ସଇତାନ ଚୀନର ନୂଆ ଚାଲ

Spread the love

() ପୁଣି ଥରେ ସାମ୍ନାକୁ ଆସିଛି ସଇତାନ ଚୀନର ନୂଆ ଚାଲ। ନିଜର ମନ୍ଦବୁଦ୍ଧିରୁ ଓହରୁ ନାହିଁ ପଡୋଶୀ ଚୀନ। ସର୍ବଦା ଭାରତକୁ ଉସୁକାଇବା ପରି କାମ କରି ଚାଲିଛି। ଭାରତ ଓ ଚୀନ ମଧ୍ୟରେ ଏଲଏସିକୁ ନେଇ ଥମୁନି ବିବାଦ। ଚୀନ୍ ସେନାର ବେଆଇନ ନିର୍ମାଣକୁ ନେଇ ସୀମାରେ ସ୍ଥିତି ଗମ୍ଭୀର ହୋଇଛି। ଏଭଳି ସ୍ଥିତିରେ ପିପୁଲ୍ସ ଲିବରେସନ୍ ଆର୍ମିର ସମସ୍ତ ୟୁନିଟର ସାମରିକ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ଚୀନ୍ ରାଷ୍ଟ୍ରପତି। ତେବେ ଚୀନର ଏଭଳି ଷଡଯନ୍ତ୍ରକୁ ନେଇ ଭାରତ ମଧ୍ୟ ଏହି ବିପଦ ପ୍ରତି ସତର୍କ ରହିଛି।

ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଛି ଚୀନ୍ ! ଭାରତ ସହିତ ଯୁଦ୍ଧ କରିବା ନେଇ ଷଡ଼ଯନ୍ତ୍ର ରଚୁଛି ଡ୍ରାଗନ୍ । ବଢିଲା ଭାରତ-ଚୀନ୍ ତିକ୍ତତା । ପୂର୍ବ ଲଦାଖ ଓ ଅରୁଣାଚଳ ସୀମାରେ ଚୀନ୍ ସେନାର ଉତ୍ତେଜନା ସୃଷ୍ଟିକାରୀ ପଦକ୍ଷେପ ଏବେ ଦୁଇ ଦେଶର ତିକ୍ତତାକୁ ବଢାଇ ଦେଇଛି। ଚୀନ୍ ସେନାର ବେଆଇନ ନିର୍ମାଣକୁ ନେଇ ସୀମାରେ ସ୍ଥିତି ଗମ୍ଭୀର ହୋଇଛି। ଏଭଳି ସ୍ଥିତିରେ ପିପୁଲ୍ସ ଲିବରେସନ୍ ଆର୍ମିର ସମସ୍ତ ୟୁନିଟର ସାମରିକ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ଚୀନ୍ ରାଷ୍ଟ୍ରପତି। ଭାରତ ସୀମାରେ ଚୀନର  ଯୁଦ୍ଧ ବିମାନ ମୁତୟନ, ସ୍ଥାୟୀ ଶିବିର ନିର୍ମାଣ, ସାମରିକ ପରିବହନ ଏବଂ ଯୋଗାଣ ବାବଦରେ ଜିନପିଙ୍ଗ ବିସ୍ତୃତ ଆଲୋଚନା କରିଥିବା ଜଣାପଡ଼ିଛି। ପିଏଲ୍ଏ ମୁଖ୍ୟାଳୟରୁ ଭିଡିଓ କନଫରେନ୍ସ ମାଧ୍ୟମରେ ଜିନପିଙ୍ଗ ଯବାନଙ୍କୁ ଉଦବୋଧନ ଦେଇଛନ୍ତି। ପିଏଲ୍ଏର ସୁପ୍ରିମ କମାଣ୍ଡର ଜିନପିଙ୍ଗ ସୈନିକଙ୍କୁ ସାମରିକ ପ୍ରସ୍ତୁତି ନେଇ ବିଭିନ୍ନ ପ୍ରଶ୍ନ କରିଥିଲେ। ସୀମାରେ ମୁତୟନ ହୋଇଥିବା ସୈନିକଙ୍କ ସ୍ଥିତି ଏବଂ ପ୍ରତିକୂଳ ପାଣିପାଗ ସମ୍ପର୍କରେ ମଧ୍ୟ ଜିନପିଙ୍ଗଙ୍କୁ ଅବଗତ କରାଯାଇଥିଲା। ପୂର୍ବ ଲଦାଖରେ ୨୦୨୦ ମେ ୫ ତାରିଖରେ ଦୁଇ ଦେଶର ସେନା ମଧ୍ୟରେ ସଂଘର୍ଷ ହୋଇଥିଲା। ପୂର୍ବ ଲଦାଖ ସୀମା ବିବାଦ ପ୍ରସଙ୍ଗରେ ଉଭୟ ଦେଶ ୧୭ ରାଉଣ୍ଡ କଥାବାର୍ତ୍ତା କରିଥିଲେ ମଧ୍ୟ ବିଫଳ ହୋଇଛି।

