ଓଡ଼ିଶା

ଜୀବନ ମରଣ ସହ ସଂଘର୍ଷ କରୁଛି ୫ ମାସର ଶିଶୁ

ବାଙ୍କୀ:  ଜୀବନ ମରଣ ସହିତ ସଙ୍ଘର୍ଷ କରୁଛି ୫ ମାସର ଶିଶୁ । ହେଲେ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ । ଫଳରେ ବାଧ୍ୟ ହୋଇ ଗାଁଲୋକେ ସହାୟତା ପାଇଁ ଘର ଘର ବୁଲି ଭିକ୍ଷା କରୁଛନ୍ତି । 

ଜୀବନ ମରଣ ସହିତ ସଙ୍ଘର୍ଷ କରୁଛି ବାଙ୍କୀ ଡମପଡା ବ୍ଲକ ଜୋରକୁଳ ଗାଁର ବରେନ୍ଦ୍ର କୁମାର ସାମଲଙ୍କ ୫ ମାସର ଶିଶୁ ପୁତ୍ର। ଶିଶୁଟିର ଉଚ୍ଚ ଚିକିତ୍ସା ପାଇଁ ଚାରିଆଡେ ବୁଲି ବୁଲି ନିରାଶ ହୋଇଛନ୍ତି ବାପା ମା। ସେପଟେ ଦିଲ୍ଲୀର ଏକ ହସ୍ପିଟାଲରେ ଲିଭର ପ୍ରତିରୋପଣ ହୋଇପାରିବ ବୋଲି କହିଛନ୍ତି ଡାକ୍ତର । କିନ୍ତୁ  ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ ।  ୩୦ ରୁ ୪୦ ଲକ୍ଷ ଟଙ୍କା ଖର୍ଚ୍ଚ ହେବା କଥା ଶୁଣିବା ପରେ ଘରେ ଚୁଲି ଲାଗିବା ବନ୍ଦ ହୋଇଯାଇଛି।

ଶିଶୁର ବାପା ଦିନ ମଜୁରିଆ ଭାବେ ଭୁବନେଶ୍ୱରରେ କାମ କରୁଥିବା ବେଳେ ଏବେ ଏମାନଙ୍କ ପାଇଁ ଟଙ୍କା ଯୋଗାଡ଼ କରିବା ଅସମ୍ଭବ ବୋଲି କୁହନ୍ତି ସ୍ଥାନୀୟ ୱାର୍ଡ ମେମ୍ବର ଓ ପଂଚାୟତବାସୀ। ଏବେ ଏମାନଙ୍କୁ ସହାୟତା ର ହାତ ବଢ଼ାଉଛନ୍ତି ଗ୍ରାମବାସୀ।   ଗାଁ ଗାଁ ସାହି ସାହି ବୁଲୁ କରୁଛନ୍ତି ସହାୟତାର ଭିକ୍ଷା। ଶିଶୁଟିର ଉଚ୍ଚ ଚିକିତ୍ସା ପାଇଁ ସରକାରୀ ସହାୟତା ମିଳିପାରିବ ସେ ନେଇ ବିଡ଼ିଓ ଙ୍କ ଦୃଷ୍ଟି ଆକର୍ଷଣ କରିଥିବା କହିଛନ୍ତି ସ୍ଥାନୀୟ ସରପଞ୍ଚ।

ସେପଟେ ଯଦି କେହି ସହୃଦୟ ବ୍ୟକ୍ତି ଶିଶୁଟିକୁ  ଆର୍ଥିକ ସହାୟତା ର ହାତ ବଢ଼ାଇବାକୁ ଚାହାଁନ୍ତି ତେବେ ଏହି ଠିକଣା ଓ ନମ୍ବରରେ ଯୋଗାଯୋଗ କରି ପାରନ୍ତି। ବରେନ୍ଦ୍ର କୁମାର ସାମଲ, ବାଙ୍କୀ, ଡମପଡା ବ୍ଲକ, ହରିରାଜପୁର ପଞ୍ଚାୟତ,  ଜୋରକୁଳ ଗାଁ। ଫୋନ: 9778045459, 9337435136

ମନୋଜ କୁମାର ଦଳେଇ

Leave a Reply

Your email address will not be published.

Back to top button