ଜରାଶ୍ରମରେ ନିଆଁ ଲାଗି ୨୦ ମୃତ

Spread the love

ମସ୍କୋ: ଋଷର କେମେରୋଭା ସହରରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ଭୟଙ୍କର ଅଗ୍ନିକାଣ୍ଡରେ ୨୦ ଜଣଙ୍କ ମୃତ୍ୟୁ ହୋଇଛି। ଅଗ୍ନିକାଣ୍ଡ ସେଠାରେ ଥିବା ଏକ ଜରାଶ୍ରମରେ ହୋଇଥିଲା। ନିଆଁର ପ୍ରକୋପ ଏମିତି ଥିଲା କି, କୋଠାର ଦ୍ବିତୀୟ ମହଲା ସମ୍ପୂର୍ଣ୍ଣ ପୋଡି ପାଉଁଶ ହୋଇଯାଇଥିଲା। ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିବା ସହ ଉଦ୍ଧାର କାର୍ଯ୍ୟ କରାଯାଇଥିଲା। ଏହି ଜରାଶ୍ରମଟି ପଞ୍ଜିକୃତ ନ ଥିଲା।

ସେଠାରେ ବୃଦ୍ଧ ଓ ବୃଦ୍ଧା ରହୁଥିବାରୁ ତଥା ବିଳମ୍ବିତ ରାତିରେ ଘଟିଥିବାରୁ ଅନେକଙ୍କର ଶ୍ବାସରୁଦ୍ଧ ହେବା ପରେ ମୃତ୍ୟୁ ହୋଇଥିବା ବେଳେ ନିଆଁରେ ସମସ୍ତେ ପୋଡି ଯାଇଥିଲେ। ଏହା ଏକ ବ୍ୟକ୍ତିଗତ କୋଠାରେ ଚାଲିଥିଲା। ଋଷରେ ଏହିପରି ଅନେକ ଅଣଫଞ୍ଜିକୃତ ଜରାଶ୍ରମ କାର୍ଯ୍ୟ କରୁଛି।  

Leave a Reply

Your email address will not be published. Required fields are marked *