ପୂର୍ବ କଙ୍ଗୋରେ ନରସଂହାର

Spread the love

ନୂଆଦିଲ୍ଲୀ: ପୂର୍ବ କଙ୍ଗୋରେ ନରସଂହାର। ପୂର୍ବ କଙ୍ଗୋ ଲୋକତନ୍ତ୍ର ଗଣରାଜ୍ୟ ବା ଡିଆରସିରେ ଏମ ୨୩  ବିଦ୍ରୋହୀମାନେ ୧୭ ମହିଳା ଓ ୧୨ ଶିଶୁଙ୍କ ସମେତ ୧୩୧ ନାଗକରିକଙ୍କୁ ହତ୍ୟା କରିଛନ୍ତି। ୟୁଏନ ମହାସଚିବ ଏଣ୍ଟୋନିୟୋ ଗୁଟେରସଙ୍କ ମୁଖ୍ୟ ପ୍ରବକ୍ତା ଷ୍ଟିଫନ ଡୁଜାରିକ ଗୁରୁବାର ଏସମ୍ପର୍କରେ ସୂଚନା ଦେଇଛନ୍ତି। ଏଥିସହ  ଅତିକମରେ ୨୨ ମହିଳା ଓ ୫ ଝିଅଙ୍କ ସହ ଦୁଷ୍କର୍ମ କରାଯାଇଥିବା କୁହାଯାଇଛି।

ଷ୍ଟିଫନ କହିଛନ୍ତି କି, ଆମ ସହଯୋଗୀମାନଙ୍କ ସୂଚନା ଅନୁଯାୟୀ, ପୀଡିତମାନଙ୍କୁ ବିଦ୍ରୋହୀ ସଂଗଠନ ଗୁଳିମାରି ଓ ଛୁରୀ ଭୁସି ହତ୍ୟା କରିଛନ୍ତି। ୟୁଏନ ମିଶନ, ଯାହା ମୋନସ୍କୋ ଭାବେ ଜଣାଯାଏ, ତାର ମାନବାଧିକାର ସହଯୋଗୀମାନଙ୍କ ସହ ଉତ୍ତର କିବୁ ପ୍ରାନ୍ତର ଋତସୁରୁ ଅଞ୍ଚଳରୁ ତଥା ବମ୍ବୋର ଗାଁଗୁଡିକରୁ ୨୯ ଓ ୩୦ ନଭେମ୍ବରରେ ନାଗରିକମାନଙ୍କ ଉପରେ ଆକ୍ରମଣ ହୋଇଥିବା ଯାଞ୍ଚରୁ ସ୍ପଷ୍ଟ ହୋଇଛି।

ଜାତି ସଂଘର ଶାନ୍ତି ମିଶନ ନାଗରିକମାନଙ୍କ ବିରୋଧରେ ହେଉଥିବା ଏହି ଅକଥନୀୟ ହିଂସାକୁ କଡା ଶବ୍ଦରେ ନିନ୍ଦା କରିବା ସହ ପୀଡିତମାନଙ୍କୁ ଜରୁରୀକାଳୀନ ମାନବୀୟ ସହାୟତା ପ୍ରଦାନ କରିବାର ଦାବି କରୁଥିବା ଷ୍ଟିଫନ କହିଛନ୍ତି। ସେ ଆହୁରି କହିଛନ୍ତି, ମିଶନ ମାନବ ଅଧିକାରୀମାନେ ଓ ଅନ୍ତରାଷ୍ଟ୍ରୀୟ ମାନବୀୟ ଆଇନର ଉଲ୍ଲଙ୍ଘନକାରୀଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିବାକୁ କଙ୍ଗୋ ଅଧିକାରୀଙ୍କ ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି।

ସେ କହିଛନ୍ତି କି, ମିଶନ ପୀଡିତମାନଙ୍କୁ ନ୍ୟାୟ ଦେବାର ପ୍ରୟାସରେ ସହାୟତା ପାଇଁ ପ୍ରସ୍ତୁତ ଅଛି ଓ ନାଗରିକମାନଙ୍କ ଉପରେ ହେଉଥିବା ହିଂସାର ତତ୍କାଳ ସମାପ୍ତି ପାଇଁ ଆହ୍ବାନ ଦିଆଯାଇଛି।

Leave a Reply

Your email address will not be published. Required fields are marked *