ଭୂକମ୍ପରେ ଶିଶୁମାନେ ସବୁଠୁ ବେଶୀ ପ୍ରଭାବିତ

Spread the love

()- ତୁର୍କୀ ଓ ସିରିୟାରେ ଭୟଙ୍କର ଭୂକମ୍ପ। ଗଲାଣି ୧୬ ହଜାରରୁ ଅଧିକ ଲୋକଙ୍କ ଜୀବନ । ଏବେ ବି ଧ୍ୱଂସ ସ୍ତୁପ ତଳେ ଫସି ରହିଛନ୍ତି ହଜାର ହଜାର ଲୋକ। ସାରା ବିଶ୍ୱରୁ ତୁର୍କୀକୁ ସହାୟତାର ହାତ ଛୁଟିଛି। ତୁର୍କୀ ଓ ସିରିୟାରୁ ଦେଖିବାକୁ ମିଳୁଛି ବିକଳ ଚିତ୍ର । ଚାରିଆଡ଼େ ଖାଲି ଖାଁ ଖାଁ । ସେପଟେ ସେମାନଙ୍କୁ ଉଦ୍ଧାର କରିବା ପାଇଁ ହାତ ବଢ଼ାଇଛି ବହୁ ଦେଶ ।

କାନ୍ଦୁଛି ତୁର୍କୀ ଏବଂ ସିରିୟା । ବିଶ୍ୱ ଦେଖିଲା ଭୟଙ୍କର ତାଣ୍ଡବ । ଏଭଳି ହୃଦୟ ବିଦାରକ ଦୃଶ୍ୟ ସମଗ୍ର ବିଶ୍ୱକୁ ପୁଣି ଦୋହଲାଇ ଦେଇଛି। ଚାହୁଁ ଚାହୁଁ ଖସିପଡିଲା ବଡ଼ ବଡ଼ ଅଟ୍ଟାଳିକା । କେବଳ ଗୋଟିଏ କି ଦୁଇଟି ଭୂକମ୍ପ ନୁହେଁ ବରଂ ବଡ଼ ବଡ଼ ପାଞ୍ଚିଟି ଭୂକମ୍ପ ଯେମିତି ସବୁକିଛି ସ୍ତବ୍ଧ କରିଦେଇଛି । ଗୋଟିଏ ପରେ ଗୋଟିଏ ବିକଳ ଚିତ୍ର ସାମ୍ନାକୁ ଆସିବାରେ ଲାଗିଛି । ଚାରିଆଡେ ପଡି ରହିଛି ଭୁସିଡି ପଡିଥିବା ବଡ଼ ବଡ଼ କୋଠା । ଆଉ ତାରି ତଳେ ଚାପି ହୋଇ ରହିଛନ୍ତି ବହୁ ଲୋକଙ୍କ ଠାରୁ ଆରମ୍ଭ କରି କୁନି କୁନି ଶିଶୁ । ଯେମିତି ତୁର୍କୀ ସମ୍ପୂର୍ଣ୍ଣ ଧ୍ୱଂସ ଧ୍ୱଂସ ଆଉ ଖାଲି ଧ୍ୱଂସ ହୋଇ ରହିଛି । ପ୍ରଳୟଙ୍କରୀ ଭୂକମ୍ପରେ ଥରିଲା ତୁର୍କୀ ଓ ସିରିଆ। ପ୍ରକୃତି କୋପରେ ଭୟଙ୍କର ବିପର୍ଯ୍ୟୟର ସାମ୍ନା କଲା ଦୁଇ ରାଷ୍ଟ୍ର। ଯେମିତି ତୁର୍କୀ ପଲଟି ଯାଇଛି ଶ୍ମଶାନ । ଘଣ୍ଟାକୁ ଘଣ୍ଟା ବଢ଼ିବାରେ ଲାଗୁଛି ମୃତ୍ୟୁ ସଂଖ୍ୟା । ସେହିପରି ୧୬୦୦୦ରୁ ଉର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ତୁର୍କୀରେ କେବଳ ୧୨ ହଜାର ୮ ଶହ ୭୩ ରୁ ଉର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ହୋଇଛି । ସେହିପରି ସିରିୟାରେ ୩ ହଜାର ୧୬୨ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି । ଏହା ସହ ମୃତ୍ୟୁ ସଂଖ୍ୟା ଆହୁରି ବୃଦ୍ଧି ପାଇପାରେ ବୋଲି ଆଶଙ୍କା କରାଯାଉଛି । ଘଟଣାକୁ ତିନିଦିନ ବିତି ଯାଇଥିଲେ ମଧ୍ୟ ଏପର୍ଯ୍ୟ ସମସ୍ତଙ୍କୁ ଉଦ୍ଧାର କରାଯାଇ ପାରିନାହିଁ । ତେବେ ଘଟଣା ସ୍ଥଳରେ ତୁର୍କୀ ରାଷ୍ଟ୍ରପତି ପରିଦର୍ଶନ କରିଥିବା ସହ ଏଭଳି ବିପର୍ଯ୍ୟୟ ଆସିବ ଓ ମୁକାବିଲା କରିବାକୁ ପଡ଼ିବ ବୋଲି ଆମେ କେବେ ବି ଭାବିନଥିଲୁ । ଉଦ୍ଧାର କାରି ଦଳ ଘଟଣା ସ୍ଥଳରେ ପହଁଞ୍ଚି ଲୋକମାନଙ୍କୁ ଉଦ୍ଧାର କରିବାରେ ଲାଗି ପଡିଛନ୍ତି ।

