ନିର୍ବାଚନ ଲଢିବାକୁ ଅଯୋଗ୍ୟ ହେଲେ ଇମରାନ

Spread the love

ନୂଆଦିଲ୍ଲୀ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମରାନ ଖାନ ନିର୍ବାଚନ ଲଢିପାରିବେ ନାହିଁ। ପାକିସ୍ତାନର ନିର୍ବାଚନ ଆୟୋଗ ତାଙ୍କୁ ତୋଶଖାନା ମାମଲାରେ ଅଯୋଗ୍ୟ ଘୋଷିତ କରିଦେଇଛନ୍ତି। ତୋଶଖାନା ମାମଲାରେ ମିଳିଥିବା ଅଭିଯୋଗ ପରେ ନିର୍ବାଚନ ଆୟୋଗ ଏହି ନିଷ୍ପତ୍ତି ଶୁଣାଇଛନ୍ତି। ଇମରାନଙ୍କ ପ୍ରଧାନମନ୍ତ୍ରୀ ଥିବା ବେଳେ ବିଭିନ୍ନ ଦେଶ ତଥା ସେଠାକାର ନେତୃତ୍ବଙ୍କଠାରୁ ମିଳିଥିବା ଉପହାର ଲୁଚାଇବା ଓ କିଛିକୁ ତୋଶଖାନାରୁ ବାହାର କରି ବିକ୍ରି କରିଦେଇଥିବା ଅଭିଯୋଗ ହୋଇଥିଲା।

ହେଲେ ଦେଶରେ ଇମରାନଙ୍କ ଲୋକପ୍ରିୟତା ଏବେ ମଧ୍ୟ ବଳବତ୍ତର ରହିଛି। ଅକ୍ଟୋବର ୧୬ରେ ମତଦାନ ହୋଇଥିଲା ଓ ଇମରାନଙ୍କ ନେତୃତାଧୀନ ପିଟିଆଇ ଦେଶରେ ସଂସଦ ଓ ବିଧାନସଭାର ୧୧ଟି ଉପନିର୍ବାଚନରେ ସବୁଠାରୁ ଅଧିକ ସିଟ ହାସଲ କରିଥିଲେ। ପ୍ରଧାନମନ୍ତ୍ରୀ ଶହବାଜ ସରିଫଙ୍କ ପିଏମଏଲ-ଏନ ଓ ପିଟିଆଇ ମଧ୍ୟରେ ମୁଖ୍ୟତଃ ଲଢେଇ ହୋଇଥିବା ଦେଖିବାକୁ ମିଳିଥିଲା।  ଆଗାମୀ ବର୍ଷ ଦେଶରେ ସାଧାରଣ ନିର୍ବାଚନ ହେବାକୁ ଯାଉଛି।

୧୭ ଅକ୍ଟୋବରକୁ ପାକର ଏକ ବିଶେଷ କୋର୍ଟ ପୂର୍ବତନ ପ୍ରଧାନମନ୍ତ୍ରୀ ଇମରାନ ଖାନଙ୍କୁ ତାଙ୍କର ତଥା ତାଙ୍କ ଦଳର ନେତାମାନଙ୍କ ବିରୋଧରେ ଏକ ପ୍ରତିବନ୍ଧିତ ଅର୍ଥ ପୋଷଣ ମାମଲା ସମ୍ବନ୍ଧରେ ନିର୍ବାଚନ ଆୟୋଗର କଥିତ ରୂପେ ମିଛ ହଲପନାମା ଦେବା ମାମଲାରେ ଅକ୍ଟୋବର ୩୧ ପର୍ଯ୍ୟନ୍ତ ଅନ୍ତରିମ ଜାମିନ ଦେଇଥିଲେ। ପାକର କେନ୍ଦ୍ରୀୟ ଯାଞ୍ଚ ଏଜେନ୍ସ ବା ଏଫଆଇଏ ଗତ ସପ୍ତାହରେ ୬୯ ବର୍ଷୀୟ ଖାନ ଓ ତାଙ୍କ ଦଳ ପାକିସ୍ତାନ ତହରିକ ଏ ଇଓାଫର ଅନ୍ୟ ବରିଷ୍ଠ ନେତାଙ୍କ ବିରୋଧରେ ମାମଲା ଦାୟର କରିଥିଲା। ଯାଞ୍ଚରୁ ଜଣାପଡିଥିଲା କି, ଭୁଟାନ କ୍ରିକେଟ ଲିମିଟେଡର ମାଲିକ

Leave a Reply

Your email address will not be published. Required fields are marked *