ସିରିଆ ଉପରେ ଇରାନୀ ଡ୍ରୋନ ଆକ୍ରମଣ

Spread the love

ୱାସିଂଟନ: ଆମେରିକାର ପକ୍ଷରୁ ଏକ ବଡ ଦାବି। ଇରାନର ସନ୍ଦିଗ୍ଧ ଡ୍ରୋନ ଆକ୍ରମଣରେ ସିରିଆର ଉତ୍ତର-ପୂର୍ବରେ ଆମର ଜଣେ ଠିକାଦାରଙ୍କ ମୃତ୍ୟୁ ହୋଇଛି। ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି କି, ଏହି ଆକ୍ରମଣରେ ୫ ଜଣ ଆମେରିକୀୟ ସୈନିକ ଓ ଅନ୍ୟ ଜଣେ ଠିକାଦାର ଆହତ ହୋଇଛନ୍ତି।

ଆମେରିକା ସୁରକ୍ଷା ବଳ କହିଛି କି, ଇରାନୀ ଡ୍ରୋନ ମାଡ ପରେ ସୁରକ୍ଷାବଳ ତୁରନ୍ତ ଜବାବ ଦେଇଥିଲା। ଇରାନର ବିଦ୍ରୋହକାରୀ ଗାର୍ଡଙ୍କ ସହ ଜଡିତ ସମୂହଗୁଡିକ ଦ୍ବାରା ବ୍ୟବହାର ହେଉଥିବା ଠିକଣାକୁ ଟାର୍ଗେଟ କରାଯାଇଥିଲା ଓ ଏୟାର ଆଟାକ ସହ ତୁରନ୍ତ ଜବାବୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା ସୁରକ୍ଷାବଳ। ଆକ୍ରମଣକୁ ନେଇ ମାନବାଧିକାର କାର୍ଯ୍ୟକର୍ତ୍ତାଙ୍କ ପକ୍ଷରୁ କୁହାଯାଇଛି କି, ଏହି ଆକ୍ରମଣରେ ୪ ଜଣଙ୍କ ମୃତ୍ୟୁ ହୋଇଛି।

ସୂଚନାଯୋଗ୍ୟ, ମଧ୍ୟ-ପୂର୍ବରେ ଦୀର୍ଘ ବର୍ଷରୁ ବିଦ୍ରୋହୀ ଶକ୍ତିଙ୍କ ପାଇଁ ଅସ୍ଥିରତା ଲାଗିରହିଛି। ଏହି ଉତ୍ତେଜନା କମ କରିବାକୁ ନିକଟ ଅତୀତରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା। କିନ୍ତୁ ଆମେରିକାର ସଦ୍ୟ ଆକ୍ରମଣ ପୁଣି ଥରେ ଚିନ୍ତା ବଢାଇ ଦେଇଛି। ଆମେରିକା ରକ୍ଷା ମନ୍ତ୍ରୀ ଲାୟଡ ଆଷ୍ଟିନ କହିଛନ୍ତି କି, ଆମେରିକା ଗୁଇନ୍ଦା ସମୂହ ଇରାନୀ ଡ୍ରୋନ ସମ୍ପର୍କରେ ସୂଚନା ମିଳିଥିଲା। ତେବେ ଆଷ୍ଟିନ ନିଜ ଦାବିର ସମର୍ଥନରେ କୌଣସି ଦୃଷ୍ଟାନ୍ତମୂଳକ ପ୍ରମାଣ ଉପସ୍ଥାପନ କରି ପାରି ନାହାନ୍ତି। ଆଷ୍ଟିନ କହିଛନ୍ତି, ବିଦ୍ରୋହୀ ଗାର୍ଡଙ୍କ ସମର୍ଥିତ ମେଣ୍ଟ ଶକ୍ତିମାନଙ୍କ ସହ ନିକଟରେ ଆକ୍ରମଣ କରିଛନ୍ତି, ଯାହାର ଜବାବରେ ପାଲଟା ଆକ୍ରମଣ କରାଯାଇଥିଲା।

ଇରାନ ଆମେରିକା ଓ ଇଜରାଏର ସାମ୍ନା କରିବାକୁ ମଧ୍ୟ ପୂର୍ବରେ ପ୍ରକ୍ସି ଶକ୍ତିମାନଙ୍କ ବ୍ୟବହାର କରୁଛି। ପେଣ୍ଟାଗନ ପକ୍ଷରୁ କୁହାଯାଇଛି କି, ଦୁଇ ଆହତ ସୈନିକଙ୍କ ଘଟଣାସ୍ଥଳରେ ହିଁ ଚିକିତ୍ସା କରାଯାଇଛି ଓ ଅନ୍ୟ ଆହତ କଣ୍ଟ୍ରାକ୍ଟରଙ୍କୁ ଇରାକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

Leave a Reply

Your email address will not be published. Required fields are marked *