ହାଲୋୱିନର ଇତିହାସ

() ଖ୍ରୀଷ୍ଟିଆନ ଧର୍ମାବଲମ୍ବୀଙ୍କ ମଧ୍ୟରେ ବହୁଳ ସାମୂହିକ ଭାବେ ପାଳିତ ହେଉଥିବା ପର୍ବ ମଧ୍ୟରୁ ହେଲୋୱିନ ଅନ୍ୟତମ। ଅକ୍ଟୋବର ୩୧ ତାରିଖରେ ଏହାର ପାଳନ କରାଯାଇଥାଏ। ଇସାଇ ସମ୍ପ୍ରଦାୟରେ ପ୍ରଚଳିତ ସେଲ୍ଟିକ କ୍ୟାଲେଣ୍ଡରର ଶେଷ ଅର୍ଥାତ୍ ଅକ୍ଟୋବର ୩୧ ତାରିଖକୁ ହେଲୋୱିନ ପର୍ବ ପଡିଥାଏ। ଆମେରିକା, ଇଂଲଣ୍ଡ, ୟୁରୋପରେ ରାଷ୍ଟ୍ର ସମୁହରେ ଏହି ପର୍ବର ପ୍ରଚଳନ ରହିଛି। ଏହି ଦିନରେ ଲୋକମାନେ ଭୂତ ପ୍ରେତ, ଭୟବିତ କରୁଥିବା ବିଭିନ୍ନ ରୂପରେ ନିଜକୁ ସଜାଇ ରାସ୍ତାରେ ବୁଲିଥାନ୍ତି। 

ଏହି ପର୍ବ ପ୍ରାୟ ୨୦୦୦ ବର୍ଷ ଧରି ପାଳିତ ହୋଇ ଆସୁଛି। ଏହାକୁ ଆତ୍ମାମାନଙ୍କ ଦିନ .ବୋଲି ମଧ୍ୟ କୁହାଯାଇଥାଏ। ଏହି ଦିନରେ ଖ୍ରୀଷ୍ଟଧର୍ମର ଲୋକେ ନିଜ ପୂର୍ବଜଙ୍କୁ ସନ୍ତୁଷ୍ଟ କରିଥାନ୍ତି। ସ୍କଟିସ୍ ଫର୍ମ ‘ଅଲ୍ ହଲ୍ସ୍’ ଇଭ୍ ରୁ ଆସିଛି ହାଲୋୱିନ୍ ଶବ୍ଦ । ସମସ୍ତ ପବିତ୍ର ଦିବସ ପୂର୍ବରୁ ଆସିଥାଏ ହାଲୋ ଇଭ୍ । ଯାହା ବର୍ତ୍ତମାନ ହାଲୋୱିନ୍ ଇଭ୍ ଭାବରେ ଜଣାଶୁଣା।  ପୂର୍ବରୁ ଏଥିରେ  ମୂର୍ତ୍ତି ପୂଜା କରାଯାଉଥିଲା।  କିନ୍ତୁ କିଛି ପପ୍ ଏହାକୁ ଅନ୍ୟ ଖ୍ରୀଷ୍ଟିଆନ ଧର୍ମ ସହିତ ମିଶ୍ରଣ କରିବାକୁ ଚେଷ୍ଟା କରିଥିଲେ, ଫଳସ୍ୱରୂପ ସମସ୍ତ ସାଧୁ ଦିବସ ଏବଂ ହାଲୋଏନ୍ ଡେ ଗୋଟିଏ ଦିନରେ ପାଳନ ଗଲା । ହାଲୋୱନ୍ ଡେ ପାଳନ କରିବାର ଉପାୟ ସମ୍ପୂର୍ଣ୍ଣ ଭିନ୍ନ ।

କିମ୍ବଦନ୍ତୀ ରହିଛି ଯେ ଇଂରେଜମାନେ ହାଲୋୱିନ୍ ରେ ଜ୍ୟାକ୍ ଓ ’ଲାଣ୍ଟର୍ ତିଆରି କରନ୍ତି । ଏହା କଖାରୁରେ ତିଆରି ହୋଇଥାଏ। ଲୋକମାନେ କଖାରୁର ଭିତର ଖାଲି କରି ତାର ଖୋଳପାକୁ କାଟି ଆଖି, ନାକ ଏବଂ ପାଟି ତିଆରି କରିବା ସହ ଏହା  ଭିତରେ ଏକ ଦୀପ ଜାଳନ୍ତି । ଯାହା ଘର ବାହାରେ କିମ୍ବା ଗଛ ଉପରେ ଟଙ୍ଗାଯାଇଥାଏ । ଯାହା ପରେ ତାଙ୍କୁ ସମାଧି ଦିଆଯାଇଥାଏ । ଏହି ଦିନ ଲୋକମାନେ ଭୟାନକ ପୋଷାକ ପିନ୍ଧନ୍ତି ଏବଂ ଘରର କବାଟ ଦେଇ କିଛି ଉପହାର ଦିଅନ୍ତି । ଏହି ଦିନ ପିଲାମାନେ କଖାରୁ ପରି ଆକୃତିର ବ୍ୟାଗ ନେଇ ଘର ଘରକୁ ଯାଆନ୍ତି । ପିଲାମାନେ ଏହି ଦିନ ପଡୋଶୀ ଏବଂ ସମ୍ପର୍କୀୟଙ୍କଠାରୁ ଚକୋଲେଟ୍ ନେଇଥାନ୍ତି । ଏହି ଦିନ ଲୋକଙ୍କ ପୋଷାକ ଭୂତ, , ଭାମ୍ପାୟାର, ରାକ୍ଷସ, ମମି, କଙ୍କାଳ, ଯାଦୁଗର ପରି ମନରେ ଭୟ ଉଦ୍ରେକକାରୀ ହୋଇଥାଏ। ଏହି ଦିନକୁ ବେଶ ଆନନ୍ଦ ଏବଂ ଉଲ୍ଲାସରେ ପାଳନ କରିଥାନ୍ତି।

ଜୟଶ୍ରୀ ରଥଙ୍କ ରିପୋର୍ଟ

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *