ବାଲି ବୋଝେଇ ଭାରିଯାନ ପାଇଁ ପୋଲ ଭୁଶୁଡିବା ଆଶଙ୍କା

Spread the love

କେନ୍ଦ୍ରାପଡା: କେନ୍ଦ୍ରାପଡ଼ା କେନାଲ୍‌ର ଡେରାବିଶ ଦାନପୁରଠାରେ ବିପଦସଙ୍କୁଳ ଅବସ୍ଥାରେ ଥିବା ଲକ୍ ପୋଲରେ  ଭାରୀଯାନ ଚଳାଚଳ ନେଇ ପ୍ରକାଶ ପାଇଛି ଅସନ୍ତୋଷ । ଏହା ଉପରେ ଦୈନିକ   ଶହଶହ ବାଲି ବୋଝେଇ ଟ୍ରକ  ଯାତାୟାତ କରୁଥିବା ବେଳେ  ଯେକୈଣସି ମୁହୂର୍ତ୍ତରେ ପୋଲ ଭୁଶୁଡ଼ିବାର ଆଶଙ୍କା ପ୍ରକାଶ ପାଇଛି । ସେପଟେ ବିଭାଗୀୟ ଅଧିକାରୀଙ୍କୁ ସ୍ଥାନୀୟ ବୁଦ୍ଧିଜୀବୀ ଅଭିଯୋଗ କରିଥିଲେ ବି ଫଳଶୂନ ।

ଇଂରେଜ ସରକାରଙ୍କ ଅମଳରେ ନୌବାଣିଜ୍ୟ ତଥା ଚାଷଜମିକୁ ଜଳସେଚନ ପାଇଁ କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ଦାନପୁର  କେନାଲ୍‌ ଉପରେ ନିର୍ମିତ ହୋଇଥିଲା କେନ୍ଦ୍ରାପଡ଼ା  ଲକ୍ ପୋଲ । ଇଂରେଜମାନଙ୍କ ଦ୍ଵାରା ନିର୍ମିତ  ଏହି ଲକ୍ ପୋଲ ଏବେ ବିପଦସଙ୍କୁଳ ଅବସ୍ଥାରେ।  ୧୫ ବର୍ଷ ତଳେ  ଏହି ଲକର ୨୦୦ ମିଟର ଉପରକୁ ଲୁଣା ନଦୀରେ ଏକ ସେତୁ ନିର୍ମାଣ କରାଯାଇଥିଲା । ଯାହା କି ଚାନ୍ଦୋଳ – ଦାନପୁର ରାସ୍ତା ସଂଯୋଗ କରୁଛି।

ଅପରପକ୍ଷେ ହାଲୁକା ଯାନ ଯାତାୟ.ତ ପାଇଁ ନିର୍ମିତ ହୋଇଥିବା ଏହି ଅଣଓସାରିଆ  ପୋଲ ଉପର ଦେଇ ଗତ କିଛି ବର୍ଷ ହେଲା ଲୁଣାନଦୀର ବିଭିନ୍ନ ବାଲି ଘାଟରୁ ଦୈନିକ ଶହଶହ  ଭାରିଯାନ ବାଲି ବୋଝେଇ କରି ପରିବହନ କରୁଛି। ତେବେ ଭାରି ଯାନ ଯାତାୟାତ ଯୋଗୁଁ ବିପଦସଙ୍କୁଳ ଅବସ୍ଥାରେ ଥିବା ପୋଲଟି ଭୁଶୁଡି ପଡିବା ନେଇ ଆଶଙ୍କା ପ୍ରକାଶ ପାଇଛି । ସେପଟେ ଏହି ଘଟଣାକୁ ଉପଜିଲ୍ଲାପାଳ ଗୁରୁତ୍ୱର ସହ ନେଇ ବିଭାଗୀୟ ଅଧିକାରୀଙ୍କୁ ତୁରନ୍ତ ପଦକ୍ଷେପ ନେବା ପାଇଁ ନିର୍ଦେଶ ଦେଇଛନ୍ତି.।

ଦିଲ୍ଲୀପ ମହାନ୍ତିଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *