ଗୁଳିମାଡରେ ୭ ମୃତ, ୧୦ ଆହତ

Spread the love

ତେହରାନ: ଇରାନରେ ଦୁଇ ପୃଥକ ସ୍ଥାନରେ ଗୁଳିମାଡ। ଏହି ଗୁଳିମାଡରେ ମୋଟ ୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ମୃତକଙ୍କ ମଧ୍ୟରେ ୨ ମହିଳା ଅଛନ୍ତି। ୧୦ଜଣ ସୁରକ୍ଷାକର୍ମୀ ମଧ୍ୟ ଆହତ ହୋଇଛନ୍ତି। ଆହତମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଇରାନର ଦକ୍ଷିଣ ପଶ୍ଚିମରେ ଥିବା ଇଜେହରେ ହୋଇଥିବା ଗୁଳିମାଡରେ ଦୁଇ ମହିଳାଙ୍କ ସମେତ ୫ ଜଣଙ୍କ ମୃତ୍ୟୁ ହୋଇଛି ଓ ୧୦ ସୁରକ୍ଷାକର୍ମୀ ଆହତ ହୋଇଛନ୍ତି। ଏହା ବ୍ୟତୀତ ଇରାନର ଇସ୍ଫହାନ ସହରରେ ମଧ୍ୟ ଗୁଳିମାଡ ହୋଇଛି। ଏଥିରେ ୨ ଜଣ ସୁରକ୍ଷାକର୍ମୀଙ୍କ ମୃତ୍ୟୁ ହୋଇଛି। ଉଭୟ ସ୍ଥାନରେ  ଆକ୍ରମଣକାରୀ ବାଇକରେ ଆସି ଲୋକଙ୍କ ଉପରକୁ ଆଖିବୁଜା  ଗୁଳିମାଡ କରିଥିବା ଜଣାପଡିଛି। ତେବେ କାହିଁକି ଓ କେଉଁ ଉଦ୍ଦେଶ୍ୟରେ ଏହି ଗୁଳିମାଡ ହୋଇଛି ସେ ନେଇ କିଛି ସ୍ପଷ୍ଟ ସୂଚନା ମିଳିନାହିଁ। ହିଜାବ ବିରୋଧୀ ବିକ୍ଷୋଭ ପ୍ରଦର୍ଶନକୁ ନେଇ ଆକ୍ରମଣ ହୋଇଥିବା କୁହାଯାଉଛି।

ଖୁଜେସ୍ତାନ ପ୍ରଦେଶର ଡେପୁଟି ଗଭର୍ଣ୍ଣର ୱାଲିୟୁଲା ହାୟତିଙ୍କ ସୂଚନା ମୁତାବକ, ବୁଧବାର ବିଳମ୍ବିତ ରାତିରେ ବହୁ ବିରୋଧୀ ଦଳ ଇଜେହର ବିଭିନ୍ନ ସ୍ଥାନରେ ଏକାଠି ହୋଇଥିଲେ। ସରକାରଙ୍କ ବିରୋଧରେ ନାରାବାଜି କରିଥିଲେ। ଏଥିସହ ପୁଲିସ ଉପରକୁ ପଥରମାଡ କରିଥିଲେ। ପୁଲିସ ସେମାନଙ୍କୁ ଅଟକାଇବା ପାଇଁ ଲୁହବୁହା ଗ୍ୟାସ୍ ପ୍ରୟୋଗ କରିଥିଲା। ଏହି ସମୟରେ କେହି ଜଣେ ଶିଆ ସମ୍ପ୍ରଦାୟର ମାଦ୍ରାସାରେ ନିଆଁ ଲଗାଇ ଦେଇଥିଲେ। ଫଳରେ ବିକ୍ଷୋଭ ଆହୁରି ଜୋରଦାର ହୋଇଥିଲା। ଏହାର ଫଳ ସ୍ବରୂପ ଗୁଳିମାଡ ହୋଇଥିବା କୁହାଯାଉଛି।

Leave a Reply

Your email address will not be published. Required fields are marked *