ପୁଣି ଜାତିସଂଘ ଜେରାର ସମ୍ମୁଖୀନ ଚୀନ

Spread the love

ବେଜିଂ: ତିବ୍ଦତରେ ଚୀନର ମାନବାଧିକାର ଉଲ୍ଲଙ୍ଘନକୁ ନେଇ ପୁଣି ଥରେ ଚୀନ ଆସିଛି ଜାତିସଂଘ ଯାଞ୍ଚ ବଳୟକୁ ଆସିଛି। ଜେନେଭାରେ ଜାତି ସଂଘର ଆର୍ଥିକ, ସାମାଜିକ, ସାଂସ୍କୃତିକ ଅଧିକାରକୁ ନେଇ ଅନୁଷ୍ଠିତ ସମିତିର ଶେଷ ଦୁଇ ଦିନରେ ଚୀନକୁ ଜେରା କରାଯାଇଥିଲା।

ସଂଯୁକ୍ତ ରାଷ୍ଟ୍ରର ସର୍ବୋଚ୍ଚ ମାନବାଧିକାର ସଂଗଠ ଆର୍ଥିକ, ସାମାଜିକ ଓ ସାଂସ୍କୃତିକ ଅଧିକାର ସମ୍ପର୍କକୁ ନେଇ  ବିଶ୍ବ ସଂଗଠନ ନିକଟରେ ତୃତୀୟଥର ପାଇଁଚୀନର ସମୀକ୍ଷା କରିଥିବା କୁହାଯାଉଛି। ମାନବାଧିକାର ଓକିଲମାନେ ତିବ୍ଦତରେ ନରସଂହାର ଓ ଅନ୍ୟାନ୍ୟ ଦୁର୍ବ୍ୟବହାର, କୋଭିଡ-୧୯, ମାନବାଧିକାର ହନନ ଓ ହଂକଂରେ ଆଇନ ସୁରକ୍ଷାକୁ ନେଇ ସୃଷ୍ଟି ହୋଇଥିବା ଅସନ୍ତୋଷକୁ ଉତ୍ଥାପନ କରିଛନ୍ତି।

କିନ୍ତୁ ସେହି ସବୁ ଘଟଣାକୁ ଏକ ବାର୍ଷିକ ସମ୍ବେଦନଶୀଳ ପ୍ରକ୍ରିୟାର ଅଂଶ ରୂପେ ଦର୍ଶାଯାଇ ତାହାକୁ ଘୋଡେଇ ଦେବାକୁ ଚେଷ୍ଟା କରିଛି ଚୀନ। ବାସ୍ତବତା ହେଉଛି, ଚୀନ ତିବ୍ଦତ ଓ ତାର ଲୋକଙ୍କୁ ନିଜ ଅଧୀନକୁ ଆଣିବାକୁ ତୀବ୍ର ପ୍ରୟାସ କରୁଛି।  ଏହି ଶୃଙ୍ଖଳାରେ ରାଜ୍ୟ ଟେଲିଭିଜନରେ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରସାରଣ କରାଯାଉଛି, ଯାହାର ଉଦ୍ଦେଶ୍ୟ କି, ବୌଦ୍ଧ ଧର୍ମ ଚୀନ ବିଶେଷତାଧୀନ ଏକ ପ୍ରାଚୀନ ଚୀନୀ ଧର୍ମ।

ନ୍ୟୁଜ ଏଜେନ୍ସି ପର୍ଦ୍ଦାଫାସ ମୁତାବକ, ତିବ୍ଦତ ନୂଆ ବର୍ଷ ଅବସରରେ ୨୦୨୩ ଫେବୃଆରୀ ୨୧ରେ ଚୀନରେ ନିଯୋଜିତ ପଞ୍ଚେନ ଲାମା ଚୀନ କମୁନିଷ୍ଟ ପାର୍ଟିର ବରିଷ୍ଠ ଅଧିକାରୀ ଶି ତାଇପେଙ୍ଗଙ୍କ ସହ ଏକ ବୈଠକରେ କଥିତ ରୂପେ କହିଛନ୍ତି କି, ସେ କମୁନିଷ୍ଟ ପାର୍ଟିର ନିର୍ଦ୍ଦେଶ ପାଳନ କରିବେ।

Leave a Reply

Your email address will not be published. Required fields are marked *