ଜାପାନରେ ଟାଇଫୁନ ନାନମାଡୋଲ ଲ୍ୟାଣ୍ଡଫଲ: ଲକ୍ଷଲକ୍ଷ ଲୋକ ସ୍ଥାନାନ୍ତର

Spread the love

ଟୋକିଓ: ଟାଇଫୁନ ନାନମାଡୋଲ ଜାପାନର ଦକ୍ଷିଣ ପଶ୍ଚିମ ତଟରେ ଲ୍ୟାଣ୍ଡଫଳ କରିଛି। ନାନମାଡୋଲର ଭୟାବହତାକୁ ନେଇ ପ୍ରଶାସନ ପୂର୍ବରୁ ଉପକୂଳବର୍ତ୍ତୀ ମିଲିୟନ୍ସ ଲୋକଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରିଛି। ଏହାର ପ୍ରଭାବରେ ଶକ୍ତିଶାଳୀ ପବନ ବହିବା ସହ ମୁସଳ ଧାରାରେ ବର୍ଷା ଜାରି ରହିଛି।

ସ୍ଥାନୀୟ ସମୟ ଅନୁଯାୟୀ ପ୍ରାୟ ୭ଟାରେ ଟାଇଫୁନ ନାନମାଡୋଲ ଦକ୍ଷିଣ ପଶ୍ଚିମ ତଟରେ ଲାଣ୍ଡଫଲ କରିଥିବା ବେଳେ  ତଟବର୍ତ୍ତୀ କାଗୋସିମା ସହର ନିକଟରେ ଏହାର ଆଇୱାଲ ପହଞ୍ଚିଛି। ଏହାର ପ୍ରଭାବରେ ଘଣ୍ଟାକୁ ୨୩୪ କିଲୋମିଟର ବେଗରେ ପବନ ବହୁଛି ଓ ଗତ ୨୪ ଘଣ୍ଟା ମଧ୍ୟରେ କ୍ୟୁସୁ କ୍ଷେତ୍ରରେ ୫୦୦ ଏମଏମ ବର୍ଷା ରେକର୍ଡ କରାଯାଇଛି।

ନାନମାଡୋଲ ପାଇଁ ଜାପାନ ମେଟ୍ରୋଲୋଜି ବିଭାଗ ପକ୍ଷରୁ ସ୍ବତନ୍ତ୍ର ସତର୍କତା ଜାରି କରାଯାଇଥିଲା। ପ୍ରଶାସନ ୨୦ହଜାର ଲୋକଙ୍କୁ କ୍ୟୁସୁର କାଗୋସିମା ଓ ମିୟାଜାକି ଆଶ୍ରୟସ୍ଥଳୀରେ ରାତ୍ରିଯାପନ କରିଛନ୍ତି। ବହୁ ଦଶକ ପରେ ଏପରି ଶକ୍ତିଶାଳୀ ଟାଇଫୁନ ଦେଖିଛି ଜାପାନ। ଏହାକୁ ନେଇ ବିଭାଗ ପକ୍ଷରୁ ଆଗୁଆ ସତର୍କତା ଜାରି କରାଯାଇଛି। ଜାପାନ ନାସନାଲ ବ୍ରଡକାଷ୍ଟର ପକ୍ଷରୁ ୭ ମିଲିୟନ ଲୋକଙ୍କୁ ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରାଯାଇଥିବା କୁହାଯାଇଛି।

Leave a Reply

Your email address will not be published. Required fields are marked *