲ: ଆଫଗାନିସ୍ତାନର ରାଜଧାନୀ କାବୁଲରେ ଥିବା ହୋଟେଲ ନିକଟରେ ବିସ୍ଫୋରଣ ସହ ହୋଟେଲ ଭିତରେ ପଶି ଆତତାୟୀଙ୍କ ଗୁଳିବର୍ଷା। ଏହା କାବୁଲର ଏକ ପ୍ରମୁଖ ବ୍ୟବସାୟିକ ସ୍ଥଳୀ।

ଏହି ହୋଟେଲଟି ଚୀନି ପର୍ଯ୍ୟଟକଙ୍କ ଅତି ପ୍ରିୟ। ତେବେ ସୋମବାର ଦିନ ହଠାତ୍ ହୋଟେଲ ନିକଟରେ ସିରିଜ ବିସ୍ଫୋରଣ ହେବା ସହ କିଛି ଲୋକ ବନ୍ଧୁକ ଧରି ହୋଟେଲ ଭିତରେ ପଶି ଆଖିବୁଜା ଗୁଳି ଚାଳନା କରିଥିଲେ। ତେବେ ଏଥିରେ ହୋଇଥିବା ଜୀବନ ହାନୀକୁ ନେଇ କୌଣସି ସୂଚନା ମିଳିପାରି ନାହିଁ।

ଏହା ପୂର୍ବରୁ ମଧ୍ୟ ଆଫଗାନିସ୍ଥାନରେ ଏକାଧିକ ବିସ୍ଫୋରଣ ଓ ଗୁଳିମାଡର ଘଟଣା ଘଟିଛି। ଗୋଟିଏ ପଟେ ଆଫଗାନିସ୍ଥାନରେ ଶାସନ କରୁଥିବା ତାଲିବାନୀ ସରକାର ଦେଶରେ ସୁରକ୍ଷା ବ୍ୟବସ୍ଥାରେ ସୁଧାର ଆଣିଥିବା ଦାବି କରୁଥିଲେ ମଧ୍ୟ ଥମୁନି ଆକ୍ରମଣ।  ଗତ ସପ୍ତାହରେ ମଜାର ଇ ସରିଫ ନିକଟ ରାସ୍ତାରେ ଏକ ବସରେ ବିସ୍ଫୋରଣ ଘଟି ୭ ଜଣଙ୍କ ମୃତ୍ୟୁ ହୋଇଥିଲା।

ସେହିପରି ଦୁଇ ସପ୍ତାହ ପୂର୍ବରୁ ଉତ୍ତର ଆଫଗାନର ଏକ ସ୍କୁଲ ଉପରେ ବୋମାମାଡ ଫଳରେ ୧୭ ଜଣଙ୍କ ମୃତ୍ୟୁ ହୋଇଥିଲା। ମୃତକଙ୍କ ମଧ୍ୟରେ ଅଧିକାଂଶ ଛାତ୍ରଛାତ୍ରୀ ଥିଲେ।  ସେପ୍ଟେମ୍ବରରେ  ଏକ ହଲରେ ପରୀକ୍ଷା ଚାଲିଥିବା ବେଳେ ହୋଇଥିବା  ଆତ୍ମଘାତି ବିସ୍ଫୋରଣରେ ୫୪ ଜଣଙ୍କ ମୃତ୍ୟୁ ହୋଇଥିଲା, ଯେଉଁମାନଙ୍କ ମଧ୍ୟରେ ୫୧ ବାଳିକା ଥିଲେ।

Leave a Reply

Your email address will not be published. Required fields are marked *