ଚୀନରେ ଭାରତୀୟ ମେଡିକାଲ ଛାତ୍ରଙ୍କ ମୃତ୍ୟୁ

Spread the love

ହାଇଦ୍ରାବାଦ: ଚୀନରେ ଜଣେ ଭାରତୀୟ ଛାତ୍ରଙ୍କ ମୃତ୍ୟୁ। ତାମିଲନାଡୁର ଏହି ଛାତ୍ର ଚୀନରେ ମେଡିକାଲ ପଢୁଥିଲେ ଗତ ୫ ବର୍ଷ ହେବ। ନିକଟରେ ସେ ଚୀନ ଯାଇଥିବା ବେଳେ ସେଠାରେ ଅସୁସ୍ଥ ହୋଇ ମୃତ୍ୟୁ ବରଣ କରିଛନ୍ତି। ଛାତ୍ରଙ୍କ ପରିବାର ଗରିବ ଶ୍ରେଣୀର ହୋଇଥିବାରୁ ପୁଅର ମୃତଦେହ ଫେରାଇ ଆଣିବାକୁ ବିଦେଶ ମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି।

ତାମିଲନାଡୁର ୨୨ ବର୍ଷୀୟ ଛାତ୍ର ଅବଦୁଲ ସେଖ ମେଡିକାଲ ପାଠ୍ୟକ୍ରମର ଶେଷ ବର୍ଷର ଛାତ୍ର ଥିଲେ। ଏବେ ଚୀନରେ ତାଙ୍‌କ ଇଣ୍ଟନସିପ ଚାଲିଥିଲା। ନିକଟରେ ସେ ଭାରତ ଆସି ଡିସେମ୍ବର ୧୧ ତାରିଖରେ ଚୀନ ଯାଇଥିଲେ। ଚୀନରେ ପହଞ୍ଚିବା ପରେ ସେ ୮ ଦିନର ବାଧ୍ୟତାମୂଳକ ଆଇସୋଲେସନରେ ରହିଥିଲେ।

ଏହା ପରେ ହିଲୋଙ୍ଗଜିଆଙ୍ଗ ଅଞ୍ଚଳରେ ଥିବା କିକିହାର ମେଡିକାଲ ୟୁନିର୍ଭସିଟିରେ ନିଜର ଇଣ୍ଟନସିପ ଆରମ୍ଭ କରିଥିଲେ।  କିନ୍ତୁ ଇଣ୍ଟନସିପର କିଛି ଦିନ ପରେ ତାଙ୍କ ସ୍ବାସ୍ଥ୍ୟସମସ୍ୟା ଦେଖାଦେଇଥିଲା ଓ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ଅବଦୁଲଙ୍କ ମୃତ୍ୟୁ ହୋଇଛି।

ଅବଦୁଲଙ୍‌କ ପରିବାର ଅତି ଗରିବ ହୋଇଥିବାରୁ ସେମାନେ ବୈଦେଶୀକ ବ୍ୟାପାର ମନ୍ତ୍ରୀଙ୍କୁ ପୁଅର ମୃତଦେହ ଫେରାଇ ଆଣିବାକୁ ଅନୁରୋଧ କରିଛନ୍ତି।

Leave a Reply

Your email address will not be published. Required fields are marked *