ସାଉଥ୍ ସୁଡ଼ାନରେ ଭୟାନକ ବିମାନ ଦୁର୍ଘଟଣାରେ ୨୦ ଯାତ୍ରୀଙ୍କ ଜୀବନ ଯାଇଛି। ବିମାନଟି ୟୁନିଟି ଅଏଲଫିଲ୍ଡ ଏୟାରପୋର୍ଟରୁଲ ଉଡ଼ାଣ ଭରି ରାଜଧାନୀ ଜୁବାକୁ ଯିବା ବେଳେ ଏଭଳି ଅଘଟଣ ଘଟିଛି। ବିମାନରେ କ୍ରିଉ ମେମ୍ୱରଙ୍କୁ ମିଶାଇ ମୋଟ୍ ୨୧ ଯାତ୍ରୀ ଥିଲେ। ମୃତକଙ୍କ ଭିତରେ ଜଣେ ଭାରତୀୟ ଓ ୨ ଜଣ ଚୀନି ନାଗରିକ ଅଛନ୍ତି। ବିମାନରେ ତେଲ କ୍ଷେତ୍ରରେ କାମ କରୁଥିବା କର୍ମଚାରୀ ଥିଲେ। ଯେଉଁମାନେ ଜିପିଓସି ବା ଗ୍ରେଟର ପାଓନିୟର ଅପରେଟିଂ କମ୍ପାନୀର। ଏହି କମ୍ପାନୀ ଚାଇନା ନାସନାଲ ପେଟ୍ରୋଲିୟମ କର୍ପୋରେସନ ଓ ନାଇଲ୍ ପେଟ୍ରୋଲିୟମ କର୍ପୋରେସନ ସହ ମିଶି କାମ କରେ।
ସେପଟେ ଆମେରିକାରେ ପୁଣି ପ୍ଲେନ୍ କ୍ରାସ୍। ଓ୍ୱାସିଂଟନ୍ ଏୟାରପୋର୍ଟ ପାଖରେ ପ୍ଲେନ୍ ଓ ହେଲିକେପ୍ଟର ପରସ୍ପରକୁ ଧକ୍କା ଦେଇଛି। ଏହା ପଛରେ କୌଣସି ଷଡ଼ଯନ୍ତ୍ର ଥିଓରୀ ଥିବା ସନ୍ଦେହ କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍। ଟ୍ରମ୍ପ କହିଛନ୍ତି, ବିମାନଟି ନିଜ ଧାର୍ଯ୍ୟ ରୁଟ୍ରେ ରନଓ୍ୱେକୁ ବଢ଼ୁଥିଲା। କିନ୍ତୁ ଅଚାନକ ହେଲିକେପ୍ଟର ବିମାନ ଆଡ଼କୁ ଯାଇଥିଲା। ଆକାଶ ବି ସଫା ଥିଲା। ବିମାନର ଲାଇଟ୍ସ ବି ଅନ୍ ଥିଲା। ସାମ୍ନାରେ ବିମାନକୁ ଦେଖି ହେଲିକେପ୍ଟର ନିଜର ଦିଗ କାହିଁକି ବଦଳାଇଲାନି। କଣ୍ଟ୍ରୋଲ୍ ଟାଓ୍ୱାର ହେଲିକେପ୍ଟର ପାଇଲଟକୁ କାହିଁକି ସୂଚନା ଦେଲେନି ଯେ, ସାମ୍ନାରେ ବିମାନ ଅଛି। ଏହି ଅଘଟଣକୁ ରୋକାଯାଇପାରିଥାଆନ୍ତା। ସୋସିଆଲ ମିଡିଆରେ କୁହାଯାଉଛି ଯେ, ଆମେରିକା ସେନାର ହେଲିକେପ୍ଟର ଜାଣିଶୁଣି ବିମାନକୁ ଧକ୍କା ଦେଇଥିଲା। ରିଗନ ନାସନାଲ ଏୟାରପୋର୍ଟ ଆମେରିକା ସେନାର ବ୍ଲକହଙ୍କ ହେଲିକେପ୍ଟର ପଛପଟୁ ଆମେରିକାନ୍ ଏୟାରଲାଇନ୍ସର ବିମାନକୁ ଟକ୍କର ମାରିଥିଲା। ଯାହା ପରେ ଉଭୟ ନଦୀରେ ପଡ଼ିଥିଲେ। ବିମାନରେ ସେତେବେଳେ ୪ କ୍ରିଉ ମେମ୍ୱରଙ୍କ ସହ ମୋଟ୍ ୬୪ ଯାତ୍ରୀ ଥିଲେ। ସେନା ଯେଉଁ ହେଲିକେପ୍ଟରରେ ଟକ୍କର ମାରିଥିଲା ତାହା ଟ୍ରେନିଂ ଫ୍ଲାଇଟ୍ ଥିଲା। ସେନା ହେଲିକେପ୍ଟରରେ ୩ ଜଣ ଥିଲେ। ନଦୀରୁ ଶବ ଉଦ୍ଧାର କାମ ଜାରି ରହିଛି। ଏହି ମାମଲାର ଯାଞ୍ଚ ଏଫବିଆଇ ଆରମ୍ଭ କରିଛି। ତଦନ୍ତ ବେଳେ ପଚରାଉଚୁରା ଲାଗି ରାଷ୍ଟ୍ରୀୟ ପରିବହନ ସୁରକ୍ଷା ବୋର୍ଡକୁ ନିର୍ଦେଶ ଦିଆଯାଇଛି।
ଗଲା ମଙ୍ଗଳବାର ଆଲାସ୍କାର ଇଲସନ୍ ଏୟାରଫୋର୍ସ ବେସ୍ ରେ ଏଫ-୩୫ ଫାଇଟର ଜେଟ୍ କ୍ରାସ୍ କରିଯାଇଥିଲା। ସୌଭାଗ୍ୟବଶତଃ ପାଇଲଟ୍ ବଞ୍ଚିଯାଇଥିଲେ। ଆମେରିକାର ଆଡଭାନ୍ସ ଯୁଦ୍ଧ ବିମାନ ଆକାଶରେ ହିଁ କ୍ରାସ୍ କରିଗଲା। ରନଓ୍ୱେରେ ଚକ୍କର କାଟି ଏଫ-୩୫ ପଡ଼ିବା ମାତ୍ରେ ନିଆଁ ଲାଗିଯାଇଥିଲା। ପ୍ରଶିକ୍ଷଣ ଅଭ୍ୟାସ ବେଳେଏୟାରବେସରେ ଲ୍ୟାଣ୍ଡିଂ ବେଳେ ଫାଇଟର ଜେଟ୍ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।
ବ୍ୟୁରୋ ଇନପୁଟ୍ ସହ ସୌନ୍ଦର୍ଯ୍ୟା ମହାନ୍ତି ଓ ପ୍ରଦୀପ ନାୟକଙ୍କ ରିପୋର୍ଟ, ନକ୍ଷତ୍ର ନ୍ୟୁଜ୍..।
ଏଫ-୩୫ ଫାଇଟର୍ ପ୍ୟାକେଜ ୨୯ରେ ହୋଇଥିଲା। ଆଉ ସବୁ ଭିଜୁଆଲ ବାଇଟ ଓ ଟ୍ୱିଟ୍ ଡାଉନଲୋଡ଼ ହେବ।
Naxatra News is now on Whatsapp
Join and get latest news update delivered to you via whatsapp
Join Now