ସେପଟେ ଭାରତୀୟ ସେନା ଠାରୁ ସୀମାରେ ବାରମ୍ୱାର ଟକ୍କର ପାଇବା ପରେ ଜଳକୁ ଅସ୍ତ୍ର କରିବାକୁ ନୂଆ ଷଡଯନ୍ତ୍ର କରିଛନ୍ତି ଜିନପିଙ୍ଗ ସରକାର। ସୂଚନା ମିଳିଛି ବ୍ରହ୍ମପୁତ୍ର ନଦୀରେ ଏକ ବୃହତ ଜଳ ବିଦ୍ୟୁତ ପ୍ରକଳ୍ପ କରି ଭାରତକୁ ଅଡ଼ୁଆରେ ପକାଇବାକୁ ଷଡ଼ଯନ୍ତ୍ର ରଚୁଛନ୍ତି ଚୀନ। ଅରୁଣାଚଳ ପ୍ରଦେଶ ପାଖରେ ମେଡୋଗ ସୀମାରେ ଚୀନ ଏକ ଡ୍ୟାମ୍ ନିର୍ମାଣ କରୁଛି। ବ୍ରହ୍ମପୁତ୍ର ନଦୀରେ ୬୦ ହଜାର ମେଗାୱଟର ପ୍ରକଳ୍ପ ପାଇଁ ବେଜିଂ ଯୋଜନା କରୁଛି। ପ୍ରକଳ୍ପ ଦ୍ୱାରା ପୂର୍ବ-ଉତ୍ତର ଭାରତର ସୀମାବର୍ତ୍ତୀ ରାଜ୍ୟ ପ୍ରଭାବିତ ହୋଇପାରେ ବୋଲି କୁହାଯାଉଛି। ବ୍ରହ୍ମପୁତ୍ର ନଦୀ ଉଭୟ ଭାରତ ଓ ଚୀନରେ ପ୍ରବାହିତ ହୁଏ। ନଦୀର ଉପରମୁଣ୍ଡ ଚୀନ ଅଧିକୃତ ତିବ୍ୱତରେ ରହିଛି ଆଉ ଏହା ଭାରତ ଓ ବାଂଲାଦେଶ ଦେଇ ସମୁଦ୍ରରେ ମିଶିଛି। ଭାରତକୁ ହଇରାଣ କରିବା ପାଇଁ ଚୀନ ଏଭଳି ଷଡଯନ୍ତ୍ର କରୁଥିବା ସୂଚନା ମିଳିଛି। ଯଦି ଚୀନର ଏହି ବୃହତ ଜଳ ବିଦ୍ୟୁତ ପ୍ରକଳ୍ପ କାର୍ଯ୍ୟକାରୀ ହୁଏ, ତାହାଲେ ବ୍ରହ୍ମପୁତ୍ର ପାଣିକୁ ନିଜ ଇଚ୍ଛା ମୁତାବକ ପରିଚାଳନା କରିବ ଚୀନ ।

