ୱାସିଂଟନ: ଋଷ-ୟୁକ୍ରେନ ଯୁଦ୍ଧ ଥମିବାରେ ନା ନେଉନାହିଁ। ପୁଟିନର ଧମକ ମଧ୍ୟରେ ଆମେରିକା ସିନେଟ ଏକ ବଡ ନିଷ୍ପତ୍ତି ନେଇଛି। ଆମେରିକା ସିନେଟରେ ଉଭୟ ଶାସକ ଦଳ ଓ ବିରୋଧୀମାନେ ଫିନଲ୍ୟାଣ୍ଡ ଓ ସ୍ୱିଡେନକୁ ଉତ୍ତର ଆଟଲାଣ୍ଟିକ୍ ଚୁକ୍ତି ସଂଗଠନ (ନାଟୋ) ରେ ସାମିଲ କରିବାକୁ ସମର୍ଥନ କରିଛି।
ବର୍ତ୍ତମାନ ନାଟୋର ସଦସ୍ୟ ଦେଶ ସଂଖ୍ୟା ୩୦ ରହିଛି। ତେବେ ଆମେରିକା ସିନେଟରେ ୯୫ ମତଦାନ ଉଭୟ ପଶ୍ଚିମ ୟୁରୋପୀୟ ଦେଶ ନାଟୋରେ ସାମିଲ ହେବା ସପକ୍ଷରେ ହୋଇଛନ୍ତି। ସିନେଟର ବହୁମତଧାରୀ ନେତା ଚକ୍ ଶୁମର ଫିଲନ୍ୟାଣ୍ଡ ଏବଂ ସ୍ୱିଡେନର କୂଟନୀତିଜ୍ଞମାନଙ୍କୁ ଚାମ୍ୱର ଗ୍ୟାଲେରୀକୁ ନିମନ୍ତ୍ରଣ କରିଥିଲେ। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଦୁଇ ଦେଶକୁ ଶୀଘ୍ର ନାଟୋରେ ସାମିଲ ହେବାପାଇଁ ଆହ୍ୱାନ ଦେଇଛନ୍ତି।
ତଥାପି ଏଥିପାଇଁ ନାଟୋରେ ଥିବା ସମସ୍ତଙ୍କ ସଦସ୍ୟ ରାଷ୍ଟ୍ରଙ୍କ ଅନୁମୋଦନ ଆବଶ୍ୟକ । ବର୍ତ୍ତମାନ ନାଟୋରେ ୩୦ ଟି ସଦସ୍ୟ ରାଷ୍ଟ୍ର ଅଛନ୍ତି। ବିଗତ ତିନି ମାସ ମଧ୍ୟରେ, ଉତ୍ତର ୟୁରୋପୀୟ ଦୁଇ ସମୃଦ୍ଧ ଦେଶର ପ୍ରାର୍ଥିତ୍ବକୁ ଅଧାରୁ ଅଧିକ ସମର୍ଥନ କରିଛନ୍ତି। ଯୁକ୍ରେନ-ଋଷ ଆକ୍ରମଣ ମଧ୍ୟରେ ଦୁଇ ଦେଶ ମେ ମାସରେ ନାଟୋରେ ସଦସ୍ୟ ହେବା ପାଇଁ ଆବେଦନ କରିଥିଲେ।
ଶୁଭଲକ୍ଷ୍ମୀ ସାହୁଙ୍କ ରିପୋର୍ଟ

Naxatra News is now on Whatsapp
Join and get latest news update delivered to you via whatsapp
Join Now