କଂଗ୍ରେସ ବୈଠକରେ ପୂର୍ବତନ ରାଷ୍ଟ୍ରପତି ହୁଙ୍କୁ ଅପମାନ

Spread the love

ନୂଆଦିଲ୍ଲୀ: ଚୀନର ରାଷ୍ଟ୍ରପତି ସି ଜିନପିଙ୍ଗ ତୃତୀୟ ଥର ପାଇଁ ରାଷ୍ଟ୍ରପତି ପଦ ହାତେଇବାକୁ ପ୍ରତିଦ୍ବନ୍ଦ୍ବୀଙ୍କୁ ନିଜର କ୍ଷମତା ଦେଖାଇା ଆରମ୍ଭ କରିଦେଇଛନ୍ତି। ଶନିବାର ଦିନ ନିଜ ସମ୍ବିଧାନର ପରିବର୍ତ୍ତନ ସହିତ ବହୁ ପ୍ରସ୍ତାବ ପାରିତ କରିଛନ୍ତି କ୍ୟମ୍ୟୁନିଷ୍ଟ ପାର୍ଟି ଅଫ ଚାଇନା ବା ସିପିସି କଂଗ୍ରେସ ବୈଠକରେ। ତେବେ ଏହି ବୈଠକର ଅନ୍ତିମ ଚରଣରେ ସି ଜିନପିଙ୍ଗ ତାଙ୍କ ପୂର୍ବରୁ ରାଷ୍ଟ୍ରପତି ଥିବା ହୁ ଜିତାଓଙ୍କୁ ବୈଠକରୁ ବାହାର କରିଦେଇଥିବା ଦେଖିବାକୁ ମିଳିଛି। ଦୁଇ ଜଣ ସୁରକ୍ଷା କର୍ମୀ ଜିନପିଙ୍ଗଙ୍କ ପାଖ ଚୌକିରେ ବସିଥିବା ହୁଙ୍କ ହାତ ଧରି ସେଠାରୁ ତାଙ୍କୁ ନେଇଯାଇଥିବାର ଭିଡିଓରେ ଦେଖିବାକୁ ମିଳିଛି। ତେବେ ହୁ ଏହାକୁ ବିରୋଧ କରିଥିଲେ।

ଅନ୍ତରାଷ୍ଟ୍ରୀୟ ନ୍ୟୁଜ ଏଜେନ୍ସି ରଏଟର ତଥ୍ୟ ଅନୁଯାୟୀ, ବେଜିଂରେ ଗ୍ରେଟ ହଲ ଅଫ ଦ ପିପୁଲରେ ମହା ସମ୍ମିଳନୀ ହେଉଥିଲା। ଏହି ସମୟରେ ସିଙ୍କ ପାଖ ସିଟରେ ୭୯ ବର୍ଷୀୟ ହୁ ବସିଥିଲେ। ହଠାତ୍ ଦୁଇ ଜଣ ବ୍ୟକ୍ତି ଆସି ହୁଙ୍କ ହାତ ଧରି ସେଠାରୁ ତାଙ୍କୁ ବାହାରକୁ ନେଇଯାଇଥିଲେ। ଶନିବାର ଦିନ ବୈଠକରେ ସିଙ୍କ ଅଧ୍ୟକ୍ଷତାରେ କରିଥିଲେ।

ରବିବାର ତୃତୀୟଥର ପାଇଁ ସିଙ୍କ ନାମ ରାଷ୍ଟ୍ରପତି ଭାବେ ପ୍ରସ୍ତାବ ଦେବାର ସମ୍ଭାବନା ରହିଛି। ସିପିସି ପ୍ରମୁଖ ଓ ରାଷ୍ଟ୍ରପତି ଭାବେ ସିଙ୍କ କାର୍ଯ୍ୟକାଳ ଶେଷ ହେଉଛି। ଯଦି ତୃତୀୟଥର ପାଇଁ ସି ରାଷ୍ଟ୍ରପତି ହୁଅନ୍ତି ତେବେ ସିପିସି ପ୍ରତିଷ୍ଠାତା ମାଓତ୍ସୋ ତୁଙ୍ଗଙ୍କ ପରେ ଦ୍ବିତୀୟ ବ୍ୟକ୍ତି ହେବେ। ତୁଙ୍ଗ ଲଗାତର ୩ ଦଶକ ଧରି ଚୀନର ରାଷ୍ଟ୍ରପତି ହୋଇଥିଲେ।  

Leave a Reply

Your email address will not be published. Required fields are marked *