ଗଣତନ୍ତ୍ର ଦିବସରେ ଆସିବେ ଇଜିପ୍ଟ ରାଷ୍ଟ୍ରପତି

Spread the love

ନୂଆଦିଲ୍ଲୀ: ୨୦୨୩  ଜାନୁଆରୀ ୨୬ ଗଣତନ୍ତ୍ର ଦିବସ ପାଳନ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ ଆରବ ରିପବ୍ଲିକ ଅଫ ଇଜିପ୍ଟର ରାଷ୍ଟ୍ରପତି ଅବ୍ଦୁଲ ଫତହ ଅଲ ସିସି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିମନ୍ତ୍ରଣକୁ ସ୍ବୀକାର କରି ଇଜିପ୍ଟ ରାଷ୍ଟ୍ରପତି ଏହି ଗଣରାଜ୍ୟ ଦିବସରେ ଆଂଶ ଗ୍ରହଣ କରିବାକୁ ଯାଉଛନ୍ତି। ଇଜିପ୍ଟ ରାଷ୍ଟ୍ରପତି ଗଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ହେବାର ଏହା ପ୍ରଥମ ଘଟଣା ହେବାକୁ ଯାଉଛି।

ସମ୍ପ୍ରତି ଉଭୟ ଦେଶ ମଧ୍ୟରେ ବନ୍ଧୁତ୍ବପୂର୍ଣ୍ଣ ସମ୍ପର୍କ ରହିଛି। ଉଭୟ ଦେଶ ମଧ୍ୟରେ ଚଳିତ ବର୍ଷ ରାଜନୈତିକ ସମ୍ବନ୍ଧ ସ୍ଥାପନର ୭୫ ତମ ଜୟନ୍ତୀ ଅବସରରେ ଭାରତ ଜି-୨୦ର ଅଧ୍ୟକ୍ଷତା କରୁଛି। ଏହି ଅବସରରେ ଭାରତ ଇଜିପ୍ଟକୁ ଆମନ୍ତ୍ରଣ କରିଛି। ।   

Leave a Reply

Your email address will not be published. Required fields are marked *