ଓଡ଼ିଶା

ଖୋର୍ଦ୍ଧାରୁ ୧୧୨୫ ଡେଙ୍ଗୁ ଆକ୍ରାନ୍ତ ଚି଼ହ୍ନଟ

ଭୁବନେଶ୍ବର: ବଢୁଛି ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା l ରାଜ୍ୟରେ ୨୩୦୯ ଜଣ ଡେଙ୍ଗୁ ଆକ୍ରାନ୍ତ ଚି଼ହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରୁ କେବଳ ୧୧୨୫ ଜଣ ଚି଼ହ୍ନଟ ହୋଇଛନ୍ତି l ସେଥିରୁ ଭୁବନେଶ୍ୱରରେ ଅଧିକ କେଶ ରହିଛି ଯେଉଁଥିପାଇଁ ଏବେ ଚିନ୍ତାରେ ରାଜଧାନୀବାସୀ l ସେପଟେ ବିଭାଗ ପକ୍ଷରୁ ସତର୍କ ସଚେତନ କରାଯାଉଥିବା ବେଳେ ଏଭଳି ସ୍ଥିତିରେ ଆହୁରି ସଚେତନ ରହିବାକୁ ପରାମର୍ଶ ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦେଶକ l

ଚିନ୍ତା ବଢ଼ାଉଛି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା। କୋଭିଡ ଭଳି ଡେଙ୍ଗୁରେ ମଧ୍ୟ ହଟସ୍ପଟ ପାଲଟିଛି ଭୁବନେଶ୍ୱର। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୨୩୦୯ ଜଣ ଆକ୍ରାନ୍ତ ଚି଼ହ୍ନଟ ହୋଇଛନ୍ତି l ଖୋର୍ଦ୍ଧା ଜିଲ୍ଲାରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ୧୧୨୫ ଥିବା ବେଳେ ସେଥି ମଧ୍ୟରୁ ଭୁବନେଶ୍ୱରର ରୋଗୀଙ୍କ ସଂଖ୍ୟା ଅଧିକ ଥିବା ଜଣାପଡିଛି । ସବୁଠାରୁ ଚିନ୍ତାର ବିଷୟଯେ ଶୈଳଶ୍ରୀବିହାର,  ନିଳାଦ୍ରୀବିହାର, ଡମଣା ଓ ପଟିଆ ପରେ ଏବେ ସାଲିଆ ସାହିରେ ବୃଦ୍ଧି ପାଉଛି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା । ସେପଟେ ରାଜ୍ୟ ରେ ଡେଙ୍ଗୁ ସ୍ଥିତି ନେଇ ପ୍ରତିକ୍ରିୟା ରଖିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର । ୨୨ ହଜାର ୬୮ ଜଣଙ୍କର ନମୁନା ପରୀକ୍ଷା ସରିଛି। ଚଳିତ ବର୍ଷ ଖୋର୍ଦ୍ଧା ରେ ୧୧୨୫ ଜଣ, କୋରାପୁଟରେ ୩୪୨, ମାଲକାନଗିରିରେ ୧୭୭, ରାୟଗଡ଼ାରେ ୨୬୮ ରୋଗୀ ଚିହ୍ନଟ ହୋଇଛନ୍ତି।  

ପ୍ରତିଦିନ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହେଉଛନ୍ତି ୫ରୁ ୧୦ ଡେଙ୍ଗୁ ରୋଗୀ । ଗଲା ଦୁଇ ଦିନ ଭିତରେ କ୍ୟାପିଟାଲ ହସ୍ପିଟାଲରେ ଡେଙ୍ଗୁ ରୋଗୀ ସଂଖ୍ୟା ୩୪କୁ ବଢ଼ିଛି। ଗୁରୁତର ଡେଙ୍ଗୁ ରୋଗୀଙ୍କ ଲାଗି ପ୍ଲେଟଲେଟ ଯୋଗାଇ ଦିଆଯାଉଛି । ଡେଙ୍ଗୁ ରୋଗୀଙ୍କ ଚିକିତ୍ସା ପାଇଁ ପ୍ଲେଟେଲେଟ ପର୍ଯ୍ୟାପ୍ତ ରହିଛି। ରାଜ୍ୟରେ ୯ ଟି ରକ୍ତ ଭଣ୍ଡାରରେ ପ୍ଲେଟେଲେଟ ପୃଥକୀକରଣ ୟୁନିଟ କାର୍ଯ୍ୟକ୍ଷମ ଅଛି। ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ରୋଗୀଙ୍କୁ ବି ଏଠାରୁ ପ୍ଲେଟଲେଟ ମିଳିବାରେ  କୌଣସି ଅସୁବିଧା ନାହିଁ। ତେବେ ରକ୍ତ ସଂଗ୍ରହ ଉପରେ ହିଁ ପ୍ଲେଟଲେଟର ଉପଲବ୍ଧତା ନିର୍ଭର କରୁଛି ବୋଲି ପ୍ରତିକ୍ରିୟା ରଖିଛନ୍ତି କ୍ୟାପିଟାଲ ହସ୍ପିଟାଲର ଅଧିକ୍ଷକ ଦିଲ୍ଲୀପ କୁମାର ପଣ୍ଡା ।

ସିମ୍ପୁଲ ନାୟକଙ୍କ ରିପୋର୍ଟ

Leave a Reply

Your email address will not be published.

Back to top button