ସ୍ବଦେଶ ଫେରିଲେ ଶ୍ରୀଲଙ୍କାର ପୂର୍ବତନ ପଳାତକ ରାଷ୍ଟ୍ରପତି

Spread the love

କଲମ୍ବୋ: ଶ୍ରୀଲଙ୍କାରୁ ପଳାୟନ କରିବାର ଦୁଇ ମାସ ପରେ ପୂର୍ବତନ ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେ ଶୁକ୍ରବାର ଥାଇଲାଣ୍ଡରୁ ସ୍ବଦେଶ ଫେରିଛନ୍ତି। ସ୍ବଦେଶ ଫେରିବା ପରେ କିନ୍ତୁ ଗୋଟାବାୟାଙ୍କ ପାଇଁ ମୁଣ୍ଡ ଟେକିଛି ସମସ୍ୟା। ତାଙ୍କୁ ଗିରଫ କରିବାର ସମ୍ଭାବନାକୁ ନେଇ ଚର୍ଚ୍ଚା ହେଉଛି।

ଶ୍ରୀଲଙ୍କାରେ ଆର୍ଥିକ ସଂକଟ ମଧ୍ୟରେ ଇସ୍ତଫାର ଦାବି ନେଇ ମାସ ମାସ ଧରି ଜାରି ବିରୋଧ ପ୍ରଦର୍ଶନକୁ ନେଇ ୯ ଜୁଲାଇକୁ ଉଗ୍ର ରୂପ ନେଇଥିଲା। ଜନତାଙ୍କ ଆକ୍ରୋଶକୁ ଦେଖି ୧୩ ଜୁଲାଇକୁ ଗୋଟାବାୟା  ଦେଶ ଛାଡି ଚାଲିଯାଇଥିଲେ। ସେହି ସମୟରେ ପ୍ରଦାର୍ଶନକାରୀମାନେ କଲମ୍ବୋରେ ରାଷ୍ଟ୍ରପତି ଆବାସ ସହ ବହୁ ଅନ୍ୟ ସରକାରୀ କୋଠାକୁ ନିଜ ଅକ୍ତିଆରକୁ ନେଇ ଯାଇଥିଲେ। ଗୋଟାବାୟା ଭାରି ସୁରକ୍ଷା ବନ୍ଦୋବସ୍ତ ମଧ୍ୟରେ ଭଣ୍ଡାରନାୟକେ ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦରରେ ପହଞ୍ଚିଥବଲେ। ବହୁ ମନ୍ତ୍ରୀ ଓ ସାଂସଦ ତାଙ୍କ ନେତୃତ୍ବ ନେଇଥିଲେ।

ଗୋଟାବାୟା ପ୍ରଥମରେ ଶ୍ରୀଲଙ୍କା ବାୟୁସେନାର ବିମାନରେ ମାଲଦୀପକୁ ଚାଲିଯାଇଥିଲେ। ମାଲଦୀପରୁ ସିଙ୍ଗାପୁର ଯାଇଥିଲେ। ସେଠାରୁ ଜୁଲାଇ ୧୪ରେ ସେ ନିଜ ଇସ୍ତଫା ପଠାଇ ଦେଇଥିଲେ। ଏହା ପରେ ରାଜପକ୍ଷେ ଅସ୍ଥାୟୀ ଆଶ୍ରୟର ଲକ୍ଷ୍ୟରେ ଥାଇଲାଣ୍ଡ ଚାଲିଯାଇଥିଲେ। ସେଠାରେ ତାଙ୍କୁ ୯୦ ଦିନ ପର୍ଯ୍ୟନ୍ତ ରହିବାକୁ ସୁଯୋଗ ମିଳି ପାରିବ ବୋଲି ଥାଇ ବିଦେଶ ମନ୍ତ୍ରୀ କହିଥିଲେ।

Leave a Reply

Your email address will not be published. Required fields are marked *