ଇସ୍ତାନବୁଲ ବିସ୍ଫୋରଣରେ ୬ ମୃତ

Spread the love

ନୂଆଦିଲ୍ଲୀ: ତୁର୍କୀର ଇସ୍ତାନବୁଲରେ  ବଡ଼ ଧରଣର ଆତଙ୍କୀ ଆକ୍ରମଣ । ଭୟଙ୍କର ବିସ୍ଫୋରଣରେ ୬ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଥିବା ବେଳେ ୫୦ରୁ ଅଧିକ ଆହତ ହୋଇଛନ୍ତି। ବିସ୍ଫୋରଣର ଭୟାବହତାକୁ ନେଇ ମୃତ୍ୟୁ ସଂଖ୍ୟା  ଆହୁରି ବୃଦ୍ଧି ପାଇବ ବୋଲି ଆଶଙ୍କା କରାଯାଉଛି।

ଇସ୍ତାନବୁଲର ଇସ୍ତିକାଲରେ ଥିବା ବ୍ୟସ୍ତବହୁଳ ମାର୍କେଟ ଏରିଆରେ ଏହି ବିସ୍ଫୋରଣ ହୋଇଛି । କେହି କିଛି ଭାବିବା ପୂର୍ବରୁ ଭୟଙ୍କର ବିସ୍ଫୋରଣରେ ଥରି ଉଠିଥିଲା ଏହି ଅଞ୍ଚଳ । ଚାହୁଁ ଚାହୁଁ ଚାରି ଆଡ଼େ ଧୂଆଁ ଭର୍ତ୍ତି ହୋଇ ଯାଇଥିଲା । ଇସ୍ତାନବୁଲର ଏହି ଅଞ୍ଚଳକୁ ପୂର୍ବରୁ ମଧ୍ୟ ଟାର୍ଗେଟ କରିଥିଲେ ଆଇଏସ୍ ଆତଙ୍କବାଦୀ ସଙ୍ଗଠନ । ୬ ବର୍ଷ ପୂର୍ବରୁ ଆଇଏସ୍ ଆତଙ୍କବାଦୀ ହମଲାରେ ପ୍ରାୟ ୫୦୦ ଜଣଙ୍କ ମୃତ୍ୟୁ ହୋଇଥିଲା । ୨ ହଜାରରୁ ଅଧିକ ଆହତ ହୋଇଥିଲେ ।

Leave a Reply

Your email address will not be published. Required fields are marked *