ଭାରତର ଅପିଲକୁ ଇଣ୍ଟରପୋଲ ଫେରାଇ ଦେଲା

Spread the love

ନୂଆଦିଲ୍ଲୀ: ଇଣ୍ଟରନାସନାଲ କ୍ରିମିନାଲ ପୁଲିସ ଅର୍ଗାନାଇଜେସନ, ଇଣ୍ଟରପୋଲ ଦ୍ବାରା  ଭାରତୀୟ ଅପିଲ ଖାରଜ। ଖାଲିସ୍ଥାନ ବିଚ୍ଛିନ୍ନତାବାଦୀ ନେତା ଗୁରୁପତବନ୍ତ ସିଂହ ପୁନ୍ନୁଙ୍କ ବିରୋଧରେ ଆତଙ୍କବାଦୀ ମାମଲାରେ ରେଡ କର୍ନର ନୋଟିସ ଜାରି କରିବାକୁ ଭାରତ ଅପିଲ କରିଥିଲା। ସିବିଆଇ ପକ୍ଷରୁ ଗୁରୁପତବନ୍ତଙ୍କ ଆତଙ୍କୀ କାର୍ଯ୍ୟକଳାପକୁ ନେଇ ସମସ୍ତ ଦସ୍ତାବିଜ ଇଣ୍ଟରପୋଲ ନିକଟରେ ଦାଖଲ କରାଯାଇଥିଲେ ବି ବିଦେଶୀ ଏଜେନ୍ସି ଏହାକୁ ଫେରାଇ ଦେଇଛି। ଏଥିସହ ଆହୁରି କିଛି ପ୍ରଶ୍ନ କରିଛି ଭାରତୀୟ ଏଜେନ୍ସିକୁ।

କିଛି ଗଣମାଧ୍ୟମ ଅନୁଯାୟୀ, ଦେଶରେ ଅଳ୍ପସଂଖ୍ୟକ ସମୁଦାୟ ଓ ମାନବାଧିକାର କର୍ମୀଙ୍କ ବିରୋଧରେ ୟୁଏପିଏର ଦୁରୁପଯୋଗ କରାଯାଉଛି ଓ ନିରପେକ୍ଷ କାର୍ଯ୍ୟାନୁଷ୍ଠାନ ପାଇଁ ସେମାନଙ୍କ ଅଧିକାରକୁ ସମ୍ମାନ ଦିଆଯାଉ ନାହିଁ। ତେଣୁ ୟୁଏପିଏର ଦୁରୁପଯୋଗକୁ ଇଣ୍ଟରପୋଲ ଅଗ୍ରାହ୍ୟ କରି ଦେଇଛି।  

କାନାଡାରେ ଖାଲିସ୍ଥାନ ସମର୍ଥିତ ସଂଗଠନ ସିଖ ଫର ଜଷ୍ଟିସର ସଂସ୍ଥାପକଙ୍କ ବିରୋଧରେ କେନ୍ଦ୍ର ସରକାର କଠୋରତା ଅବଲମ୍ବନ କରିଥିଲେ। ମେ ମାସରେ  ହିମାଚଳପ୍ରଦଶେର ଧର୍ମଶାଳା ସ୍ଥିତ ବିଧାନସଭାରେ ଖାଲିସ୍ଥାନୀ ବ୍ୟାନର ଟାଙ୍ଗିବା ଘଟଣାରେ ତାଙ୍କୁ ଅଭିଯୁକ୍ତ କରାଯାଇଥିଲା। ୨୦୧୯ରେ  ଭାରତ ବିରୋଧୀ ଗତିବିଧୀ ପାଇଁ ସିଖ ଫର ଜଷ୍ଟିସକୁ କେନ୍ଦ୍ର ବ୍ୟାନ କରିଦେଇଥିଲା।

ଚଳିତ ବର୍ଷ ଜାନୁଆରୀରେ ନାସନାଲ ଇନଭେଷ୍ଟିସଗେସନ ଏଜେନ୍ସି (ଏନଆଇଏ) ଏସଏଫଜେ ଅପରେଟିଭ ଜସବିନ୍ଦର ସିଂହ ମୁଲ୍ତାନୀଙ୍କ ସମ୍ପର୍କରେ ସୂଚନା ଦେବା ଲୋକଙ୍କୁ ୧୦ ଲକ୍ଷ ଟଙ୍କା ପୁରସ୍କାର ରଖିଥିଲା। ମୁଲତାନୀଙ୍କ ନାମରେ ଆଇଏସଆଇ ଅପରେଟିଭଙ୍କ ସହ ମିଶି ଭାରତ ଓ ମୁମ୍ବାଇରେ ଆତଙ୍କବାଦୀ ଆକ୍ରମଣ କରିବାର ଅଭିଯୋଗ ରହିଛି।

Leave a Reply

Your email address will not be published. Required fields are marked *