ପୁଣି ବିଦେଶରେ ପାକିସ୍ତାନର କାଶ୍ମୀର ରାଗ

ନୂଆଦିଲ୍ଲୀ: ପାକିସ୍ତାନରେ ସ୍ଥିତି ବେହାଲ। ଆର୍ଥିକ ବନ୍ୟା ଓ ଆର୍ଥିକ ଦୁରାବସ୍ଥା ଦେଇ ଦେଶ ଗତିକରୁଛି, କିନ୍ତୁ ସେଠାକାର ନେତାଙ୍କର କାଶ୍ମୀର ମାୟା ତୁଟୁନାହିଁ। ଭୋଟ ରାଜନୀତି କାରଣରୁ ପାକ ନେତାଙ୍କ ପାଇଁ ସବୁଠାରୁ ବଡ ମୁଦ୍ଦା କାଶ୍ମୀର। ତେଣ ପାକର ବିଦେଶ ମନ୍ତ୍ରୀ ବିଲାବଲ ଭୁଟୋ ଜରଦାରୀ ନ୍ୟୁୟର୍କ ଯାତ୍ରା କାଳରେ କାଶ୍ମୀର ପ୍ରସଙ୍ଗ ଉଠାଇବାକୁ ଭୁଲି ନାହାନ୍ତି। ସେ କାଶ୍ମୀର ପ୍ରସଙ୍ଗ ଉଠାଇବା ସହ ଭାରତ ପାକ ସମ୍ପର୍କରେ କୌଣସି ସୁଧାର ଦେଖା ଯାଉନଥିବା କହିଛନ୍ତି।

ନ୍ୟୁୟର୍କରେ କାଉସିଲ ଅଫ ଫରେନ ରିଲେସନର ଏକ କାର୍ଯ୍ୟକ୍ରମରେ ସମ୍ବୋଧନ ଦେଉଥିବା ବେଳେ ପ୍ରଶ୍ନୋତ୍ତର କାଳରେ ଭୁଟ୍ଟୋ କହିଛନ୍ତି, ଭାରତ ସହ ସମ୍ପର୍କରେ ସୁଧାର ଆସିବାର କୌଣସି ସମ୍ଭାବନା ଦେଖା ଯାଉନାହିଁ। ସେ ଆହୁରି କହିଛନ୍ତି, ଭାରତର ଆଭିମୁଖ୍ୟରେ ପରିବର୍ତ୍ତନ ଘଟିଛି। ଆମ ପ୍ରଧାନମନ୍ତ୍ରୀ ବାରମ୍ବାର ଭାରତ ସହ ଶାନ୍ତି ଓ ସୌହାର୍ଦ୍ଦ୍ୟପୂର୍ଣ୍ଣ ସମ୍ପର୍କ ସ୍ଥାପନ ପାଇଁ ଚେଷ୍ଟା କରୁଥିବା ବେଳେ କିନ୍ତୁ ଭାରତ ପକ୍ଷରୁ କୌଣସି ପ୍ରତିଉତ୍ତର ମଳୁନାହିଁ।

ଅନ୍ୟପଟେ ୨୦୧୯ ପରଠାରୁ ଆଉ ଭାରତ ସହ ସମ୍ପର୍କ ସ୍ଥାପନ ଅବିଶ୍ବସନୀୟ ଭାବେ କଷ୍ଟକର ଅନୁଭୂତ ହୋଉଛି ବୋଲି ଭିଟ୍ଟୋ କହିଛନ୍ତି। ଏଠାରେ ଉଲ୍ଲେଖ ଯୋଗ୍ୟ, ୨୦୧୯ ଅଗଷ୍ଟରେ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରାଯାଇ ଏହାକୁ ଜମ୍ମୁ କାଶ୍ମୀର ଓ ଲଦ୍ଦାଖ ଦୁଇଟି କେନ୍ଦ୍ରଶାସିତ ପ୍ରଦେଶରେ ପରିଣତ କରାଯାଇଥିଲା, ଯାହାକୁ ପାକିସ୍ତାନ ଆଦୌ ହଜମ କରି ପାରୁ ନାହିଁ। ତେଣୁ ବିଭିନ୍ନ ସମୟରେ ବିଶ୍ବ ସମୁଦାୟ ନିକଟରେ ପାକ ନିଜ ଅଭାବ ଅସୁବିଧା ଭୁଲି କାଶ୍ମୀର ପ୍ରସଙ୍ଗ ଉଠାଇ ଆସୁଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *