ୟୁଏନ ସୁରକ୍ଷା ପରିଷଦରେ ଭାରତକୁ ସାମିଲ କରିବା ଉପରେ ଜୟଶଙ୍କରଙ୍କ ଦୃଢୋକ୍ତି

Spread the love

ନୂଆଦିଲ୍ଲୀ: ଜାତି ସଂଘର ସୁରକ୍ଷା ପରିଷଦରେ ଭାରତକୁ ସ୍ଥାୟୀ ସଦସ୍ୟ କରିବା ଉପରେ ଜୋର ଦେଇ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କାର କହିଛନ୍ତି କି, ଭାରତକୁ ଜାତିସଂଘର ସୁରକ୍ଷା ପରିଷଦରେ ସାମିଲ କରାନଯିବା ନା କେବଳ ଆମପାଇଁ, ପରନ୍ତୁ ଜାତିସଂଘ ସୁରକ୍ଷା ପରିଷଦ ପାଇଁ ଠିକ ନୁହେଁ। ବହୁ ପୂର୍ବରୁ ଭାରତକୁ ଏହି ପରିଷଦର ସ୍ଥାୟୀ ସଦସ୍ୟତା ମିଳିବା କଥା। ଏହି ପରିଷଦରେ ଋଷ, ବ୍ରିଟେନ, ଚୀନ, ଫ୍ରାନ୍ସ ଓ ଆମେରିକା ସ୍ଥାୟୀ ସଦସ୍ୟ ରହିଛନ୍ତି।

ବୁଧବାର ବିଦେଶ ମନ୍ତ୍ରୀ କଲମ୍ବିଆ ବିଶ୍ବବିଦ୍ୟାଳୟର ପ୍ରଫେସର ତଥା ନୀତି ଆୟୋଗର ପୂର୍ବ ଉପାଧ୍ୟକ୍ଷ ଅରବିନ୍ଦ ପନଗଢିଆଙ୍କ ସହ ଆଲୋଚନା କାଳରେ ୟୁଏନ ସୁରକ୍ଷା ପରିଷଦରେ ଭାରତକୁ ସ୍ଥାୟୀ ସଦସ୍ୟତା ପ୍ରଦାନ କରିବା ଉପରେ ଜୋର ଦେଇଛନ୍ତି। ଭାରତ ଏହାକୁ ନେଇ ବହୁତ ଦାୟିତ୍ବବାନ। ଏହା ଉପରେ ମୁଁ କାମ କରୁଛି। ଭାରତର ଚିନ୍ତାଧାରା ସମ୍ପର୍କରେ କହିବାକୁ ଯାଇ ଜୟଶଙ୍କର କହିଛନ୍ତି କି, ପରିଷଦରେ ପରିବର୍ତ୍ତନର ଆବଶ୍ୟକତା ରହିଛି।

ସେ ଆହୁରି କହିଛନ୍ତି, ୮୦ ବର୍ଷ ତଳେ ପରିଷଦର ଗଠନ ହୋଇଥିଲା, ସେବେଠାରୁ ବର୍ତ୍ତମାନ ମଧ୍ୟରେ ବହୁ ଫରକ କରିଛି। ଦେଶ ପ୍ରଗତି ପଥେ ଦ୍ରୁତ ଅଭିବୃଦ୍ଧି କରୁଛି। ବିଶ୍ବରେ ଭାରତ ତୃତୀୟ ସର୍ବ ବୃହତ୍ତ ଅର୍ଥବ୍ୟବସ୍ଥା ହେବାକୁ ଯାଉଛି। ଏପରି ସ୍ଥିତିରେ ଭାରତକୁ ୟୁଏନ ସୁରକ୍ଷା ପରିଷଦରେ ସ୍ଥାୟୀ ସଦସ୍ୟ ନ କରିବା ଖାଲି ଭାରତ ପାଇଁ ନୁହେଁ, ସମସ୍ତଙ୍କ ପାଇଁ ଅହିତକର।

ଚୀନ, ଆମେରିକା, ଜର୍ମାନ, ଋଷ, ବ୍ରିଟେନ ପରିଷଦର ସ୍ଥାୟୀ ସଦସ୍ୟ ହୋଇଥିବାରୁ ସେମାନଙ୍କ ନିକଟରେ ଭିଟୋ ଅଧିକାର ରହିଛି। ସମ୍ପ୍ରତି ବିଶ୍ବର ସ୍ଥିତିକୁ ଦୃଷ୍ଟିରେ ରଖି ସୁରକ୍ଷା ପରିଷଦର ସଦସ୍ୟ ସଂଖ୍ୟା ବଢାଇବାକୁ ଦାବି ହେଉଛି।

ସେପଟେ, ଭାରତକୁ ପରିଷଦରେ ସାମିଲ କରିବା ସପକ୍ଷରେ ଆମେରିକା ବୁଧବାର ତର୍କ ରଖିଛି। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ପରିଷଦରେ ଭାରତକୁ ସ୍ଥାୟୀ ସଦସ୍ୟତା ଦେବା ସପକ୍ଷରେ କହିଛନ୍ତି। ସେ କହିଛନ୍ତି, ପୂର୍ବରୁ ମଧ୍ୟ ଆମେ ସୁରକ୍ଷା ପରିଷଦରେ ଭାରତ, ଜାପାନ ଓ ଜର୍ମାନକୁ ସାମିଲ କରିବା ଉପରେ ମତ ଦେଇ ଆସିଛୁ।

Leave a Reply

Your email address will not be published. Required fields are marked *