ଖୁବଶୀଘ୍ର ଆରମ୍ଭ ହେବ କୈଳାସ-ମାନସରୋବର ଯାତ୍ରା । ଭକ୍ତଙ୍କ ପାଇଁ ଖୁସି ଖବର। ଭାରତ-ଚୀନ ବୁଝାମଣା ପରେ ପୁଣିଥରେ ଆରମ୍ଭ ହେବାକୁ ଯାଉଛି କୈଳାସ- ମାନସରୋବର ଯାତ୍ରା । ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଚୀନ ଗସ୍ତରେ ଥିବାବେଳେ ସେ ଚୀନର ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟିଙ୍କୁ ଭେଟିଛନ୍ତି । ଏହି ସମୟରେ ବିନା ବାଧାରେ କୈଳାସ ମାନସରୋବର ଯାତ୍ରା ପାଇଁ ଚୁକ୍ତି ହୋଇଛି। ତେବେ କିଛି ବର୍ଷ ଧରି କୈଳାସ ମାନସରୋବର ଯାତ୍ରା ବନ୍ଦ ଥିବା ବେଳେ ସେବେଠାରୁ ଏହି ଯାତ୍ରାରୁ ଭକ୍ତ ମାନେ ବଞ୍ଚିତ ଥିଲେ। ହେଲେ ବର୍ତ୍ତମାନ ଡୋଭାଲ ଏବଂ ୱାଙ୍ଗ ୟିଙ୍କ ମଧ୍ୟରେ ଆଲୋଚନା ପରେ ପୁଣି ଥରେ ପବିତ୍ର ଯାତ୍ରାର ମାର୍ଗ ଖୋଲିବା ନେଇ ସୂଚନା ମିଳିଛି। କୈଳାସ ମାନସରୋବର ତିବ୍ଦତରେ ଅବସ୍ଥିତ । ଚୀନ ଏବେ ତିବ୍ଦତକୁ ଅଧିକାର କରିଥିବାରୁ କୈଳାସ ଓ ମାନସରୋବର ମଧ୍ୟ ଚୀନ ଅଧିନରେ ଆସୁଛି । ଗତ ପାଞ୍ଚ ବର୍ଷ ହେବ ଏହି ଯାତ୍ରା ବନ୍ଦ ରହିଥିଲା । ଯାହା ଏବେ ପୁଣି ଥରେ ଆରମ୍ଭ କରିବାକୁ ରାଜି ହୋଇଛି।
Naxatra News is now on Whatsapp
Join and get latest news update delivered to you via whatsapp
Join Now