ନେପାଳରେ ପୁଣି ଭୂମିକମ୍ପ

Spread the love

ନୂଆଦିଲ୍ଲୀ: ପୁଣି ନେପାଳରେ ଭୂମିକମ୍ପ। ମଙ୍ଗଳବାର ସଂଧ୍ୟା ୬.୧୮ରେ ନେପାଳର ଅକଚାମ ଜିଲ୍ଲାର ବାବାଲ ଅଞ୍ଚଳରେ ଭୂକମ୍ପର ଝଟକା ଅନୁଭୂତ ହୋଇଛି। ଜାତୀୟ ଭୂକମ୍ପ ମନିଟରିଂ ଆଣ୍ଡ ରିସର୍ଚ୍ଚ ସେଣ୍ଟର ଅନୁଯାୟୀ ଏହି ଭୂକମ୍ପର ତୀବ୍ରତା ଥିଲା ୪.୨ ମାଗନିଚ୍ୟୁଟ। ବିଗତ ଦୁଇ ସପ୍ତାହରେ ଏହା ନେପାଳରେ ହୋଇଥିବା ଚତୁର୍ଥ ଭୂମିକମ୍ପ।

ତେବେ ଏହି ଭୂକମ୍ପରେ କେହି ମୃତାହତ ହୋଇଥିବା ସୂଚନା ମିଳିନାହିଁ।

ଶନିବାର ଦିନ ଦିଲ୍ଲୀ ଏନସିଆର ଓ ଅନ୍ୟ ଉତ୍ତରାଞ୍ଚଳ କିଛି ରାଜ୍ୟରେ ଭୂମିକମ୍ପ ଅନୁଭୂତ ହୋଇଥିଲା। ନେପାଳରେ ଅନୁଭୂତ ୫.୪ ମାଗ୍ନିଚ୍ୟୁଟ ତୀବ୍ରତାର ଭୂକମ୍ପର ଫଳ ସ୍ବରୂପ ଏହି କମ୍ପନ ଅନୁଭୂତ ହୋଇଥିଲା। ଗୁରୁବାର ଦିନ ମଧ୍ୟ ଏହି ପାହାଡି ଦେଶରେ ୪.୧ ମାଗନିଚ୍ୟୁଟର ଭୂମିକମ୍ପ ଅନୁଭୂତ ହୋଇଥିଲା। ଏହାର କେନ୍ଦ୍ରସ୍ଥଳି ଥିଲା ବାଜୁରା ଜିଲ୍ଲାର କାଡା ଅଞ୍ଚଳରେ, କାଠମାଣ୍ଡୁଠାରୁ ୭୫୦ କିମି ଦୂରରେ।

Leave a Reply

Your email address will not be published. Required fields are marked *