ତାଇବାନରେ ପ୍ରକୃତି ରଚୁଛି ତାଣ୍ଡବ

Spread the love

ତାଇପି: ତାଇବାନ ଉପରେ ପ୍ରକୃତିର ତାଣ୍ଡବ। ଦେଶରେ ଗତ ୨୪ ଘଣ୍ଟାରେ ୩ ଭୟଙ୍କର ଭୂକମ୍ପ। ତାଇବାନର ଦକ୍ଷିଣ ପୂର୍ବ ଅଞ୍ଚଳ ସ୍ଥିତ ତାଇତୁଙ୍ଗ କାଉଣ୍ଟିରେ ଭୂକମ୍ପର କେନ୍ଦ୍ର ରହିଛି। ଶନିବାର ଏହି ଅଞ୍ଚଳରେ ୬.୪ ତୀବ୍ରତାର ଭୂକମ୍ପା ଆସିଥିଲା। ଏହା ପରେ ପୁଣ ରବିବାର ୬.୮ ତୀବ୍ରତାର  ଭୂକମ୍ପ ଓ ଅପରାହ୍ନରେ ମଧ୍ୟ ୭.୨ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଛି। ଏହି ଭୂକମ୍ପ ତାଇତୁଙ୍ଗର ୧୦ କିମି ଗଭୀରରେ ଉତ୍ପନ୍ନ ହୋଇଥିଲା।

ଏହି ଲଗାତର ଭୂକମ୍ପରେ ଥରି ଉଠିଛି ତାଇବାନ। ଟ୍ରେନସବୁ ଲାଇନରୁ ଖସିଯାଇଛି।  ୟୁଲିରେ ଏକ ଷ୍ଟୋର ଖସି ପଡିବାରୁ ୪ ଜଣ ଏହା ମଧ୍ୟରେ ଫସି ରହିଛନ୍ତି। ସେମାନଙ୍କ ଉଦ୍ଧାର ପାଇଁ ପ୍ରୟାସ ଜାରି ରହିଛି।  କିଛି ସ୍ଥାନରେ ପୋଲ ଭାଙ୍ଗିଯିବାରୁ ବହୁ ଗାଡି ଖସିପଡିଛି। ଡୋଙ୍ଗଲି ଷ୍ଟେସନରେ ଟ୍ରେନ ଲାଇନଚ୍ୟୁତ ହୋଇଛି। ଷ୍ଟେସନର ଛାତ ମଧ୍ୟ ଭୁଶୁଡି ପଡିଛି। ବହୁ ସ୍ଥାନରେ ଘର ସବୁ ଦୋହଲି ଥିଲା ଭୂକମ୍ପର ଝଟକାରେ। କିଛି କ୍ଷେତ୍ରରେ କୋଠା ଭୁଶୁଡି ପଡିଛି। ତାଇୱାନର ରାଜଧାନୀ ତାଇପି, କାଓେସଙ୍ଗ ଅଧିକ କ୍ଷତିଗ୍ରସ୍ତ ହୋଇଛି ଭୂମିକମ୍ପରେ।  ୟୁଏସ ପେସିଫିକ ପକ୍ଷରୁ ତାଇବାନରେ ସୁନାମୀ ଆଲର୍ଟ ଜାରି କରାଯାଇଛି।

ସେପଟେ, ଜାପାନର ପାଣିପାଗ ବିଭାଗ ପକ୍ଷରୁ ସୁନାମୀ ପାଇଁ ସତର୍କ କରାଯାଇଛି। ଏହି ସୁନାମୀରେ ୩.୨ ଫୁଟ ଉଚ୍ଚର ଲହରୀ ଆସିବା ନେଇ ଆଲର୍ଟ କରାଯାଇଛି।  କାରଣ ଓକିନାବାରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି।

ତାଇୱାନ ରିଙ୍ଗ ଅଫ ଫାୟାର କ୍ଷେତ୍ରରେ ଆସିଥାଏ। ଏଠାରେ ସବୁଠାରୁ ଅଧିକ ଭୂମିକମ୍ପ ଅନୁଭୂତ ହୋଇଥାଏ। ସୁନାମୀ ହୋଇଥାଏ। ଜ୍ବାଳାମୁଖୀ ଉଦ୍‌ଗୀରଣ ମଧ୍ୟ ହୋଇଥାଏ ଏହି କ୍ଷେତ୍ର ମଧ୍ୟରେ। ତାଇବାନ ଦୁଇ ଟେକ୍ଟୋନିକ ପ୍ଲେଟର ଏକଦମ ନିକଟରେ ରହିଛି। ବିଭିନ୍ନ ସମୟରେ ହୋଇଥିବା ଭୂକମ୍ପକରେ ବହୁ ଧନଜୀବନ ହାନୀ ଘଟିଛି ଏଠାରେ।

Leave a Reply

Your email address will not be published. Required fields are marked *