ବିଶ୍ବ ପ୍ରଦୂଷଣରେ ଭାରତର ସ୍ଥାନ ଅଷ୍ଟମ

Spread the love

ନୂଆଦିଲ୍ଲୀ: ସାରା ବିଶ୍ବରେ ପ୍ରଦୂଷଣ ଚିନ୍ତାର କାରଣ ହୋଇଥିବା ବେଳେ ୨୦୨୨ରେ ଭାରତ ଦୁନିଆର ଅଷ୍ଟମ ସର୍ବାଧିକ ପ୍ରଦୂଷିତ ଦେଶ। ଏହା ପୂର୍ବରୁ ଭାରତର ସ୍ଥିତି ଥିଲା ୫ମ ସ୍ଥାନରେ। ତେବେ ଭାରତରେ ପ୍ରଦୂଷଣର ପିଏମ ୨.୫ ଲେବଲ ୫୩.୩ ମାଇକ୍ରୋଗ୍ରାମ ପ୍ରତି କ୍ୟୁବିକ ମିଟର ହ୍ରାସ ପାଇଛି। ତଥାପି ଏହା ଡବ୍ଲୁଏଚଓର ସୁରକ୍ଷା ମାନଙ୍କଠାରୁ ୧୦ ଗୁଣା ଅଧିକ ରହିଛି।

ତେବେ ଏହି ପ୍ରଦୂଷଣ ତାଲିକାରେ ଏକ ନମ୍ବରରେ ଚାଦ ୮୯.୭ମାଇକ୍ରୋଗ୍ରାମ ପ୍ରତି କ୍ୟୁବିକ ମିଟର ସହ ଥିବା ବେଳେ ଦ୍ବିତୀୟ ସ୍ଥାନରେ ୮୦.୧ ଏମଏମ ସହ ଇରାକ, ତୃତୀୟ ସ୍ଥାନରେ ପାକିସ୍ତାନ ୭୦.୯ ଏମଏମ ସହ ରହିଛି।

ପ୍ରଦୂଷଣକୁ ନେଇ ରାଙ୍କିଂ ସ୍ବିସ ଆଇକ୍ୟୁ ଏୟାର ପକ୍ଷରୁ ଏହି ଗବେଷଣା କରାଯାଇଥିଲା। ସଂସ୍ଥା ତାର ରିପୋର୍ଟ ୱାର୍ଲ୍ଡ ଏୟାର କ୍ବାଲିଟି ରିପୋର୍ଟରେ ଜାରି କରିଛି ଓ ରାଙ୍କିଂ ଆଧାରାରେ ପିଏମ୨.୫ ସ୍ତରରେ ରହିଛି, ଯାହାକୁ ବୈଜ୍ଞାନିକ ଓ ସ୍ବାସ୍ଥ୍ୟ ବିଶେଷଜ୍ଞ ପ୍ରମୁଖ ପ୍ରଦୂଷଣ ତତ୍ବ ଉପରେ ନଜର ରଖିଛନ୍ତି। ଏହି ଗବେଷଣା ୧୩୧ ଦେଶରେ ହୋଇଛି ଓ  ସରକାରୀ ତଥା ବେସରକାରୀ ସ୍ତରରେ ୩୦ ହାଜରରୁ ଅଧିକ ତୃଣମୂଳ ନିରୀକ୍ଷକ ଏଥିରେ କାମ କରିଛନ୍ତି।

ସେହିପରି ବିଶ୍ବର ୧୦୦ ସବୁଠାରୁ ପ୍ରଦୂଷିତ ସହର ମଧ୍ୟରୁ ଭାରତରେ ରହିଛି ସର୍ବାଧିକ ସହର।  ଚଳିତ ସୂଚିରେ ୭,୩୦୦ରୁ ଅଧିକ ସହରକୁ ସାମିଲ କରାଯାଇଛି, ଯେତେବେଳେ କି, ୨୦୧୭ରେ ୨,୨୦୦ରୁ କମ ସହରକୁ ସୂଚିତ କରାଯାଇଥିଲା।  ଭାରତର ବାୟୁ ପ୍ରଦୂଷଣର ଆର୍ଥିକ ମୂଲ୍ୟ ୧୫୦ ଅରବ ଡଲାର ରହିଛି। ଭାରତରେ ପିଏମ୨.୫ର ମୋଟ ପ୍ରଦୂଷଣର ୨୦-୩୫ ପ୍ରତିଶତ ଖାଲି ପରିବହନ ସେକ୍ଟରରୁ ସୃଷ୍ଟି ହେଉଛି। ଏହା ବ୍ୟତୀତ ଇଣ୍ଡଷ୍ଟ୍ରୀ, କୋଇଲା ଚାଳିତ ପାୱାର ପ୍ଲାଣ୍ଟ ମଧ୍ୟ ରହିଚି।

Leave a Reply

Your email address will not be published. Required fields are marked *