ଦେଖିବାକୁ ଗଲେ ତୁର୍କୀର ବିକଳ ଚିତ୍ର ଯେମିତି ସବୁ କିଛି ଛଡେଇ ନେଇଛି । ଛୋଟ ଛୋଟ ଶିଶୁକୁ ବଞ୍ଚାଇବା ପାଇଁ ଉଦ୍ଧାରକାରୀ ଦଳ ପାରୁ ପର୍ଯ୍ୟନ୍ତ ଚେଷ୍ଟା ଚଳାଇଛନ୍ତି । ସେମାନଙ୍କୁ ମଧ୍ୟ ଉଦ୍ଧାର କରିବାରେ ଲାଗିପଡିଛନ୍ତି । ବିଶେଷ କରି ଦେଖିବାକୁ ଗଲେ ତୁର୍କୀ ଏବଂ ସିରିୟା ଭୂକମ୍ପରେ ଶିଶୁମାନେ ସବୁଠୁ ବେଶୀ ପ୍ରଭାବିତ ହୋଇଛନ୍ତି । କେଉଁଠି ଜନ୍ମରୁ ଶିଶୁ ଅନାଥ ହୋଇଯାଇଥିବା ବେଳେ ଅନ୍ୟ କେଉଁଠି ନିଜ ପିଲାଙ୍କୁ ହରାଇ ବାପା ମା ଭାଙ୍ଗି ପଡ଼ିଛନ୍ତି । କହରାମନମାରସରେ କିଛି ବାପା ମା ନିଜର ଛୁଆକୁ ଧରି ଭୋ ଭୋ ହୋଇ କାନ୍ଦୁଛନ୍ତି । ବୁଧବାର ତୁର୍କୀର ସାନଲିର୍ଫରେ ଜଣେ ବ୍ୟକ୍ତିଙ୍କୁ ୫୩ ଘଣ୍ଟା ପରେ ଜୀବତ ଉଦ୍ଧାର କରାଯାଇଛି । କିଛି ଜଣ ଘଣ୍ଟା ଘଣ୍ଟା ରହିଥିବା ବେଳେ ସେମାନଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଆଉ କିଛି ଜଣ ମଧ୍ୟ ଉଦ୍ଧାର ହୋଇ ପାରୁ ନାହିଁନ୍ତି । ଏଭଳି କିଛି ଦୃଶ୍ୟ ସାମ୍ନାକୁ ଆସିଛି ନିଜ ଜୀବନକୁ ସୁରକ୍ଷିତ ବଞ୍ଚାଇବା ପରେ ନିଜ ମାକୁ ଆଲିଙ୍ଗନ କରିପକାଉଛନ୍ତି । ଧ୍ୱଂସସ୍ତୂପ ତଳୁ ଗୋଟିଏ ପରେ ଗୋଟିଏ ଶିଶୁର ମୃତ ଦେହ ଉଦ୍ଧାର ହେବା ହୃଦୟବିଦାରକ ସ୍ଥିତି ସୃଷ୍ଟି କରିଛି । ଉତ୍ତରପଶ୍ଚିମ ସିରିୟାର ଜିଣ୍ଡରିସରେ ଉଦ୍ଧାରକାରୀ ଦଳ ଏକ ନବଜାତ ଶିଶୁକୁ ଜନ୍ମ ଦେବାପରେ ମାର ମୃତ୍ୟୁ ହୋଇଛି ବୋଲି ଜଣାପଡିଛି । ସେହିପରି ଉତ୍ତର ସିରିୟାର ହରମରରେ ଏକ ଛୋଟ ଗାଁ ବେସନୟା-ବିସନେହ । ଭୂକମ୍ପରେ ଏହି ଗ୍ରାମଟି ସମ୍ପୂର୍ଣ୍ଣ ଭାବେ ମାଟିରେ ମିଶିଯାଇଛି । ଉଦ୍ଧାରକାରୀ ଦଳ ସବୁ ଶକ୍ତି ଲଗାଇ ଉଦ୍ଧାର କରୁଛନ୍ତି ।

ସେପଟେ ତୁର୍କୀକୁ ସହାୟତାର ହାତବଢ଼ାଇଛି । ଅପରେସନ ଦୋସ୍ତ ମାଧ୍ୟମରେ ତୁର୍କୀରେ ଫସି ରହିଥିବା ଲୋକମାନଙ୍କୁ ଉଦ୍ଧାର କରାଯାଉଛି । ୬ ଟି ସାମରିକ ବିମାନରେ ଭାରତ ତୁର୍କୀକୁ ସାହାୟତାର ସାମଗ୍ରୀ ପଠାଇଛି । ଆହୁରି ବିମାନ ଯୋଗେ ସହାୟତା କରାଯାଇ ପାରେ ବୋଲି କୁହାଯାଉଛି ।  ଏହା ସହ  ୧୦୦ ଏନଡିଆରଏଫ୍ ଯବାନ, ସ୍ୱତନ୍ତ୍ର ପ୍ରଶିକ୍ଷିତ ଡଗ୍ ସ୍କ୍ୱାଡ୍, ଡ୍ରିଲିଂ ମେସିନ, ରିଲିଫ ସାମଗ୍ରୀ, ଔଷଧ ଓ ଅନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ପଠାଯାଇଛି। ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଚାଲିଥିବା ବେଳେ ଏଥିରେ ବାଧକ ସାଜୁଛି ବରଫ ବର୍ଷା । ଭାରତୀୟ ସେନା ଓ ଏନଡିଆରଏଫ ଟିମ୍‌ ତୁର୍କୀ ଓ ସିରିୟାରେ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରୁଛନ୍ତି।

ଆର୍ପିତା ପ୍ରହରାଜଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *