ନୋବେଲ ମେଡିସିନ ୨୦୨୨ ଘୋଷଣା

Spread the love

ନୂଆଦିଲ୍ଲୀ: ମେଡିସିନ ପାଇଁ ନୋବେଲ ଘୋଷଣା। ସ୍ବିଡେନ ବୈଜ୍ଞାନିକ ସ୍ବାଣ୍ଟେ ପାବୋଙ୍କୁ ମିଳିଛି ନୋବେଲ ମେଡିସିନ ୨୦୨୨ ପୁରସ୍କାର। ମାନବ ବିବର୍ତ୍ତନକୁ ନେଇ ତାଙ୍କ ଗବେଷଣାକୁ ନେଇ ଏହି ପୁରସ୍କାର ତାଙ୍କୁ ମିଳିଛି।

ପାବୋ ସ୍ବିଡେନର ଷ୍ଟକହାମରେ ୧୯୫୫ରେ ଜନ୍ମଗ୍ରହଣ କରିଥିଲେ। ସେ ମାନବ ବିବର୍ତ୍ତନ ଉପରେ ମୁନିଚ ବିଶ୍ବବିଦ୍ୟାଳୟରେ ଗବେଷଣା କରିଥିଲେ, ଯାହା ପାଇଁ ତାଙ୍କୁ ନୋବେଲ ମିଳୁଛି।    

ସୋମବାର ଦିନ ନୋବେଲ କମିଟି ସଚିବ ଥୋମସ ପେର୍ଲମାନ ଏହି ଘୋଷଣା କରିଛନ୍ତି। ଚଳିତ ସପ୍ତାହରେ ନୋବେଲ ପୁରସ୍କାର ଘୋଷଣା ହେବାକୁ ଥିବା ବେଳେ ମେଡିସିନ ନୋବେଲ ପ୍ରଥମେ ଘୋଷଣା ହୋଇଛି। ମଙ୍ଗଳବାର ଦିନ ଫିଜିକ୍ସ ପାଇଁ ନୋବେଲ ଘୋଷଣା ହେବ।  ସେହିପରି ବୁଧବାର କେମେଷ୍ଟ୍ରୀ, ଗୁରୁବାର ଲିଟେରେଚର, ଶୁକ୍ରବାର ନୋବଲ ଶାନ୍ତି ଓ ଶନିବାର ବାର ଅକ୍ଟୋବର ୧୦ରେ ଅର୍ଥନୀତି ପାଇଁ ନୋବେଲ ଘୋଷଣା କରାଯିବ।

୨୦୨୧ରେ ମେଡିସିନ କ୍ଷେତ୍ରରେ ଯୁଗ୍ମଭାବେ ନୋବେଲ ଘୋଷଣା ହୋଇଥିଲା। ଡେଭିଡ ଜୁଲିୟସ ଓ ଅର୍ଡେମ ପାଟାପୁଟେନ ପୁରସ୍କାର ଗ୍ରହଣ କରିଥିଲେ କିପରି ମଣିଷ ଶରୀର ତାପ ଓ ସ୍ପର୍ଶ ଅନୁଭବ କରେ।

Leave a Reply

Your email address will not be published. Required fields are marked *