ନୂଆଦିଲ୍ଲୀ: ମାଲଦୀପର ବିଦେଶ ମନ୍ତ୍ରୀ ଅବ୍ଦୁଲ୍ଲା ଶାହିଦ ଶୁକ୍ରବାର ଭାରତ ସରକାରକୁ କରିଛନ୍ତି ପ୍ରଶଂସା । ଅବ୍ଦୁଲ୍ଲା କହିଛନ୍ତି କି, ମାଲଦୀପ କୌଣସି ପ୍ରତିସ୍ପର୍ଧା ଖେଳ ମୈଦାନ ନଥିଲା। ଭାରତ ସହ ଆମର ବହୁତ ଭଲ ସମ୍ବନ୍ଧ ରହିଛି। ପ୍ରଧାନମନ୍ତ୍ରୀ ମୋଦି ରାଷ୍ଟ୍ରପତି ସୋଲିହ ଉଦ୍ଘାଟନ ସମାରୋହରେ ସେଠାରେ ପହଞ୍ଚିଥିଲେ। ରାଷ୍ଟ୍ରପତି ସୋଲିହ ଡିସେମ୍ବରରେ ରାଜକୀୟ ଯାତ୍ରାରେ ଦିଲ୍ଲୀରେ ଥିଲେ। ସେବେଠାରୁ ଆମେ ବହୁତ ଉଚ୍ଚ ସ୍ତରୀୟ ଗସ୍ତ କରୁଛୁ।
ସାହିଦ କହିଛନ୍ତି, ଦୁଇ ନେତା ନିୟମିତ ରୂପେ ସମ୍ପର୍କରେ ଅଛନ୍ତି ଓ ଦୁଇ ଦେଶର ନେତୃତ୍ବରେ ଭରସା ବହୁତ ଅଛି। ବିଦେଶ ମନ୍ତ୍ରୀ ଜୟଶଙ୍କର ଓ ମୋତେ ଏହା ସୁନିଶ୍ଚିତ କରିବାକୁ ହେବ କି, ଆମେ ପ୍ରତିବଦ୍ଧତାଗୁଡିକକୁ ପୂରା କରିବୁ ଓ ଆମେ ଏହାକୁ ପୂରା କରିବାକୁ ସମ୍ପୂର୍ଣ୍ଣ ସକ୍ଷମ। ମାଲଦୀପ-ଭାରତ ସମ୍ବନ୍ଧ ଏହା ପୂର୍ବରୁ ଏତେ ଭଲ ନଥିଲା।
ମାଲଦୀପ ବିଦେଶ ମନ୍ତ୍ରୀ ଆହୁରି କହିଛନ୍ତି କି, ଭାରତ ସମୟର ଆହ୍ବାନରେ ବାସ୍ତବ ବନ୍ଧୁ ସାବ୍ୟସ୍ତ ହୋଇଛି। ମାଲଦୀପରେ ପ୍ରତି ବିପର୍ଯ୍ୟସ୍ତ ପରିସ୍ଥିତିରେ ଭାରତ ସବୁଠାରୁ ଆଗରେ ରହିଛି। ସେ କହିଛନ୍ତି କି, ୧୯୮୮ରେ ହୋଇଥିବା ଆକ୍ରମଣ, ୨୦୦୪ର ସୁନାମୀ, ୨୦୧୫ର ମାଲେ ସଙ୍କଟ ଓ କରୋନା ମହାମାରୀ କାଳରେ ଭାରତ ଯେଉଁ ଉଦାରତା ସହ ଆମ ପର୍ଯ୍ୟନ୍ତ ପହଞ୍ଚିଛି, ତାହା ଅଦ୍ଭୂତ ଥିଲା। ଭାରତ ଯେଉଁ ପରି ଆମ ପର୍ଯ୍ୟନ୍ତ ଯାଇ ପହଞ୍ଚିଛି, ଏଥିପାଇଁ ଆମେ ବହୁତ ଆଭାରୀ ଭାରତ ନିକଟରେ।
Naxatra News is now on Whatsapp
Join and get latest news update delivered to you via whatsapp
Join Now