ଚୀନ୍ ଯେତେବେଳେ ଚାହିଁବ, ଭାରତକୁ ହଇରାଣ କରିବାକୁ ଚେଷ୍ଟା କରିବ। ଯଦି ବ୍ରହ୍ମପୁତ୍ର ଜଳକୁ ଚୀନ୍ ଅନ୍ୟତ୍ର ପଠାଇବ, ତାହେଲେ ଭାରତର ସୀମାବର୍ତୀ ରାଜ୍ୟ ପ୍ରଭାବିତ ହେବ। ଅନ୍ୟପଟେ ଚୀନ୍ ଯଦି ଅଧିକ ଜଳ ନିଷ୍କାସନ କରେ, ତା ମଧ୍ୟ ଭାରତ ପାଇଁ ବିପଦ ପାଲଟିଯିବ। କାରଣ ବ୍ରହ୍ମପୁତ୍ର ନଦୀରେ ହଠାତ୍ ପାଣି ମାଡ଼ିଆସିଲେ, ଆସାମ ଓ ଅରୁଣାଚଳରେ ବନ୍ୟା ଦେଖାଦେବ। ତେଣୁ ଚୀନର ଏଭଳି ଷଡଯନ୍ତ୍ରକୁ ନେଇ ଭାରତ ମଧ୍ୟ ଏହି ବିପଦ ପ୍ରତି ସତର୍କ ରହିଛି। ଅରୁଣାଚଳ ପ୍ରଦେଶରେ ଦେଶର ସବୁଠୁ ବଡ ମେଗାୱଟ ଜଳବିଦ୍ୟୁତ ପ୍ରକଳ୍ପ କରୁଛି ଭାରତ। ସୁବାଂସିରି ନଦୀ ଉପରେ ୧୧ ହଜାର ମେଗାୱାଟର ଜଳବିଦ୍ୟୁତ ପ୍ରକଳ୍ପ କାମ ଚାଲିଛି। ଏହା ବାଦ୍ ଅନ୍ୟ ଦୁଇଟି ପ୍ରକଳ୍ପର ମଧ୍ୟ କାର୍ଯ୍ୟ ଚାଲିଛି। ଚଳିତବର୍ଷ ସୁଦ୍ଧା ଗୋଟିଏ ପ୍ରକଳ୍ପ ଶେଷ ହେବ। ଫଳରେ ଚୀନ୍ ପଟୁ ସମ୍ଭାବ୍ୟ ବିପଦର ମୁକାବିଲା ସହଜ ହୋଇ ପାରିବ।

ଯେତେ ବୁଦ୍ଧି ଶିଖିଲେ ବି ଚେତୁନି ଚୀନ୍। ବରଂ ଭାରତ ବିରୋଧରେ ଗୋଟିଏ ପରେ ଗୋଟିଏ ଷଡ଼ଯନ୍ତ୍ର କରି ଚାଲିଛି । ସୀମାରେ ଭାରତୀୟ ସେନା ଚୀନର ପିଏଲଏକୁ ବାରମ୍ବାର କଡ଼ା ଜବାବ ଦେଉଛି। ଫଳରେ ହତୋତ୍ସାହ ହୋଇପଡ଼ିଛନ୍ତି ଜିନପିଙ୍ଗ ସରକାର। ଯାହାକୁ ନେଇ ଏବେ ଜଳକୁ ଅସ୍ତ୍ର କରି ଭାରତ ବିରୋଧରେ ଜଳଯୁଦ୍ଧ କରିବାକୁ ଯୋଜନା ରଚିଛି ଡ୍ରାଗନ।

ପ୍ରେମଲତା ବାରିକଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *