ମହିଳାଙ୍କ ଜନନାଙ୍ଗ ପରିବର୍ତ୍ତନ ଏକ ଅପରାଧ: ପୋପ

Spread the love

ନୂଆଦିଲ୍ଲୀ: ଭେଟିକାନ ଚର୍ଚ୍ଚରେ ଅବସ୍ଥାପିତ ଇସାଇ ଧର୍ମଗୁରୁ ପୋପ ଫ୍ରାନ୍ସିସ ମହିଳାଙ୍କ ଅଧିକାର, ସମାନତାକୁ ନେଇ ଦେଇଛନ୍ତି ବଡ ବୟାନ। ସେ କହିଛନ୍ତି ମହିଳାମାନଙ୍କ ଜନନାଙ୍ଗ ପରିବର୍ତ୍ତନ ଏକ ଅପରାଧ। ବାହରିନ ଯାତ୍ରା କାଳରେ ମହିଳାଙ୍କ ଜନନାଙ୍ଗ ପରିବର୍ତ୍ତନ ଉପରେ ପ୍ରଶ୍ନ ପଚରାଯିବାରୁ ସେ ଏପରି କହିଥିଲେ।

ପୋପ ଫ୍ରାନ୍ସିସଙ୍କ ବାହରିନ ଗସ୍ତ କାଳରେ ମହିଳାଙ୍କ ଜନନାଙ୍ଗ ପରିବର୍ତ୍ତନକୁ ନେଇ ପ୍ରଶ୍ନ କରାଯିବାରୁ ସେ କହିଛନ୍ତି କି, ଏହା ଅତ୍ୟନ୍ତ ଭୟଙ୍କର କଥା କି ଆଜି ମଧ୍ୟ ଏପରି କାର୍ଯ୍ୟ ଉପରେ ପ୍ରତିବନ୍ଧକ ଲଗାଇବାରେ ଆମେ ଅସମର୍ଥ ଅଛୁ। ଏହା ଖାଲି ଅପରାଧ ନୁହେଁ ବରଂ ଅପରାଧିକ କାର୍ଯ୍ୟ।

ଇରାନରେ ହିଜାବକୁ ନେଇ ଜଣେ ୨୨ ବର୍ଷୀୟ ଇରାନୀ ଯୁବତୀ ମହସା ଅମିନୀଙ୍କ ଗିରଫଦାରୀ ପରେ ପୁଲିସ କଷ୍ଟଡିରେ ମୃତ୍ୟୁ ହୋଇଥିଲା। ଏହାକୁ ନେଇ ହୋଇଥିବା ପ୍ରଶ୍ନରେ ପୋପ ମହିଳାଙ୍କ ଜନନାଙ୍ଗ ପରିବର୍ତ୍ତନ ସମ୍ପର୍କରେ ନିଜ ରାୟ ରଖିଥିଲେ। ସେ ଆହୁରି କହିଥିଲେ କି, ଆଜି ମଧ୍ୟ ଦୁନିଆରେ ଏମିତି କିଛି ସଂସ୍କୃତି ରହିଛି, ଯେଉଁଠି ମହିଳାଙ୍କୁ ପୁରୁଷଙ୍କଠାରୁ ହୀନ ଦେଖା ଯାଉଛି।

ପୋପ କହିଛନ୍ତି, ପୁରୁଷ ଓ ମହିଳା ଉଭୟ ଇଶ୍ବରଙ୍କ ସୃଷ୍ଟି। ଦୁହିଁଙ୍କୁ ଈଶ୍ବର ସମାନ ଭାବେ ସୃଷ୍ଟି କରିଛନ୍ତି। ଭେଟିକାନରେ ସେ ଦେଖିଛନ୍ତି, ଜଣେ ମହିଳା କାମ କରିବା ଆରମ୍ଭ କରିଲେ ଅନେକ କ୍ଷେତ୍ରରେ ସୁଧାର ଆସେ। କିନ୍ତୁ ଯେଉଁ ସମାଜ ମହିଳାଙ୍କ ସାର୍ବଜନୀନ ଜୀବନକୁ ନଷ୍ଟ କରୁଛି ସେହି ସମାଜର ବିକାଶ ହେବ ନାହିଁ।

ମହିଳାଙ୍କ ଜନନାଙ୍ଗ ପରିବର୍ତ୍ତନ ବା ଫିମେଲ ଜେନିଟଲ ମ୍ୟୁଟିଲେଶନ (ଏଫଜିଏମ) ହେଉଛି ଏକ ପ୍ରକ୍ରିୟା, ଯେଉଁଥିରେ ବିନା କାରଣରେ ମହିଳାଙ୍କ ଜନନାଙ୍ଗର ବାହାର ଅଂଶକୁ ପୂର୍ଣ୍ଣ ବା ଆଂଶିକ ରୂପେ କାଟି ଅଲଗା କରାଯାଇଥାଏ। ଋଢିବାଦୀଙ୍କ ବିଶ୍ବାସ ଏପରି କରିବା ଦ୍ବାରା ମହିଳାଙ୍କ ଯୌନ ଇଛା ହ୍ରାସ ପାଇଥାଏ।

ପୋପ ଫାନ୍ସିସ ସର୍ବଦା ମହିଳାଙ୍କୁ ଅଗ୍ରାଧିକାର ଦେଇ ଆସିଛନ୍ତି। ପୂର୍ବରୁ ମହିଳାଙ୍କ ନିଷ୍ପତ୍ତି ନେବାରୁ ନିବୃତ୍ତ କରାଯାଉଥିଲା। ମହିଳାଙ୍କୁ ହୀନ ଦୃଷ୍ଟି ଦେଖୁଥିଲା ଇସାଇ ସମ୍ପ୍ରଦାୟ। କିନ୍ତୁ ଫ୍ରାନ୍ସିସ ପୋପ ଦାୟିତ୍ବ ନେବା ପରେ ମହିଳାଙ୍କୁ ପ୍ରାଧାନ୍ୟ ଦେଇ ଆସିଛନ୍ତି। ତାଙ୍କ ପ୍ରଚେଷ୍ଟାରୁ ବିଶ୍ବର ବିଭିନ୍ନ ଇସାଇ ଦେଶରେ ମହିଳାଙ୍କୁ ମିଳିଛି ସ୍ବାଧୀନତା।

Leave a Reply

Your email address will not be published. Required fields are marked *