ଇଣ୍ଡୋନେସିଆର ମସଜିଦରେ ନିଆଁ, ଖସିଲା ଗମ୍ବୁଜ

Spread the love

ଜାକର୍ତ୍ତା: ଇଣ୍ଡୋନେସିଆର ରାଜଧାନୀ ଜାକର୍ତ୍ତାସ୍ଥିତ ଇସଲାମିକ ସେଣ୍ଟରର ସବୁଠାରୁ ବଡ ମସଜିଦରେ ଅଗ୍ନିକାଣ୍ଡ। ଅଗ୍ନିକାଣ୍ଡରେ ମସଜିଦର ଗମ୍ବୁଜ ଭୁଶୁଡି ପଡିଛି। ହେଲେ ସୌଭାଗ୍ୟକୁ ଏହି ଦୁର୍ଘଟଣାରେ କେହି ହତାହତ ହୋଇ ନାହାନ୍ତି। ଗମ୍ବୁଜର ମରାମତି କାଳରେ ନିଆଁ ଲାଗିଯାଇଥିଲା।

ବୁଧବାର ସଂଧ୍ୟାରେ ମସଜିଦରେ ନିଆଁଲାଗି ଯାଇଥିଲା। ସୂଚନା ପାଇଁ ତୁରନ୍ତ ୧୦ଟି ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲେ। ତେବେ ନିଆଁ ଲାଗିବା ପରେ ଗମ୍ବୁଜ ଭୁଶୁଡିବାରୁ ନିଆଁ ହୁଳା ଓ ଧୂଆଁ ସମଗ୍ର ଅଞ୍ଚଳକୁ ଆଚ୍ଛାଦିତ କରି ଦେଇଥିବାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ପୁଲିସ ଘଟଣାର ଯାଞ୍ଚରେ ଲାଗିଛି। ମସଜିଦର ମରାମତି କାମରେ ନିୟୋଜିତ ଶ୍ରମିକଙ୍କୁ ପଚରାଉଚରା ଚଳାଇଛି ପୁଲିସ। ଏହା ପୂର୍ବରୁ ମଧ୍ୟ ଏହି ମସଜିଦର ଗମ୍ବୁଜରେ ନିଆଁ ଲାଗିଥିଲା। ୨୦୦୨ ଅକ୍ଟୋବର ମାସରେ ମସଜିଦ ମରାମତି କାଳରେ ନିଆଁ ଲାଗିଯାଇଥିଲା। ଦୀର୍ଘ ୫ ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ ପରେ ସେତେବେଳେ ନିଆଁକୁ ଆୟତ କରାଯାଇଥିଲା।

Leave a Reply

Your email address will not be published. Required fields are marked *