ପାକ୍‌ ପୂର୍ବତନ ସେନା ମୁଖ୍ୟଙ୍କ ବିରୋଧରେ ଇମରାନଙ୍କ ସାଙ୍ଘାତିକ ଅଭିଯୋଗ

Spread the love

ଇସଲାମବାଦ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମରାନ ଖାନ ପୂର୍ବତନ ଆର୍ମି ମୁଖ୍ୟ ଜେନେରାଲ କମର ଜାବେଦ ବାଜପାଙ୍କ ଉପରେ ଆଣିଛନ୍ତି ସାଂଘାତିକ ଅଭିଯୋଗ। ସେ ପୁଣି ବାଜବାଙ୍କ ଉପରେ  ତାଙ୍କୁ ହତ୍ୟା କରିବାର ଷଡଯନ୍ତ୍ର କରୁଥିବା ଅଭିଯୋଗ ଆଣିଛନ୍ତି। ଇମରାନ ଲଗାତର ବାଜବାଙ୍କ ଉପରେ ଘନଘନ ଆକ୍ରମଣ କରି ଚାଲିଛନ୍ତି। ପୂର୍ବ ସେନା ପ୍ରମୁଖ ବାଜବା ତାଙ୍କ ହତ୍ୟା କରିବାକୁ ଚାହିଁଥିବା ଓ ଦେଶରେ ଇମର୍ଜେନ୍ସି ଲଗାଇବାକୁ ଚାହୁଁଥିବା କହିଛନ୍ତି ଇମରାନ।

ପାକିସ୍ତାନର ତହରିକ ଏ ଇନ୍ସାଫ ପାର୍ଟି ଅଧ୍ୟକ୍ଷ ଇମରାନ ଖାନ ଲାହୋରରେ ଏକ ଟିଭି ଚ୍ୟାନେଲକୁ ସାକ୍ଷାତକାର ଦେଇ କହିଛନ୍ତି କି, ବହୁ ଲୋକ ବାଜବାଙ୍କ ବିରୋଧରେ କହିବାକୁ ତାଙ୍କୁ ମନା କରିଥିଲେ। କାରଣ ସେ ସେବା ନିବୃତ୍ତ ହୋଇ ସାରିଛନ୍ତି। ତେବେ ସେ ବାଜବାଙ୍‌କ ଅପରାଧ ଉପରେ ପର୍ଦ୍ଦା ପକାଇ ପାରିବେ ନାହିଁ ବୋଲି କହିଛନ୍ତି। ସେ ଜୋର ଦେଇ କହିଛନ୍ତି, ବାଜବା ନିଜ କାର୍ଯ୍ୟକାଳକୁ ବଢାଇବାକୁ ଚାହୁଁଥିଲେ। ତେଣୁ ସେ ତାଙ୍କ ହତ୍ୟା କରାଇ ଦେଶରେ ଇମର୍ଜେନ୍ସି ଲାଗୁ କରାଇବାକୁ ଚାହୁଁଥିଲେ।

ସୂଚନାଯୋଗ୍ୟ, ଗତ ଏପ୍ରିଲରେ ଇମରାନଙ୍କୁ ସତ୍ତାରୁ  ଅବିଶ୍ବାସ ପ୍ରସ୍ତାବ ମାଧ୍ୟମରେ ତଡି ଦିଆଯାଇଥିଲା। ଏହାପରଠାରୁ ଇମରାନ ଓ ବାଜବାଙ୍କ ମଧ୍ୟରେ ବିବାଦ ଲାଗିରହିଛି।  ଏହାରି ମଧ୍ୟରେ ନଭେମ୍ବର ୩ ତାରିଖରେ ତାଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଥିଲା ଓ ତାଙ୍କ ଡାହାଣା ଗୋଡରେ ଗୁଳି ଲାଗିଥିଲା। ତାଙ୍କ ଉପରେ ଲାହୋରରେ ଦୁଇ ବନ୍ଧୁକଧାରୀ ଆକ୍ରମଣ କରିଥିଲେ।

Leave a Reply

Your email address will not be published. Required fields are marked *