ୟୁଏନରେ ଆତଙ୍କବାଦ ମୁଦ୍ଦା ଉଠାଇଲା ଭାରତ

Spread the love

ନୂଆଦିଲ୍ଲୀ: ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦରେ ଆତଙ୍କବାଦୀଙ୍କୁ ନେଇ ପ୍ରତିକ୍ରିୟା ରଖିଛି ଭାରତ । ଆତଙ୍କବାଦୀଙ୍କୁ ରାଜନୈତିକ ସୁବିଧା ଆଧାରରେ ଭଲ ମନ୍ଦ ବାଛିବା ଯୁଗର ଅବସାନ ହେବାର ଆବଶ୍ୟକତା ବୋଲି କହିଛି ଭାରତ । ଭାରତ ଏନେଇ ସଂକଳ୍ପ ପତ୍ର ମଧ୍ୟ ଜାରି କରିଛି । ଆତଙ୍କବାଦୀଙ୍କୁ ଧାର୍ମିକ କିମ୍ୱା ବୈଚାରିକ ରୂପରେ ବର୍ଗୀକୃତ କରିବା ଦ୍ୱାରା ଆତଙ୍କାବାଦୀଙ୍କ ସହ ଲଢିବାର ସଂଜ୍ଞା ବିଶ୍ୱସ୍ତରରେ ବଦଳିଯାଉଛି ବୋଲି ସଂକଳ୍ପ ପତ୍ରରେ ଉଲ୍ଲେଖ କରିଛି ଭାରତ । ସଂଯୁକ୍ତ ରାଷ୍ଟ୍ରର ୧୫ଜଣ ସଦସ୍ୟଙ୍କ ଉପସ୍ଥିତିରେ ଆୟୋଜିତ ବୈଠକରେ ଭାରତ ଅଧ୍ୟକ୍ଷତା କରିଥିବା ସମୟରେ ଏଭଳି ମନ୍ତବ୍ୟ ରଖିଛି । ବହୁପକ୍ଷବାଦରେ ସୁଧାର ଓ ଆତଙ୍କବାଦୀଙ୍କ ଲଢିବାର ଉପାୟକୁ ନେଇ ୧୪ ଓ ୧୫ ଡିସେମ୍ୱରରେ ଭାରତ ଆଉ ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମର ଆୟୋଜନ କରିବାକୁ ଯାଉଛି । ଯାହାର ଅଧ୍ୟକ୍ଷତା ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟ ଶଙ୍କର କରିବାକୁ ଯାଉଛନ୍ତି ।

Leave a Reply

Your email address will not be published. Required fields are marked *