ଭାରତୀୟଙ୍କୁ ଆମେରିକାରେ ୧୩ ବର୍ଷ ଜେଲ ଦଣ୍ଡାଦେଶ

Spread the love

ନୂଆଦିଲ୍ଲୀ: ଆମେରିକୀୟ କୋର୍ଟ ଦ୍ବାରା ଭାରତୀୟ ରମେଶ ବଲବାନୀଙ୍କୁ ୧୩ ବର୍ଷ କାରାଦଣ୍ଡ। ଠକେଇ ମାମଲାରେ ରମେଶଙ୍କୁ ଏହି ଦଣ୍ଡାଦେଶ ଶୁଣାଯାଇଛି। ଏହି ମାମଲାରେ ପୂର୍ବରୁ ତାଙ୍କ ପୂର୍ବତନ ପ୍ରେମିକାଙ୍କୁ ଦଣ୍ଡ ଶୁଣାଯାଇଥିଲା।

କାର୍ଲିଫର୍ଣ୍ଣିଆର କୋର୍ଟ ବୁଧବାର ୫୭ ବର୍ଷୀୟ ରମେଶ ବଲବାନୀଙ୍କୁ ୧୨ ବର୍ଷ ୧୧ ମାସ ପାଇଁ ଜେଲ ଦଣ୍ଡାଦେଶ ଶୁରାଇଛନ୍ତି। ସେ ତାଙ୍କ ପୂର୍ବତନ ପ୍ରେମିକା ଆମେରିକୀୟ ଅଭିନେତ୍ରୀ ଏଲିଜାବେଥ ହୋମ୍ସଙ୍କ ଦ୍ବାରା ସ୍ଥାପିତ ବ୍ଲଡ ଟେଷ୍ଟିଂ ଷ୍ଟାର୍ଟଅପ କମ୍ପାନୀ ଥେରାନସ ଜରିଆରେ ନିବେଶକ ଓ ପୀଡିତଙ୍କୁ ଠକିଥିବା ଅଭିଯୋଗରେ ଦୋଷୀ ମିଳିଥିଲେ।

ଆମେରିକାର ଆଟର୍ନି ଷ୍ଟିଫନ ହିଣ୍ଡସ କହିଛନ୍ତି କି, ରମେଶ ଥେରାନସର ଭୁଲ ବ୍ଲଡ ଟେଷ୍ଟ ରିପୋର୍ଟ ଜରିଆରେ ରୋଗୀଙ୍କୁ ବିପଦରେ ପକାଉଥିଲେ ଓ ନିବେଶକଙ୍କ ଠାରୁ ଲକ୍ଷ ଲକ୍ଷ ଡଲାର ଠକି ନେଇଛନ୍ତି। ବାରମ୍ବାର ଟେକ୍ନିକାଲ ସମସ୍ୟା ସତ୍ତ୍ବେ ରମେଶ ଓ ତାଙ୍କ ପୂର୍ବତନ ପ୍ରେମିକା ନିଜ ନିବେଶକମାନଙ୍କୁ ଓ ରୋଗୀଙ୍କୁ ଠକୁଥିଲେ।

ହିଣ୍ଡସ କହିଛନ୍ତି, ଦେଶର ସ୍ବାସ୍ଥ୍ୟ କ୍ଷେତ୍ରରେ ରୋଗୀଙ୍କ ସୁରକ୍ଷା ଓ ସ୍ବାସ୍ଥ୍ୟକୁ ସର୍ବୋଚ୍ଚ ପ୍ରାଥମିକତା ଦିଆଯାଇଛି। ସିଲିକନ ଭାଲି ଦୀର୍ଘ ବର୍ଷ ଧରି ସ୍ବାସ୍ଥ୍ୟ ସେବା ଷ୍ଟାର୍ଟ ଅପର କେନ୍ଦ୍ର ହୋଇଛି। ରମେଶ ସିଲିକନ ଭାଲିର ସ୍ବାସ୍ଥ୍ୟ କ୍ଷେତ୍ରରେ ଆଗରେ ରହିବା ଓ ଅର୍ଥ ଉପାର୍ଜନ  ନିଶାରେ ବହୁ ହେରଫେର କରିଥିଲେ।

ଏହି ଅଭିଯୋଗରେ ଏଲିଜାବେଥ ହୋମ୍ସଙ୍କୁ ଗତ ମାସରେ ୧୧ ବର୍ଷ ୩ ମାସର ଜେଲ ଦଣ୍ଡରେ ଦଣ୍ଡିତ କରାଯାଇଛି। ତାଙ୍କୁ ୨୦୨୩ ଏପ୍ରିଲ ୨୭ରେ ଜେଲରେ ଆତ୍ମସମର୍ପଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ସେହିପରି ରମେଶଙ୍କୁ ୧୫ ମାର୍ଚ୍ଚ ୨୦୨୩ ମଧ୍ୟରେ ମଧ୍ୟ ଆତ୍ମସମର୍ପଣ କରିବାକୁ କୁହାଯାଇଛି।

ରମେଶଙ୍କ ପରିବାର ପାକିସ୍ତାନରୁ ଭାରତ ଆସି ଏଠାର ନାଗରିକତା ଗ୍ରହଣ କରିଥିଲେ। ୧୯୮୦ ଦଶକରେ ପଢୁଥିବା ବେଳେ ଆମେରିକା ଯାଇ ସେଠାରେ ଟେକ୍ସାସ ବିଶ୍ବବିଦ୍ୟାଳୟରେ ଅଧ୍ୟୟନ କରିଥିଲେ।

Leave a Reply

Your email address will not be published. Required fields are marked *